ଖେଳ

Test Series: ନ୍ୟୁଜିଲାଣ୍ଡ ଟେଷ୍ଟ୍‌ ଦଳ ଘୋଷିତ: ରାଚିନ, କନୱେ ଫେରିଲେ

ଭାରତ ବିପକ୍ଷ ଦୁଇ ମ୍ୟାଚ୍‌ ବିଶିଷ୍ଟ ଘରୋଇ ଟେଷ୍ଟ୍‌ ଶୃଙ୍ଖଳା ଲାଗି ବୁଧବାର ନ୍ୟୁଜିଲାଣ୍ଡ ଦଳ ଘୋଷିତ ହୋଇଛି। ଆହତ ଯୋଗୁଁ ବାଦ୍‌ ପଡ଼ିଥିବା ଦୁଇ ତାରକା ବ୍ୟାଟର୍‌ ରାଚିନ ରବୀନ୍ଦ୍ର, ଡେଭନ କନୱେ ଏବଂ ୱିକେଟକିପର ଟମ୍‌ ବ୍ଲଣ୍ଡେଲ ଦଳକୁ ଫେରିଛନ୍ତି। ଟ୍ବେଣ୍ଟି-୨୦ ଶୃଙ୍ଖଳା ପୂର୍ବରୁ ହେଉଥିବା...

ୱେଲିଂଟନ୍‌: ଭାରତ ବିପକ୍ଷ ଦୁଇ ମ୍ୟାଚ୍‌ ବିଶିଷ୍ଟ ଘରୋଇ ଟେଷ୍ଟ୍‌ ଶୃଙ୍ଖଳା ଲାଗି ବୁଧବାର ନ୍ୟୁଜିଲାଣ୍ଡ ଦଳ ଘୋଷିତ ହୋଇଛି। ଆହତ ଯୋଗୁଁ ବାଦ୍‌ ପଡ଼ିଥିବା ଦୁଇ ତାରକା ବ୍ୟାଟର୍‌ ରାଚିନ ରବୀନ୍ଦ୍ର, ଡେଭନ କନୱେ ଏବଂ ୱିକେଟକିପର ଟମ୍‌ ବ୍ଲଣ୍ଡେଲ ଦଳକୁ ଫେରିଛନ୍ତି। ଟ୍ବେଣ୍ଟି-୨୦ ଶୃଙ୍ଖଳା ପୂର୍ବରୁ ହେଉଥିବା ପ୍ରମୋସନ ସୁଟ୍‌ ବେଳେ ରବୀନ୍ଦ୍ରଙ୍କ ଡାହାଣ କାନ୍ଧ ଖସି ଯାଇଥିଲା। ଫଳରେ ଭାରତ ବିପକ୍ଷ ପୂରା ଧଳାବଲ୍‌ ଶୃଙ୍ଖଳାରେ ସେ ଖେଳି ପାରି ନଥିଲେ।

ସେହପରି ପ୍ରଥମ ଦିନିକିଆ ପୂର୍ବ ଅଭ୍ୟାସ ବେଳେ କନୱେ ମସ୍ତିଷ୍କାଘାତ ଯୋଗୁଁ ଦଳରୁ ବାଦ୍‌ ପଡ଼ିଥିଲେ। ବ୍ଲଣ୍ଡେଲଙ୍କ ଜଙ୍ଘରେ ଆଘାତଜନିତ ସମସ୍ୟା ଦେଖାଯାଇଥିଲା। ଏବେ ଏହି ୩ ଜଣ ଦଳକୁ ଫେରିଛନ୍ତି। ହେଲେ ଚଳିତ ବର୍ଷ ଇଂଲଣ୍ଡ ବିପକ୍ଷ ଟେଷ୍ଟ୍‌ ଶୃଙ୍ଖଳାକୁ ୨-୧ରେ ଜିତିଥିବା ଦଳର ସଦସ୍ୟ ଥିବା ବେନ୍‌ ସିଅର୍ସ ଗୋଇଠି ଜନିତ ଓ ଜ୍ୟାକ୍‌ ଫକ୍ସ ପିଚା ଜନିତ ଆଘାତ ସମସ୍ୟା ଏବଂ ୱିଲ୍‌ ଓ’ରୁରକି ଖେଳିବା ପାଇଁ ପ୍ରସ୍ତୁତ କାର୍ଯ୍ୟକ୍ରମରେ ଥିବାରୁ ପ୍ରତ୍ୟାବର୍ତ୍ତନ କରି ପାରିନାହାନ୍ତି। ତେବେ ଟମ୍‌ ଲାଥମଙ୍କ ଅଧିନାୟକତ୍ବରେ ଘୋଷିତ ଦଳକୁ ଜାକବ ଡଫି ଫେରିଛନ୍ତି। ଚଳିତ ମାସ ୧୯ରୁ ପ୍ରଥମ ଟେଷ୍ଟ୍‌ ୱେଲିଂଟନ୍‌ରେ ଏବଂ ୨୭ରୁ ଖ୍ରୀଷ୍ଟଚର୍ଚ୍ଚରେ ଦ୍ବିତୀୟ ଟେଷ୍ଟ୍‌ ଖେଳାଯିବ।

ନ୍ୟୁଜିଲାଣ୍ଡ ଟେ‌ଷ୍ଟ୍‌ ଦଳ: ଟମ୍‌ ଲାଥମ (ଅଧିନାୟକ), ଟମ ବ୍ଲଣ୍ଡେଲ (ୱିକେଟ୍‌କିପର), ଡେଭନ କନୱେ, ଜାକବ ଡଫି, ମ୍ୟାଟ୍‌ ହେନରି, କାଇଲ ଜାମିସନ, ଡାରିଲ ମିଚେଲ,‌ ହେନରି ନିକୋଲ୍ସ, ଗ୍ଲେନ ଫିଲିପ୍ସ, ରାଚିନ ରବୀନ୍ଦ୍ର, ମିଚେଲ ସାଣ୍ଟନର, ନାଥନ ସ୍ମିଥ, ବ୍ଲେୟର ଟିକ୍‌ନର, ୱିଲ ୟଙ୍ଗ।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button