ରାଜ୍ୟ

Special SC/ST Atrocities Courts ରାଜ୍ୟରେ ଖୋଲିବ ୬ଟି ଅନୁସୂଚିତ ଜାତି ଓ ଜନଜାତି ନିର୍ଯାତନା କୋର୍ଟ

ଅନୁସୂଚିତ ଜାତି ଓ ଜନଜାତିଙ୍କ ଉପରେ ନିର୍ଯାତନା ମାମଲାର ତ୍ୱରିତ ବିଚାର ପାଇଁ ଓଡ଼ିଶା ସରକାର ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ଯାଜପୁର, କେନ୍ଦ୍ରପଡ଼ା ଓ ଭଦ୍ରକରେ ୬ଟି ସ୍ୱତନ୍ତ୍ର ଏସ୍‌ସି/ଏସ୍‌ଟି ନିର୍ଯାତନା କୋର୍ଟ ସ୍ଥାପନ କରିବାକୁ ଘୋଷଣା କରିଛନ୍ତି।

ଭୁବନେଶ୍ବର: ଅନୁସୂଚିତ ଜାତି ଓ ଜନଜାତିଙ୍କ ସଶକ୍ତୀକରଣ ନିମନ୍ତେ ରାଜ୍ୟ ସରକାର ରାଜ୍ୟର ବିଭିନ୍ନ ସ୍ଥାନରେ ୬ଟି ସ୍ବତନ୍ତ୍ର ଅନୁସୂଚିତ ଜାତି ଓ ଜନଜାତି ନିର୍ଯାତନା କୋର୍ଟ ସ୍ଥାପନ କରିଛନ୍ତି। ଏହି କୋର୍ଟଗୁଡ଼ିକରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ଉପରେ ହେଉଥିବା ନିର୍ଯାତନା ମାମଲାର ଫୈସଲା କରାଯିବ।

ରାଜ୍ୟ ସରକାରଙ୍କ ଗୃହ ବିଭାଗ ଆଜି (ବୁଧବାର) ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି। ରାଜ୍ୟ ଉଚ୍ଚନ୍ୟାୟାଳୟଙ୍କ ପରାମର୍ଶ ଓ ପ୍ରାରମ୍ଭିକ ଅନୁମୋଦନ ପରେ ବିଜ୍ଞପ୍ତି (୧୬୩୯୫/ହୋମ୍‌-ସିଏଚ୍‌ଆର୍‌-ସିଆର୍‌ଟିଏନ୍‌୨-୦୦୦୧-୨୦୧୫/ସିପିଆଣ୍ଡ୍‌ ଏମ୍)

ଏହି ବିଜ୍ଞପ୍ତି ଆଧାରରେ ଗଞ୍ଜାମ (ବ୍ରହ୍ମପୁର), ଖୋର୍ଦ୍ଧା, ପୁରୀଯାଜପୁର, କେନ୍ଦ୍ରପଡ଼ା ଓ ଭଦ୍ରକରେ ‌କୋର୍ଟ ସ୍ଥାପନ କରାଯିବ। ଏହି କୋର୍ଟଗୁଡ଼ିକ ଅନୁସୂଚିତ ଜାତି ଓ ଜନଜାତି (ନିର୍ଯାତନା ନିରାକରଣ) ଆଇନ ୧୯୮୯ର ମାମଲାଗୁଡ଼ିକ ବିଚାର କରିବେ।

Supreme Court: ହିନ୍ଦୁ-ଶିଖ୍-ବୌଦ୍ଧ ବ୍ୟତୀତ ଅନ୍ୟ ଧର୍ମ ଗ୍ରହଣକାରୀ ଅନୁସୂଚିତ ଜାତି ମାନ୍ୟତା ପାଇପାରିବେ ନାହିଁ

ଏହି କୋର୍ଟଗୁଡ଼ିକ ଅତିରିକ୍ତ ଜିଲ୍ଳା ଓ ସେସନ୍‌ସ ଜଜ୍‌ ତଥା ସ୍ବତନ୍ତ୍ର କୋର୍ଟ ଭାବେ କାର୍ଯ୍ୟ କରିବ। ଏହାଦ୍ବାରା କୋର୍ଟଗୁଡ଼ିକରେ ଅଟକି ରହିଥିବା ଅନେକ ମାମଲାଗୁଡ଼ିକର ତ୍ବରିତ ବିଚାର ହୋଇପାରିବ।

ନୂଆ ସରକାର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ସର୍ବାଙ୍ଗୀନ ଉନ୍ନତି ଲାଗି କାର୍ଯ୍ୟ କରୁଛି: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଏହି ବିଜ୍ଞପ୍ତି ପରେ ୬ଟି ସ୍ବତନ୍ତ୍ର କୋର୍ଟ ନିମନ୍ତେ ଅତିରିକ୍ତ ଜିଲ୍ଲା ଓ ସେସନ୍‌ସ ଜଜ୍‌ଙ୍କୁ ଅଧ୍ୟକ୍ଷ ଅଧିକାରୀ ଭାବେ ଔପଚାରିକ ନିଯୁକ୍ତି ଦେବା ପାଇଁ ଉଚ୍ଚନ୍ୟାୟାଳୟକୁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି। ଏହାସହ ଅନ୍ୟ ଜିଲ୍ଲାଗୁଡ଼ିକ ନିମନ୍ତେ ମଧ୍ୟ ଅତିରିକ୍ତ ସ୍ବତନ୍ତ୍ର କୋର୍ଟ ଓ ସ୍ବତନ୍ତ୍ର ସରକାରୀ ଓକିଲଙ୍କ ନିଯୁକ୍ତି ନିମନ୍ତେ ରାଜ୍ୟ ସରକାର ସକ୍ରିୟ ଭାବେ ସ୍ଥିତିର ସମୀକ୍ଷା କରୁଛନ୍ତି ବୋଲି ଆଜି ଗୃହ ବିଭାଗ ପକ୍ଷରୁ ଜାରି ପ୍ରେସ୍‌ ବାର୍ତ୍ତାରେ ସୂଚନା ଦିଆଯାଇଛି।

ପ୍ରକାଶ ପାଇଥିଲା।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button