Statue of Liberty: କିମାଶ୍ଚର୍ଯ୍ୟମ୍‌: ଜଲନ୍ଧରରେ ଷ୍ଟାଚ୍ୟୁ ଅଫ୍‌ ଲିବର୍ଟି

ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟୁୟର୍କ ସହରରେ ଅଛି ପ୍ରସିଦ୍ଧ ଷ୍ଟାଚ୍ୟୁ ଅଫ୍‌ ଲିବର୍ଟି ମୂର୍ତ୍ତି। ଏବେ କିନ୍ତୁ ଭାରତର ଜଲନ୍ଧରରେ ଆଉ ଏକ ଷ୍ଟାଚ୍ୟୁ ଅଫ୍‌ ଲିବର୍ଟି ଶୋଭା ପାଉଛି। ତେବେ ଆକାରରେ ଏହା ମୂଳ ମୂର୍ତ୍ତିଠାରୁ ଖୁବ୍ ସାନ।

ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟୁୟର୍କ ସହରରେ ଅଛି ପ୍ରସିଦ୍ଧ ଷ୍ଟାଚ୍ୟୁ ଅଫ୍‌ ଲିବର୍ଟି ମୂର୍ତ୍ତି। ଏବେ କିନ୍ତୁ ଭାରତର ଜଲନ୍ଧରରେ ଆଉ ଏକ ଷ୍ଟାଚ୍ୟୁ ଅଫ୍‌ ଲିବର୍ଟି ଶୋଭା ପାଉଛି। ତେବେ ଆକାରରେ ଏହା ମୂଳ ମୂର୍ତ୍ତିଠାରୁ ଖୁବ୍ ସାନ। ଏହାକୁ ନିଜ ଘର ଉପରେ ପ୍ରତିଷ୍ଠା କରିଛନ୍ତି ଜଣେ ‘ଏନ୍‌ଆର୍‌ଆଇ’ ବା ପ୍ରବାସୀ ଭାରତୀୟ। ଗୁରଜୀତ ସିଂହ ମଥାରୁ ୨୬ ବର୍ଷ ହେଲା ନ୍ୟୁୟର୍କରେ ରହନ୍ତି। ତେବେ କିଛି ଦିନ ତଳେ ସେ ତାଙ୍କ ଜଲନ୍ଧର ସ୍ଥିତ ଚାରିମହଲା ଘର ଉପରେ ଏହି ମୂର୍ତ୍ତିଟି ବସାଇଛନ୍ତି। ଏହାକୁ ଦେଖିବାକୁ ଏବେ ଆଖପାଖ ଅଞ୍ଚଳର ଲୋକଙ୍କ ଭିଡ଼ ଜମୁଛି।

ଏହି ମୂର୍ତ୍ତି ନିର୍ମାଣ କରିବା ପଛର କାରଣ ସମ୍ପର୍କରେ ପଚାରିବାରୁ ଗୁରଜୀତ କହନ୍ତି ଯେ ଏହା କେବଳ ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ଉଦ୍ଦିଷ୍ଟ ନୁହେଁ, ଏହା ତାଙ୍କ ସ୍ମୃତିର ସନ୍ତକ ମଧ୍ୟ। ସେ ପ୍ରତି ବର୍ଷ କିଛି କାଳ ନ୍ୟୁୟର୍କରୁ ଆସି ଭାରତରେ ରହନ୍ତି। ଏଠାରେ ଥିବା ସମୟରେ ଏହି ମୂର୍ତ୍ତି ତାଙ୍କୁ ନ୍ୟୁୟର୍କର କଥା ମନେ ପକାଇବ ବୋଲି ତାଙ୍କର ବିଶ୍ବାସ। କ୍ଷୁଦ୍ର ଷ୍ଟାଚ୍ୟୁ ଅଫ୍‌ ଲିବର୍ଟି ପ୍ରତିଷ୍ଠା ପରେ ଏହି ସ୍ଥାନକୁ ଲୋକେ ‘ମିନି ନ୍ୟୁୟର୍କ’ କହିଲେଣି।

 

 

 

 

ସୌଜନ୍ୟ ସମ୍ବାଦ

Exit mobile version