The pairing of literature and cinema: ସାହିତ୍ୟ ଓ ସିନେମାର ଯୁଗଳବନ୍ଦୀ

ଏକୁଟିଆ ନିଜ ସହ କଥାବାର୍ତ୍ତା ସିନା କରନ୍ତି, କିନ୍ତୁ ତାଙ୍କ ସୃଜନଶୀଳତା‌ର କାନ୍‌ଭାସ୍‌ରେ ଆତଯାତ ହେଉଥିବା ଚରିତ୍ରମାନେ ବେଶ୍‌ ମୁଖର। ସାହିତ୍ୟ ହେଉ କି ସିନେମା, ସବୁଠି ସେ ସମଭାବେ ସଫଳ ଓ ଦେଶବିଦେଶରେ ପ୍ରଶଂସିତ।

ଏକୁଟିଆ ନିଜ ସହ କଥାବାର୍ତ୍ତା ସିନା କରନ୍ତି, କିନ୍ତୁ ତାଙ୍କ ସୃଜନଶୀଳତା‌ର କାନ୍‌ଭାସ୍‌ରେ ଆତଯାତ ହେଉଥିବା ଚରିତ୍ରମାନେ ବେଶ୍‌ ମୁଖର। ସାହିତ୍ୟ ହେଉ କି ସିନେମା, ସବୁଠି ସେ ସମଭାବେ ସଫଳ ଓ ଦେଶବିଦେଶରେ ପ୍ରଶଂସିତ। ତଥାପି ନିଜକୁ ଅସନ୍ତୁଷ୍ଟ ଅପୂର୍ଣ୍ଣ ଆତ୍ମା ବୋଲି କହନ୍ତି ଏବଂ ନିତିଦିନିଆ ଜୀବନରେ ଭେଟୁଥିବା ଲୋକମାନଙ୍କୁ ନେଇ ନୂଆ କିଛି କରିବାକୁ ଭଲପାଆନ୍ତି ବିୟତ୍‌ପ୍ରଜ୍ଞା ତ୍ରିପାଠୀ

 ବୋଧହୁଏ ୧୯୯୯ରେ ଜେଜେମା’ଙ୍କୁ ନେଇ ଆପଣଙ୍କର ପ୍ରଥମ ଡକ୍ୟୁମେଣ୍ଟାରି ଫିଲ୍ମଟି କରିଥିଲେ। ଇତିମଧ୍ୟରେ ପ୍ରାୟ ୪୦ରୁ ଅଧିକ ଫିଲ୍ମ କଲେଣି, ଏଥିପ୍ରତି ଆଗ୍ରହର ବିଶେଷ କାରଣ କ’ଣ?
ଅନ୍ଧାରରେ ଗୋଟେ ପରଦା ଉପରେ ଆଲୁଅ ପଡ଼ିଲେ କାହା ଘରେ କ’ଣ ହଉଚି, ସ୍ବର୍ଗରେ କ’ଣ ହଉଚି, ଖରା, ବର୍ଷା, କଳିକଜିଆ, ଭଲପାଇବା ସବୁ ଦେଖାଯାଉଚି, ସବୁ ବୁଝିହଉଚି ପୁଣି ଆଲୁଅ ଜଳିଗଲେ ସବୁ ଫିକା ପଡ଼ିଯାଉଚି, କଟକଟିଆ ଜୁନ୍‌ ମାସ ଦ୍ବିପ୍ରହର ବି କୁହୁଡ଼ିଆ ଦିଶୁଚି। ସିନେମାଟା କେଡ଼େ ସତ ପରି ଦେଖାଯାଏ। କେବେ ସ୍ବପ୍ନ ବି ସତ ହେଲା ପରି ଲାଗେ, ଠାକୁର ଦେବତାମାନେ ବାହାରିଆସି କଥାବାର୍ତ୍ତା କରନ୍ତି। ସିନେମାର ଏଇସବୁ କଥା ମୋତେ ୪ ବର୍ଷ ବୟସରୁ ମୁଗ୍ଧ କରିଥିଲା। ପୃଥିବୀର ସବୁଠୁ ଅରୁଚିକର, ନିରସ ସିନେମାକୁ ବି ମୁଁ ସିନେମା ହଲ୍‌ରେ ବସି ବିନା ବିରକ୍ତିରେ ମୂଳରୁ ଶେଷଯାଏ ଦେଖିପାରେ।

