Spitting in Public Place: ସର୍ବସାଧାରଣରେ ପାନ ଛେପ ପକାଇଲେ ତଣ୍ଡ ଗଣିବେ, ଅପମାନିତ ହେବେ… ସହରର ଡିଜିଟାଲ ସ୍କ୍ରିନରେ ବାହାରିବ ଆପଣଙ୍କ ଫଟୋ…

ବିହାର ପାଟନାରେ ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ହେବେ 'ନଗରଶତ୍ରୁ' ଆଉ ଗଣିବାକୁ ପଡ଼ିବ ୫୦୦ ଟଙ୍କା ଜରିମାନା । ସହରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ ପାଟନା ନଗର ନିଗମ ବଡ଼ ପଦକ୍ଷେପ ଗ୍ରହଣ କରିଛି

ପାଟଣାବିହାର ପାଟନାରେ ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ହେବେ ‘ନଗରଶତ୍ରୁ’ ଆଉ ଗଣିବାକୁ ପଡ଼ିବ ୫୦୦ ଟଙ୍କା ଜରିମାନା । ସହରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ ପାଟନା ନଗର ନିଗମ ବଡ଼ ପଦକ୍ଷେପ ଗ୍ରହଣ କରିଛି । ଏଣିକି ସର୍ବସାଧାରଣ ସ୍ଥାନରେ ଛେପ ପକାଇବା କିମ୍ବା ପାନ ଛେପ ପକାଇ ସହରକୁ ଅପରିଷ୍କାର କରୁଥିବା ବ୍ୟକ୍ତିଙ୍କୁ ‘ନଗରଶତ୍ରୁ’ ଭାବେ ଘୋଷଣା କରାଯିବ । କେବଳ ସେତିକି ନୁହେଁ, ନିୟମ ଉଲ୍ଲଂଘନକାରୀଙ୍କ ଉପରେ ୫୦୦ ଟଙ୍କାର ଆର୍ଥିକ ଜରିମାନା ମଧ୍ୟ ଲଗାଯିବ । ନଗର ନିଗମର ନୂତନ ନିଷ୍ପତ୍ତି ଅନୁଯାୟୀ, ସହରର ପରିମଳ ବ୍ୟବସ୍ଥାକୁ ବିଗାଡୁଥିବା ଲୋକଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ଫଟୋ ସର୍ବସାଧାରଣରେ ପ୍ରଦର୍ଶିତ କରାଯାଇପାରେ ।

Exit mobile version