ରାଜ୍ୟ

Student Missing: ଘରୁ ଟିୟୁସନ୍ ଯାଇ ଫେରିଲେନି ୩ ନାବାଳକ, ଖୋଜୁଛି ପୁଲିସ ଟିମ୍, ସିସିଟିଭି ଫୁଟେଜ୍ ଯାଞ୍ଚ ଚାଲିଛି…

ଚନ୍ଦ୍ରଶେଖରପୁର,୨୮/୦୯: ଘରୁ ଟିୟୁସନ୍ ଯାଇ ଫେରିଲେନି ୩ ନାବାଳକ । ଏନେଇ ସେମାନଙ୍କ ପରିବାର ଲୋକେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ୩ଟି ଟିମ୍ ଗଠନ କରି ୩ ନାବାଳକଙ୍କୁ ଖୋଜାଖୋଜି କରୁଛି ।

ପୁଲିସ ସୂଚନା ଅନୁଯାୟୀ, ସୀତାନାଥ ବସ୍ତି ଓ ଆଦର୍ଶ ବସ୍ତି ଅଞ୍ଚଳରୁ ୩ ନାବାଳକ ଟିୟୁସନ୍ ଯାଇ ଆଉ ଘରକୁ ଫେରି ନାହାନ୍ତି । ଯାହାକୁ ନେଇ ୩ ନାବାଳକଙ୍କ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ସେମାନଙ୍କ ପତ୍ତା ପାଉ ନାହାନ୍ତି । ଶେଷରେ ସେମାନେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ନିଖୋଜ ମାମଲା ରୁଜୁ କରିବା ସହ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଛି ।

ଟିୟୁସନ୍ ହେଉଥିବା ସ୍ଥାନ ଠାରୁ ଆରମ୍ଭ କରି ଆଖପାଖ ବସ୍ତି, ରେଳ ଷ୍ଟେସନ ଆଦି ଅଞ୍ଚଳରେ ଖୋଜାଖୋଜି କରି ସେମାନଙ୍କ ପତ୍ତା ପାଇନାହିଁ । ପୁଲିସ ୩ଟି ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରୁଛି । ନାବାଳକମାନେ ମୋବାଇଲ୍ ଫୋନ୍ ବ୍ୟବହାର କରୁନଥିବାରୁ ସେମାନଙ୍କୁ ଠାବ କରିବା ପୁଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି । ତେବେ ସମସ୍ତ ସମ୍ଭାବ୍ୟ ସ୍ଥାନରେ ଖୋଜାଖୋଜି ସହ ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ଜାରି ରହିଥିବା ପୁଲିସ କହିଛି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button