୧୯୯୯ ଅକ୍‌ଟୋବର ମହାବାତ୍ୟାର ଠିକ୍‌ ୪ଦିନ ପରେ ମୁଁ ଜାମସେଦପୁରରୁ ଭୁବନେଶ୍ବର ଆସି ପହଞ୍ଚିଲି। ଭୁବନେଶ୍ବରକୁ ଦେଖି ମୋ ଫକାସି ଉଡ଼ିଗଲା। ମୁଁ ପଢ଼ିଲାବେଳେ ବାଣୀବିହାରରୁ ଜୟଦେବ ବିହାର ଯାଏ, ପତଳା ସରୁ ଜାତୀୟ ରାଜପଥର ଦୁଇଧାରରେ ଯେଉଁ କୃଷ୍ଣଚୂଡ଼ା ଗଛମାନେ ଖରାଦ‌ିନେ ଫୁଲରେ ଲଦିହେଇ ଗୋଟେ ଲମ୍ବା ଛାମୁଡ଼ିଆ ତିଆରି କରିଥାନ୍ତି ସେସବୁର ଚିହ୍ନବର୍ଣ୍ଣ ନାହିଁ। ସବୁ ନଡ଼ିଆଗଛ ତେଢ଼ାମେଢ଼ା। ଭୁବନେଶ୍ବରକୁ ଏଇମିତି ଦେଖି ମୋତେ ଲାଗିଲା ଗଛ ସବୁ ଭାଙ୍ଗିଯାଇ ନାହାନ୍ତି ଯେ ଯେମିତି ଅଧାରୁ ଅଧିକ ମୋ ଘର‌େଲାକ କୁଆଡ଼େ ଉଭାନ ହେଇଯାଇଛନ୍ତି। ଆମ ଘର ଛାତ ଉପରେ ଠିଆହେଇ ଭୋ ଭୋ ହେଇ କାନ୍ଦିଲି। ମୋ ମାମା ସେତେବେଳକୁ ମରିବାର ପାଞ୍ଚ ବର୍ଷ ହେଇଗଲାଣି। ଭୀଷଣ ନିଃସହାୟ ଲାଗିଲା। ସେତେବେଳକୁ ମୋ ଜେଜେମା’ ମୋ ପାଖରେ ଜାମସେଦପୁରରେ ରହୁଥା’ନ୍ତି। କେମିତି ତାଙ୍କ ପାଖକୁ ପଳେଇ ଆସିବି ମୋର ତର ସହିଲାନି। ଜେଜେମା’ଙ୍କୁ ସେତେବେଳେ ବୟାନବେ ବର୍ଷ ହେଲାଣି। ପାଞ୍ଚ ବର୍ଷ ତଳେ ମାମାର ମୃତ୍ୟୁରୁ ଆହୁରି ଭୟଙ୍କର ଏ ଅସହାୟତା। ମୋ ପିଲାଦିନ, ମୋ କଲେଜବେଳର ସବୁ ସ୍ମୃତି ଯେମିତି ଗୁଣ୍ଡ ଗୁଣ୍ଡ ହେଇ ମାଟି, ପାଣି ପବନରେ ମିଶିଯାଇଥିବା ପରି ଲାଗିଲା। ମହାବାତ୍ୟା ଏସବୁକୁ ହଜମ କରି ଚାଲିଯାଇଚି। ମୋର ସ୍ଥିତିକୁ ଦୋହଲେଇଦେଲା ମହାବାତ୍ୟା। ଜାମସେଦପୁର ଫେରିଯାଇ ଭାବିଲି ସ୍ମୃତିକୁ, ମୁହୂର୍ତ୍ତକୁ ସବୁ ଜୀବନ୍ତ କରି ଧରିରଖିବାର ସିନେମାଠୁ ବଡ଼ ଆଉ ବୋଧେ କିଛି ମାଧ୍ୟମ ନାହିଁ। ସେବେଠୁ ସିନେମା ପାଖରେ ଶରଣ ପଶିଲି। ଆଉ ତା’ପରେ ସେଇ ଅଳ୍ପଦିନ ଭିତରେ ମୋ ଜେଜେମା’ଙ୍କ ଉପରେ ଗୋଟେ ଡକ୍ୟୁ-ଫିଚର ତିଆରି କଲି। ସେବେଠୁ ସେ ଯାତ୍ରା ଚାଲିଚି। ବର୍ତ୍ତମାନ ସେ ଯାତ୍ରା, ଜାତରାରେ (ଫିକ୍‌ସନ୍‌)ରେ ପରିଣତ ହେଲାଣି।

 ଆପଣ ଜଣେ ବହୁମୁଖୀ ବ୍ୟକ୍ତିତ୍ବ। ସୃଜନଶୀଳତାର ବିବିଧ କ୍ଷେତ୍ରରେ ଆପଣଙ୍କ ସ୍ବାକ୍ଷର ବେଶ୍ ପ୍ରଭାବୀ, ତେବେ ଆପଣ ନିଜେ କେଉଁ କାମଟିରୁ ଅଧିକ ସନ୍ତୋଷ ପାଆନ୍ତି- କବିତା, ଗପ, ଉପନ୍ୟାସ ନା ସିନେମା?
