Sundarpada : ବିସ୍ଫୋରଣରେ ଥରିଲା ସୁନ୍ଦରପଦା

ମଙ୍ଗଳବାର ଅପରାହ୍ଣ ପାଖାପାଖି ସାଢ଼େ ୨ଟା ହେବ। ହଠାତ୍‌ ସୁନ୍ଦରପଦା ଆଜାଦ୍‌ନଗର ଅଞ୍ଚଳର ଏକ ପାଞ୍ଚମହଲା କୋଠାର ପଞ୍ଚମ ମହଲାରୁ ପ୍ରଚଣ୍ଡ ଶବ୍ଦରେ ସମଗ୍ର ଇଲାକା ଥରିଉଠିଲା।

ଭୁବନେଶ୍ବର: ମଙ୍ଗଳବାର ଅପରାହ୍ଣ ପାଖାପାଖି ସାଢ଼େ ୨ଟା ହେବ। ହଠାତ୍‌ ସୁନ୍ଦରପଦା ଆଜାଦ୍‌ନଗର ଅଞ୍ଚଳର ଏକ ପାଞ୍ଚମହଲା କୋଠାର ପଞ୍ଚମ ମହଲାରୁ ପ୍ରଚଣ୍ଡ ଶବ୍ଦରେ ସମଗ୍ର ଇଲାକା ଥରିଉଠିଲା। ଶକ୍ତିଶାଳୀ ବିସ୍ଫୋରଣ ଘଟିବା କ୍ଷଣି ଲୋକେ ଜୀବନ ବିକଳରେ କିଏ ଖାଇବା ଥାଳି ଛାଡ଼ି ଘରୁ ପଦାକୁ ବାହାରି ଆସିଲା ତ ବାହାରେ ଥିବା ଲୋକେ ଭୟରେ ଘର ଭିତରେ ପଶିଗଲେ। ବୋମା ବିସ୍ଫୋରଣରେ ସେହେନୱାଜ୍‌ ମଲ୍ଲିକ ଓ ସହଯୋଗୀ ଅମିୟ ମଲ୍ଲିକ ଗୁରୁତର ହୋଇଥିବା ବେଳେ ତାଙ୍କ ମା’ ଓ ବାନ୍ଧବୀ ଆହତ ହୋଇଛନ୍ତି। ଖବରପାଇ ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ଗୁରୁତର ଓ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରିଛନ୍ତି। ସେହିପରି ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବା ସହ ସାଇଣ୍ଟିଫିକ୍‌ ଟିମ୍‌ ବିଭିନ୍ନ ଦିଗକୁ ନେଇ ତନାଘନା ଚଳାଇଛି। ସେଠାରୁ ବିପୁଳ ପରିମାରଣର ବାରୁଦ ଓ ବଳିତା ଜବତ କରାଯାଇଛି।

Exit mobile version