ରାଜ୍ୟ

Skeleton of baby elephant: ପାଇଛେଲିଆ ଜଙ୍ଗଲରୁ ମିଳିଲା ଛୁଆହାତୀର କଙ୍କାଳ: ୨ମାସ ତଳୁ ମରିଥିବା ଅନୁମାନ, ଘଟଣାସ୍ଥଳରେ କଳରାପତରିଆ ପାଦଚିହ୍ନ

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉତ୍ତରଘୁମୁସର ବନଖଣ୍ଡ ତାରସିଂ ବନାଞ୍ଚଳର ଗାୟଗଣ୍ଡା ନିକଟ ପାଇଛେଲିଆ ଜଙ୍ଗଲରୁ ବନବିଭାଗ ଏକ ଛୁଆହାତୀର କଙ୍କାଳ ଉଦ୍ଧାର କରିଛି। ଘଟଣାସ୍ଥଳର ସ୍ଥିତି ଏବଂ ତାର ଦୁଇଟି ଦାନ୍ତମାଢ଼ି ମିଳିଥିବାରୁ ଏହା ଏକ ମାଈହାତୀ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି

ଭଞ୍ଜନଗର: ଗଞ୍ଜାମଜିଲ୍ଲାଭଞ୍ଜନଗର ଉତ୍ତରଘୁମୁସର ବନଖଣ୍ଡ ତାରସିଂ ବନାଞ୍ଚଳର ଗାୟଗଣ୍ଡା ନିକଟ ପାଇଛେଲିଆ ଜଙ୍ଗଲରୁ ବନବିଭାଗ ଏକ ଛୁଆହାତୀର କଙ୍କାଳ ଉଦ୍ଧାର କରିଛି। ଘଟଣାସ୍ଥଳର ସ୍ଥିତି ଏବଂ ତାର ଦୁଇଟି ଦାନ୍ତମାଢ଼ି ମିଳିଥିବାରୁ ଏହା ଏକ ମାଈହାତୀ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି। ଛୁଆହାତୀଟି ପ୍ରାୟ ଦୁଇମାସ ହେବ ମୃତ୍ୟୁବରଣ କରିଥିବା ବନ କର୍ମଚାରୀ ଅନୁମାନ କରୁଛନ୍ତି। ‌‌

୨ମାସ ତଳୁ ମରିଥିବା ଅନୁମାନ 
ଘଟଣାସ୍ଥଳରେ କଳରାପତରିଆ ପାଦଚିହ୍ନ
୪ ମାସରେ ମଲେଣି ୩ ହାତୀ

ଗତକାଲି ଜଣେ ଛେଳିଚରାଳି ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବା ବେଳେ ହାତୀ କଙ୍କାଳ ଦେଖିଥିଲେ। ଆଜି ବନ ବିଭାଗ ଅଧିକାରୀ ଓ ପ୍ରାଣୀ ଡାକ୍ତର ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ କଙ୍କାଳକୁ ପୋତି ଦେଇଛନ୍ତି। ଅଧିକ ପରୀକ୍ଷା ପାଇଁ ହାଡ଼, ଚମଡ଼ା, ଦାନ୍ତକୁ ଭୁବନେଶ୍ବର ପଠାଯାଇଛି। ଘଟଣାସ୍ଥଳରେ ଏସିଏଫ୍‌ ବିମଳ କୁମାର ପ୍ରଧାନ, ରେଞ୍ଜର ପ୍ରଶାନ୍ତ ବେହେରା ପ୍ରମୁଖ ତଦନ୍ତ ଚଳାଇଛନ୍ତି। ମୃତହାତୀର ମାଂସକୁ କଲରାପତରିଆ ଓ ହିଂସ୍ର ଜନ୍ତୁ ଖାଇଥିବା ପାରିପାର୍ଶ୍ବିକ ସ୍ଥିତିରୁ ଜଣାପଡୁଥିବା ଡିଏଫ୍‌ଓ ହିମାଂଶୁ ଶେଖର ମହାନ୍ତି ସୂଚନା ଦେଇଛନ୍ତି। ଆଜି ବନ ବିଭାଗ କର୍ମଚାରୀ ଘଟଣାସ୍ଥଳକୁ ଯାଇଥିବାବେଳେ କଲରାପତରିଆ ବାଘର ଏକାଧିକ ପାଦଚିହ୍ନ ସହ ମଳ ସେଠାରେ ଦେଖିବାକୁ ପାଇଛନ୍ତି। ୪ ମାସରେ ୩ ହାତୀଙ୍କ ମୃତ୍ୟୁ ଚିନ୍ତାର କାରଣ ପାଲଟିଛି।

 

 

 

ସୌଜନ୍ୟ ସମ୍ବାଦ

 

Show More

Leave a Reply

Your email address will not be published. Required fields are marked *

Back to top button