ଏମିତି ତ କୌଣସି ଜିନିଷରୁ ମୁଁ ସମ୍ପୂର୍ଣ୍ଣ ସନ୍ତୋଷ ପାଏନି। ମୁଁ ଗୋଟେ ଅସନ୍ତୁଷ୍ଟ, ଅପୂର୍ଣ୍ଣ ଆତ୍ମା, ଯିଏ ତା’ ନିଜ ଭିତରେ ‌ସବୁବେଳେ ଛାଟିପିଟି ହେଉଥାଏ। ଲେଖାଲେଖି, ସିନେମା ମୁଁ ସବୁକିଛି କରିବାକୁ ଭଲପାଏ। ନିଜକୁ ଯେକୌଣସି ମାଧ୍ୟମରେ ହେଉ ବ୍ୟକ୍ତ କରିବାକୁ ଭଲପାଏ। ମୁଁ ମଣିଷକୁ ଭଲପାଏ। ମଣିଷମାନଙ୍କ ଭିତରେ ଥିବା ବିବିଧତା ହିଁ ମୋତେ ଗପ, କବିତା, ଉପନ୍ୟାସ, ସିନେମାଠୁ ନେଇ ଅଭିନୟ ପର୍ଯ୍ୟନ୍ତ କରିବାରେ ଉତ୍ସାହିତ କରେ।

 ନିକଟ ଅତୀତରେ ଆପଣଙ୍କର ‘ଯୋଗିନୀ’ ସିନେମାଟି ବେଶ୍‌ ଚର୍ଚ୍ଚିତ ହୋଇଥିଲା। ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହେବାସହ ପୁରସ୍କୃତ ମଧ୍ୟ ହୋଇଛି। ଅପାରମ୍ପରିକ ଢାଞ୍ଚାରେ ବୁଦ୍ଧଙ୍କ ସମୟ ପୃଷ୍ଠଭୂମିରେ ତିଆରି ୨୮ଟି ଗୀତ, ନୃତ୍ୟ ମାଧ୍ୟମରେ ଆପଣ ଏଇ ସୁନ୍ଦର ପରୀକ୍ଷାନିରୀକ୍ଷା କରିଛନ୍ତି, ଏହି ସିନେମା କରିବାର ଅନୁଭବ କିପରି ଥିଲା?
