Strait of Hormuz: ବାସ୍ତବତା ବଦଳି ନାହିଁ: ଟ୍ରମ୍ପଙ୍କ ହର୍ମୁଜ୍ ନିୟନ୍ତ୍ରଣ ଦାବି ନେଇ କଡ଼ା ଜବାବ ଦେଲା ଇରାନ
ଆମେରିକାର ହର୍ମୁଜ୍ ପ୍ରଣାଳୀ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଥିବା ଡୋନାଲ୍ଡ ଟ୍ରମ୍ପଙ୍କ ଦାବିକୁ ଇରାନ ଖଣ୍ଡନ କରି କରିଛି। ଇରାନ କଡ଼ା ଜବାବ ଦେଇ କହିଛି ହର୍ମୁଜ୍ ବନ୍ଦ ରହିଛି ଏବଂ ତେହରାନର ସର୍ତ୍ତ ପୂରଣ ନହେବା ପର୍ଯ୍ୟନ୍ତ ଏହା ଖୋଲିବ ନାହିଁ।

ତେହେରାନ: ଆମେରିକାର ହର୍ମୁଜ୍ ପ୍ରଣାଳୀ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଥିବା ଡୋନାଲ୍ଡ ଟ୍ରମ୍ପଙ୍କ ଦାବିକୁ ଇରାନ ଖଣ୍ଡନ କରି କରିଛି। ଇରାନ କଡ଼ା ଜବାବ ଦେଇ କହିଛି ହର୍ମୁଜ୍ ବନ୍ଦ ରହିଛି ଏବଂ ତେହରାନର ସର୍ତ୍ତ ପୂରଣ ନହେବା ପର୍ଯ୍ୟନ୍ତ ଏହା ଖୋଲିବ ନାହିଁ। ପର୍ସିଆନ୍ ଗଲ୍ଫ ଷ୍ଟ୍ରେଟ୍ ଅଥରିଟି (ପିଜିଏସଏ)ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟରେ କହିଛି ଯେ ଟ୍ରମ୍ପଙ୍କ ଦାବି ଏବଂ ଆମେରିକୀୟ ଅଧିକାରୀଙ୍କ ବାରମ୍ବାର ମନ୍ତବ୍ୟ ପରିସ୍ଥିତିରେ କୌଣସି ପରିବର୍ତ୍ତନ କରିନାହିଁ।
ହର୍ମୁଜ୍ ବନ୍ଦ ରହିଛି
ସେମାନେ ଦାବି କରୁଛନ୍ତି ହର୍ମୁଜ୍ ଷ୍ଟ୍ରେଟ୍ ଖୋଲା ରହିଛି। ଏଭଳି ମନ୍ତବ୍ୟ ଦେବା ଦ୍ବାରା ବାସ୍ତବତା କେବେ ମଧ୍ୟ ବଳିଯିବ ନାହିଁ। ହର୍ମୁଜ୍ ବନ୍ଦ ରହିଛି ଏବଂ ଇରାନର ସର୍ତ୍ତ ପୂରଣ ନହେବା ପର୍ଯ୍ୟନ୍ତ ଆଉ ଖୋଲା ଯିବ ନାହିଁ। ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ,ଟ୍ରୁଥ୍ ସୋସିଆଲରେ ଦାବି କରିବା ପରେ ଇରାନର ଏହି ମନ୍ତବ୍ୟ ଆସିଛି। ଆମେରିକାର ହର୍ମୁଜ୍ ପ୍ରଣାଳୀ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଅଛି ଏବଂ ଏହାକୁ ବଜାୟ ରଖାଯିବ ବୋଲି ଟ୍ରମ୍ପ କହିଥିଲେ।
ସୌଜନ୍ୟ ପ୍ରମେୟ




