Tension in JNU: ଜେଏନ୍‌ୟୁରେ ଉତ୍ତେଜନା: ବାମପନ୍ଥୀ-ଏବିଭିପି ସମର୍ଥକ ମୁହାଁମୁହିଁ

ରବିବାର ବିଳମ୍ବିତ ରାତିରେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ)ରେ ଏବିଭିପି ଓ ବାମପନ୍ଥୀ ସମର୍ଥକ ମୁହାଁମୁହିଁ ହୋଇଛନ୍ତି। ଫଳରେ କ୍ୟାମ୍ପସ୍‌ରେ ଉତ୍ତେଜନା ପ୍ରକାଶ ପାଇଛି।

ନୂଆଦିଲ୍ଲୀ: ରବିବାର ବିଳମ୍ବିତ ରାତିରେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ)ରେ ଏବିଭିପି ଓ ବାମପନ୍ଥୀ ସମର୍ଥକ ମୁହାଁମୁହିଁ ହୋଇଛନ୍ତି। ଫଳରେ କ୍ୟାମ୍ପସ୍‌ରେ ଉତ୍ତେଜନା ପ୍ରକାଶ ପାଇଛି। ଦୀର୍ଘ ସମୟ ଧରି ଉଭୟ ପକ୍ଷରୁ ପଥର ମାଡ଼ ଚାଲିଥିଲା। ଏହି ହଙ୍ଗାମାରେ ଅନେକ ଛାତ୍ର ଆହତ ହୋଇଥିବା ସୂଚନା ମିଳିଛି। ଏବିଭିପି ଏହି ଘଟଣା ପାଇଁ ବାମପନ୍ଥୀ ଦଳକୁ ଦାୟୀ କରି ଏହା ଏହା ପୂର୍ବରୁ ଯୋଜନାବଦ୍ଧ ଥିଲା ବୋଲି କହିଛି।

ରବିବାର ବିଳମ୍ବିତ ରାତିରେ ଆରମ୍ଭ ହୋଇଥିଲା ଉତ୍ତେଜନା‌

ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ୟୁନିଅନ ଭିସିଙ୍କ ଇସ୍ତଫା ଦାବି କରି ଏକ ମଶାଲ ଶୋଭାଯାତ୍ରା ବାହାର କରୁଥିଲା। ସେହି ସମୟରେ, ବାମପନ୍ଥୀ ଓ ଏବିଭିପି ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। କିଛି ମିନିଟ୍ ମଧ୍ୟରେ ଏହି ସଂଘର୍ଷ ପଥର ଫିଙ୍ଗାରେ ପରିଣତ ହୋଇଥିଲା। ପଥର ଫିଙ୍ଗାରେ ଅନେକ ଛାତ୍ର ଆହତ ହୋଇଥିଲେ।

ଏବିଭିପି ସୋସିଆଲ ମିଡିଆରେ ପୋଷ୍ଟ କରି କହିଛି,କ୍ୟାମ୍ପସ୍‌ରେ ଶାନ୍ତିପୂର୍ଣ୍ଣ ଭାବରେ ପଢୁଥିବା ସାଧାରଣ ଛାତ୍ରମାନଙ୍କୁ ବାମପନ୍ଥୀ ଗୋଷ୍ଠୀଗୁଡ଼ିକ ଘେରି ଆକ୍ରମଣ କରିଥିଲେ। କିଛି ଛାତ୍ର ସୁରକ୍ଷା ପାଇଁ ହଷ୍ଟେଲ ରୁମ୍‌ରେ ନିଜକୁ ବନ୍ଦ କରି ରହିଥିଲେ। ଏହା ଛାତ୍ର ରାଜନୀତି ନୁହେଁ, ବରଂ ଯୋଜନାବଦ୍ଧ ହିଂସା। କ୍ୟାମ୍ପସ୍‌ ଏଭଳି ଖେଳ ପଡ଼ିଆ ହୋଇପାରିବ ନାହିଁ। ଆମେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଓ ଛାତ୍ରମାନଙ୍କ ସୁରକ୍ଷା ଦାବି କରୁଛୁ।

ଜେଏନ୍‌ୟୁ ମିଡିଆ ସଂଯୋଜକ ଏବିଭିପିର ବିଜୟ ଜୟସୱାଲ କହିଛନ୍ତି, ସାତ ଦିନ ଧରି ପ୍ରତିବାଦ କରୁଥିବା ଏହି ବାମପନ୍ଥୀ ସଦସ୍ୟମାନେ ଆଜି ଏବିଭିପି କର୍ମୀ ଓ ଛାତ୍ରମାନଙ୍କୁ ଟାର୍ଗେଟ କରିଥିଲେ। ପ୍ରାୟ ଚାରି ଘଣ୍ଟା ଧରି ବାମପନ୍ଥୀ ସଦସ୍ୟମାନେ ଛାତ୍ରମାନଙ୍କୁ ବନ୍ଧକ ରଖିଥିଲେ। ପ୍ରାୟ ୪୦୦-୫୦୦ ଜଣ ମବ୍ ଲିଞ୍ଚିଂ କରିଥିଲେ। ଦିଲ୍ଲୀ ପୁଲିସ ଏବଂ ଜେଏନ୍‌ୟୁ ସୁରକ୍ଷା କର୍ମୀ ସେଠାରେ ଉପସ୍ଥିତ ଥିଲେ, କିନ୍ତୁ ସେମାନେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ। ଏହା ପୂର୍ବରୁ ଯୋଜନାବଦ୍ଧ ଥିଲା। ସେମାନେ ମୁଖା ପିନ୍ଧିଥିବା ବ୍ୟକ୍ତି ଥିଲେ। ଆମେ ଜେଏନ୍‌ୟୁ ପ୍ରଶାସନକୁ ସମ୍ପୃକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରୁଛୁ।

ବିଜୟ ଜୟସୱାଲ ଦିଲ୍ଲୀ ପୁଲିସ ବିରୋଧରେ ଅଭିଯୋଗ କରି କହିଛନ୍ତି, ଆମେ ଦିଲ୍ଲୀ ପୁଲିସକୁ ଅନେକ ଥର ଫୋନ୍ କରିଥିଲୁ, କିନ୍ତୁ ସେମାନେ ଗୋଟିଏ ଘଣ୍ଟା ପରେ ପହଞ୍ଚିଥିଲେ। ୪୦୦-୫୦୦ ଲୋକଙ୍କ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ କେବଳ ଚାରି ଜଣ ପୁଲିସ ଉପସ୍ଥିତ ଥିଲେ। ସଂଘର୍ଷ ସମ୍ପର୍କରେ ଜେଏନ୍‌ୟୁ ଷ୍ଟୁଡେଣ୍ଟ ୟୁନିଅନ ଯୁଗ୍ମ ସମ୍ପାଦକ ବୈଭବ ମୀନା କହିଛନ୍ତି, ଗତ ୭-୮ ଦିନ ଧରି ଏଠାରେ ବାମପନ୍ଥୀ ଧର୍ମଘଟ ଚାଲିଛି। ବାମପନ୍ଥୀ ସମର୍ଥକମାନେ ରାତିସାରା କ୍ୟାମ୍ପସ୍‌ରେ ଆତଙ୍କ ସୃଷ୍ଟି କରିଥିଲେ। ଦିଲ୍ଲୀ ପୁଲିସ କିଛି ପଦକ୍ଷେପ ଗ୍ରହଣ କରିନାହିଁ। ଆମେ ଏହାକୁ ନିନ୍ଦା କରୁଛୁ।

ସୌଜନ୍ୟ ସମ୍ବାଦ

Exit mobile version