‘ଯୋଗିନୀ’ର ଏକ ବଳିଷ୍ଠ ଜିନିଷ ହଉଚି ସାହିତ୍ୟ। ହରପ୍ରସାଦ ଦାସଙ୍କର ଲିଖିତ ସେଇ ନାରୀ ମନସ୍ତତ୍ତ୍ବର ଅଠେଇଶଟି କ୍ଳିଷ୍ଟ କବିତା ହିଁ ‘ଯୋଗିନୀ’ ସିନେମାର ଆଧାର। ତାଙ୍କ କବିତାର ଦର୍ଶନ ଆଉ ସେ କବିତାସବୁ ଭିତରେ ଥିବା ନାରୀ ମନର ବିଭିନ୍ନ ଲୁକ୍କାୟିତସ୍ତର ସବୁ ମୋତେ କୋଉଠି ନା କୋଉଠି ନିଃଶବ୍ଦରେ ଆହ୍ବାନ କରିଥିଲେ- ‘ତୁ ପାରିବୁ ତ’? ଆଉ ମୁଁ ମୋ ମନ ଭିତରର ସେଇ ଚ୍ୟାଲେଞ୍ଜକୁ ଗ୍ରହଣ କରିଥିଲି। ହେଲେ ଯୋଗିନୀର ଗାୟିକା, ଯୋଗିନୀର ସହପ୍ରଯୋଜିକା ସୁସ୍ମିତା ଦାସ ନଥିଲେ ‘ଯୋଗିନୀ’ ସିନେମା କେବେ ବି ହେଇପାରିନଥାନ୍ତା। ପ୍ରଥମତଃ ସୁସ୍ମିତା ସେଇ ଅଠେଇଶଟି ଗୀତସବୁକୁ ଏତେ ସୁନ୍ଦର ଆଉ ପରିଚ୍ଛନ୍ନ ଭାବେ ଗାଇଛନ୍ତି ଓମ୍‌ ପ୍ରକାଶ ମହାନ୍ତିଙ୍କ ସୁନ୍ଦର ସଂଗୀତ ନିର୍ଦ୍ଦେଶନାରେ ଏବଂ ମୁଁ ଯେ ଏ ସିନେମାଟା କରିପାରିବି ସେଥିପାଇଁ ମୋତେ ଆକଣ୍ଠ ବିଶ୍ବାସ କରିଛନ୍ତି ସେଥିପାଇଁ ମୁଁ ତାଙ୍କ ପାଖେ କୃତଜ୍ଞ। ତା’ଛଡ଼ା ସିନେମାଟା ହେଲା ଗୋଟେ ଟିମ୍‌ ୱାର୍କ। ଶହେରୁ ଅଧିକ ଲୋକଙ୍କର ନିଷ୍ଠା ଆଉ ସାହାଯ୍ୟରେ ତିଆରି ‘ଯୋଗିନୀ’। କୋଭିଡ୍‌ ସମୟରେ ଏ ସିନେମା ସାରିଚି ଯେଉଁଟା ଆମ ଟିମ୍‌ ପାଇଁ ସେତେବେଳେ ଆହୁରି ଗୋଟେ ବଡ଼ ଚ୍ୟାଲେଞ୍ଜ ଥିଲା। ହେଲେ ‘ଯୋଗିନୀ’ ତା’ର ନିଜ ଭାଗ୍ୟ ଧରି ଜନ୍ମ ହେଇଚି। ନିଜ ଭାଗ୍ୟ ନିଜେ‌ ‌େଲଖିିଚି ଆଉ ଲେଖୁଚି ବି।

 ଆଧୁନିକ ନାରୀର ଜଟିଳ ମନସ୍ତତ୍ତ୍ବ ଓ ‘ବିଦେହ’ ସିନେମା ଭିତରେ ତାଳମେଳ କେମିତି ଯୋଡ଼ିଲେ?
