ଜାତୀୟ

Supreme Court: ହିନ୍ଦୁ ଧର୍ମ ଛାଡ଼ି ଇସଲାମ ଗ୍ରହଣ କଲେ ମିଳିବନି ସଂରକ୍ଷଣ ! ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ, ୧୫।୧୦: ଧର୍ମ ପରିବର୍ତ୍ତନ କରିବା ପରେ ମଧ୍ୟ ସଂରକ୍ଷଣ ଦାବି କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଏକ ବଡ଼ ସୁ୍ପ୍ରିମ ଝଟ୍‌କା ଲାଗିଛି । ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇ ସ୍ପଷ୍ଟ କରିଛନ୍ତି ଯେ, ଧର୍ମ ପରିବର୍ତ୍ତନ କଲାମାତ୍ରେ ସଂରକ୍ଷଣର ଅଧିକାର ଶେଷ ହୋଇଯାଏ । ହିନ୍ଦୁ ଧର୍ମ ଛାଡ଼ି ଇସଲାମ ଗ୍ରହଣ କରିଥିବା ବ୍ୟକ୍ତିମାନେ ସଂରକ୍ଷଣର ସୁବିଧା ପାଇପାରିବେ ନାହିଁ । ଏହି ରାୟ ଜରିଆରେ ସୁପ୍ରିମକୋର୍ଟ ମାଡ୍ରାସ ହାଇକୋର୍ଟଙ୍କ ସେହି ପୂର୍ବ ନିଷ୍ପତ୍ତିକୁ କାଏମ୍ ରଖିଛନ୍ତି, ଯେଉଁଥିରେ ତାମିଲନାଡ଼ୁ ସରକାରଙ୍କ ଏକ ଆଦେଶକୁ ରଦ୍ଦ କରାଯାଇଥିଲା । ସରକାରଙ୍କ ସେହି ବିବାଦୀୟ ଆଦେଶରେ ବ୍ୟବସ୍ଥା ଥିଲା ଯେ, ପଛୁଆ ବର୍ଗ (BC), ଅତି ପଛୁଆ ବର୍ଗ (MBC) ଏବଂ ଅନୁସୂଚିତ ଜାତିର ଲୋକମାନେ ଇସଲାମ ଧର୍ମ ଗ୍ରହଣ କଲା ପରେ ମଧ୍ୟ ‘ପଛୁଆ ବର୍ଗ ମୁସଲିମ୍’ ଭାବେ ଗ୍ରହଣୀୟ ହେବେ ।

ସୁପ୍ରିମକୋର୍ଟଙ୍କ ବେଞ୍ଚର ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ:

ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ପ୍ରଶାନ୍ତ କୁମାର ମିଶ୍ର ଏବଂ ଜଷ୍ଟିସ୍ ଶ୍ରୀ ଚନ୍ଦ୍ରଶେଖରଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି । କୋର୍ଟ କହିଛନ୍ତି ଯେ, ଯେଉଁ ବ୍ୟକ୍ତି ହିନ୍ଦୁ ସାମାଜିକ ବ୍ୟବସ୍ଥା ଛାଡ଼ି ଅନ୍ୟ କୌଣସି ଅଣ-ହିନ୍ଦୁ ସାମାଜିକ ବ୍ୟବସ୍ଥାକୁ ଚାଲିଯାଆନ୍ତି, ସେ କେବଳ ଧର୍ମ ପରିବର୍ତ୍ତନ ପୂର୍ବର ସାମାଜିକ ପଛୁଆପଣକୁ ଆଧାର କରି ସମ୍ବିଧାନର ଅନୁଚ୍ଛେଦ 16(4) ଅଧୀନରେ ମିଳୁଥିବା ସ୍ୱତନ୍ତ୍ର ସୁବିଧାଗୁଡ଼ିକର ଦାବି କରିପାରିବେ ନାହିଁ । ପୂର୍ବ ସାମାଜିକ ବ୍ୟବସ୍ଥାରେ ଅନୁଭୂତ ପଛୁଆପଣ ନୂତନ ଧର୍ମରେ ମଧ୍ୟ ସ୍ୱତଃ ପ୍ରଯୁଜ୍ୟ ହୋଇନଥାଏ ।

ସୁପ୍ରିମକୋର୍ଟ ସମ୍ବିଧାନ (ଅନୁସୂଚିତ ଜାତି) ଆଦେଶ, 1950ର ପାରାଗ୍ରାଫ୍ 3 ଅନୁସାରେ, ଯେଉଁମାନେ ହିନ୍ଦୁ, ବୌଦ୍ଧ କିମ୍ବା ଶିଖ୍ ନୁହଁନ୍ତି, ସେମାନଙ୍କୁ ଅନୁସୂଚିତ ଜାତି (SC) ର ମାନ୍ୟତା ଦିଆଯାଇପାରିବ ନାହିଁ । ଯଦି କୌଣସି ବ୍ୟକ୍ତି ଏପରି ଏକ ଧର୍ମ ଗ୍ରହଣ କରନ୍ତି, ଯାହାର ଉଲ୍ଲେଖ ଏହି ଆଦେଶରେ ନାହିଁ, ତେବେ ସେମାନେ ନିଜର ପୂର୍ବ ଜାତି ସହିତ ଜଡ଼ିତ ଅନୁସୂଚିତ ଜାତିର ମାନ୍ୟତା ଏବଂ ସେହି ଆଧାରରେ ମିଳୁଥିବା ସଂରକ୍ଷଣ ସୁବିଧାକୁ ହରାଇ ବସନ୍ତି ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button