sumits new record: ସୁମିତଙ୍କ ନୂଆ କୀର୍ତ୍ତିମାନ: ଟ୍ରେଡ୍‌ମିଲ୍‌ରେ ଅନବରତ ୪୮ ଘଣ୍ଟା ଦୌଡ଼ିଲେ

ମାନୁଆଲ୍‌ ଟ୍ରେଡ୍‌ମିଲ୍‌ରେ ଅନବରତ ୪୮ ଘଣ୍ଟା ଦୌଡ଼ି ନୂଆ ବିଶ୍ବ କୀର୍ତ୍ତିମାନ କରିଛନ୍ତି ରାଉରକେଲାର ଅଲ୍‌ଟ୍ରା ରନର୍‌ ସୁମିତ ସିଂହ। ଗତ ଶନିବାର ସନ୍ଧ୍ୟାରୁ ସୋମବାର ସନ୍ଧ୍ୟା ୬ଟା ଯାଏଁ ସେ ଟ୍ରେଡ୍‌ମିଲ୍‌ରେ ୨୦୧.୫ କିଲୋମିଟର ଦୌଡ଼ିଥିଲେ।

ରାଉରକେଲା: ମାନୁଆଲ୍‌ ଟ୍ରେଡ୍‌ମିଲ୍‌ରେ ଅନବରତ ୪୮ ଘଣ୍ଟା ଦୌଡ଼ି ନୂଆ ବିଶ୍ବ କୀର୍ତ୍ତିମାନ କରିଛନ୍ତି ରାଉରକେଲାର ଅଲ୍‌ଟ୍ରା ରନର୍‌ ସୁମିତ ସିଂହ। ଗତ ଶନିବାର ସନ୍ଧ୍ୟାରୁ ସୋମବାର ସନ୍ଧ୍ୟା ୬ଟା ଯାଏଁ ସେ ଟ୍ରେଡ୍‌ମିଲ୍‌ରେ ୨୦୧.୫ କିଲୋମିଟର ଦୌଡ଼ିଥିଲେ। ଫଳରେ ଦ୍ବିତୀୟଥର ପାଇଁ ତାଙ୍କ ନାଁ ଗିନିଜ୍‌ ବିଶ୍ବ ରେକର୍ଡରେ ଲିପିବଦ୍ଧ ହେବା ପ୍ରାୟ ନିଶ୍ଚିତ ହୋଇଛି। ତେବେ ଏନେଇ ଭିଡିଓ ଓ ଆନୁଷଙ୍ଗିକ ପ୍ରମାଣ ସହ ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲ୍ଡ ରେକର୍ଡ୍ସ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିବେ ବୋଲି କହିଛନ୍ତି ସୁମିତ।

ଏହି ସମୟରେ ସେ ୩୩ଟି ପୂର୍ଣ୍ଣ ମାରାଥନ୍ ସମାପ୍ତ କରି ମୋଟ ୧୩୯୨.୬ କିଲୋମିଟର ଦୂରତା ଅତିକ୍ରମ କରିଥିଲେ। ଗତ ୨୦୨୪ରେ ବିଜୟ ଦିବସ ପାଳନ ଉପଲକ୍ଷେ ଆୟୋଜିତ ‘ବର୍ଡର୍‌ ରେସ୍‌ ଅଲ୍‌ଟ୍ରା’ରେ ଭାଗନେଇ ଜୟସଲମେର୍‌ରେ ସୀମାନ୍ତରେ ୨୩ ଘଣ୍ଟା ୫୨ ମିନିଟ୍‌ରେ ୧୬୧ କିଲୋମିଟର ଦୌଡ଼ିଥିଲେ। ଏହି ସଫଳତା ନେଇ ପ୍ରତିକ୍ରିୟାରେ ସୁମିତ କହିଛନ୍ତି, ବ୍ୟକ୍ତିଗତ ଭାବେ ଚଳିତ ବର୍ଷ ଏତେ ଭଲ ନଥିଲା। କିନ୍ତୁ ନୂଆ ରେକର୍ଡ ସହ ବର୍ଷ ସମାପ୍ତି ହେଉଥିବାରୁ ବେଶ୍‌ ଆନନ୍ଦିତ। ସମସ୍ତଙ୍କ ଆକୁଣ୍ଠ ସମର୍ଥନ ବଳରେ ୪୮ ଘଣ୍ଟାଧରି ଟ୍ରେଡ୍‌ମିଲ୍‌ରେ ଦୌଡ଼ି ପାରିଥିଲି। ବିଧିବଦ୍ଧ ଭାବେ ଏବେ ଗିନିଜ୍‌ ରେକର୍ଡ ପାଇଁ ଆବେଦନ କରିବି ବୋଲି ସୁମିତ କହିଛନ୍ତି।

ସୌଜନ୍ୟ ସମ୍ବାଦ

Exit mobile version