‘ବିଦେହ’ ସିନେମା ମୋର ୨୦୦୫ କି ୨୦୦୬ରେ ସେଇ ‘ବିଦେହ’ ନାଁରେ ଲେଖା ଗୋଟେ ଗପ; ଯାହା ଆପଣ ଜାଣିଥିବେ, ସେଇଟା ‘କଡ଼ାପାନ ଓ କ୍ଲିଓପାଟ୍ରା’ ବହିରେ ବି ଅଛି ତା’ରି ଉପରେ ଆଧାରିତ। ସ୍ତ୍ରୀଲୋକଙ୍କ ମନସ୍ତତ୍ତ୍ବ ପ୍ରାଚୀନ ଯୁଗରୁ ଯେମିତି ଥିଲା ଆଜିବି ପ୍ରାୟ ସେମିତି ଅଛି। ସେମାନଙ୍କ ଚାରିକଡ଼ର ସାମାଜିକ ପରିବେଶ ଓ ପରିସ୍ଥିତି ଯାହା ବଦଳିଚି ଯାହା ବଦଳୁଚି। ହେଲେ ଅନ୍ତର ଭିତରେ ସ୍ତ୍ରୀଲୋକ ସୃଷ୍ଟିର ପ୍ରଥମ ଦିନରୁ ଯେମିତି ଥିଲା ଆଜି ବି ସେମିତି। ଗୋଟେ ନିଚ୍ଛକ ନାରୀ। ନିଜ ଭିତରେ ସେ ବର୍ଷରେ ବାରଥର ନୂତନ ଜୀବନ ସଂଚାରର ସମ୍ଭାବନା ସୃଷ୍ଟି କରେ ଆଉ ତାକୁ ପ୍ରାୟ ସମୟରେ ବହିଯିବାକୁ ଦିଏ। ସେଇଟା ତା’ ସ୍ଥିତିର ଗୋଟେ ବିରାଟ ସାମର୍ଥ୍ୟ, ତା’ ମନସ୍ତତ୍ତ୍ବର ଏକ ଗୁରୁତ୍ବପୂର୍ଣ୍ଣ ଆଧାର ଏବଂ ସଂସାର ପାଇଁ ତା’ର ସର୍ବଶ୍ରେଷ୍ଠ ଅବଦାନ। ଆବହମାନ କାଳରୁ ଆଜି ପର୍ଯ୍ୟନ୍ତ ଏଇ ପ୍ରକ୍ରିୟାକୁ ନେଇ ନାରୀ ମନରେ ଅନେକ ଦ୍ବନ୍ଦ୍ବ, ଅନେକ ଦ୍ବିଧା। ନାରୀର ଏଇସବୁ ଦ୍ବନ୍ଦ୍ବ, ଦ୍ବିଧା ଓ ଯନ୍ତ୍ରଣାକୁ ଦେଖାଏ ଆଉ ପ୍ରଶ୍ନ କରେ ମୋର ନୂଆ ସିନେମା ‘ବିଦେହ’ ଏବଂ ଯାହାଭିତରେ ଅଧିକାଂଶ ସ୍ତ୍ରୀଲୋକ ହଉ କି ପୁରୁଷ ଲୋକ ହଉ ନିଜକୁ କୋଉଠି ନା କୋଉଠି ଖୋଜି ପାଇବେ ବୋଲି ମୋର ବିଶ୍ବାସ।

Narendra Modi: ପ୍ରତିଭାବାନ ବୋଡ଼ୋ ଯୁବକଯୁବତୀ ଆଜି ଆସାମର ସାଂସ୍କୃତିକ ଦୂତ ହେଉଛନ୍ତି: ପ୍ରଧାନମନ୍ତ୍ରୀ

 ଜଣେ ଉଦୀୟମାନ ଆଇନଜୀବୀ ଭାବରେ ନାଁ କରିଆସୁଥିବା ବେଳେ ଆପଣ ହଠାତ୍ ବୃତ୍ତିଟି ଛାଡ଼ିଦେଲେ, କାରଣ କ’ଣ?
ମୁଁ ଜାମସେଦପୁରରେ ଥିଲାବେଳେ ସେଠିକାର ଜଣେ ବିଶିଷ୍ଟ ଓଡ଼ିଆ ଓକିଲ ଦିଲ୍ଲୀପ ଷଡ଼ଙ୍ଗୀଙ୍କ ପାଖରେ ଫୌଜଦାରୀ ଓକିଲାତି ଆରମ୍ଭ କରିଥିଲି। ଛଅମାସ ଭିତରେ ଓକିଲାତି ଭଲ ଚାଲିଲା। ସେତେବେଳେ ଟାଟାର ସବୁଠୁ ବଡ଼ ଓକିଲ, ବଡ଼ ଡାକ୍ତର କହିଲେ ଓଡ଼ିଆ। ସେତେବେଳେ ସେଇଟା ବିହାର ରାଜ୍ୟ ଥାଏ। ଝାରଖଣ୍ଡ ହେଇ ନଥାଏ। ସେଠିକା ସରକାରୀ ଓକିଲ ବି ଥାଆନ୍ତି ଜଣେ ଓଡ଼ିଆ। ତାଙ୍କ ନାଁ ସୁନୀଲ ମହାନ୍ତି, ସିଏ କେଉଁଝରର ବଂଶୀଧର ପଟ୍ଟନାୟକଙ୍କ ବଡ଼ ଜୋଇଁ। ତାଙ୍କୁ ମୁଁ ସୁନୀଲ ଅଜା ବୋଲି ଡାକେ, କାହିଁକିନା ସେ ମୋ ଅଜାଙ୍କ ସାଙ୍ଗ ଥିଲେ। ମୁଁ ଯେତେବେଳେ ସେସନ୍‌ କୋର୍ଟରେ ବେଲ୍‌ କରିବାକୁ ଯାଏ, ସୁନୀଲ ଅଜାଙ୍କୁ ଅପରପକ୍ଷରେ ଦେଖି ଡରିଯାଏ। ତା’ର ପ୍ରଥମ କାରଣ କୋର୍ଟରେ ଭୁଲ୍‌ଭାଲ୍‌ କଲେ ଘରେ ଯାଇ ଅନାୟାସରେ ମୋ ମୂର୍ଖାମିର ଖବର ପହଞ୍ଚିଯିବ। ତେଣୁ ସୁନୀଲ ଅଜା ମୋର ପୂରା ପରୀକ୍ଷା ନିଅନ୍ତି। ପ୍ରାୟ ସମୟରେ କେସ୍‌ର ମେରିଟ୍‌ ଥିଲେ ମୋର ନିଶ୍ଚୟ ବେଲ୍‌ ହୁଏ। କେବେ କେମିତି ମୁଁ ଫେଲ୍‌ ହୁଏ। ସେତେବେଳକୁ ମୋ ଓକିଲାତି ବେଶ୍‌ ଭଲ ଚାଲିଲାଣି। ୧୯୯୩ ମସିହା ବେଳକୁ ମୁଁ ଦିନକୁ ନିହାତି ପାଞ୍ଚ ଶହରୁ ସାତ ଶହ ଟଙ୍କା, କୋଉ କୋଉଦିନ ହଜାରେ ଟଙ୍କା ପର୍ଯ୍ୟନ୍ତ ବି ରୋଜଗାର କରେ। ବଡ଼ ବଡ଼ କେସ୍‌ କଥା ଅଲଗା। ସବୁବର୍ଷ ଦୁର୍ଗାପୂଜା ବେଳକୁ ଜାମସେଦପୁରରେ ସର୍କସ୍‌ ପଡ଼େ। ଆଉ ସର୍କସ୍‌ ଦଳ ଜଣେ ଲୋକାଲ୍‌ ଓକିଲକୁ ତାଙ୍କ ଓକିଲ ରଖନ୍ତି କିଛି ଘଟଣା, ଦୁର୍ଘଟଣାର ସମ୍ଭାବନାରେ। ସେଥର ସେ ସର୍କସ୍‌ ଦଳ ମୋତେ ତାଙ୍କ ଓକିଲ ରଖିଥିଲେ। ସର୍କସ୍‌ ମାଲିକ ସବୁବେଳେ କହନ୍ତି, ‘‘ଦିଦି ଛୁଆଙ୍କୁ ନେଇକି ଆସନ୍ତୁ କେତେବେଳେ।’’ ମୋର ଦୁଇ ଝିଅ, ମାମ୍‌ନୁ ଆଉ ନେହା। ମାମ୍‌ନୁକୁ ସେତେବେଳେ ପାଞ୍ଚ ବର୍ଷ ଖଣ୍ଡେ, ନେହାକୁ ଦେଢ଼ ବର୍ଷ ପାଖାପାଖି ହେବ। ମୋ ବର ଡାକ୍ତର। ସେ ସବୁବେଳେ ବ୍ୟସ୍ତ ଲୋକ। ତାଙ୍କର କୁଆଡ଼େ ଯିବାଆସିବାକୁ ପ୍ରାୟ ବେଳ ହୁଏନି।

ମୋ ଦୁଇ ଝିଅ ଆଉ ତାଙ୍କ ଆୟା ଯମୁନାକୁ ନେଇ ମୁଁ ଦିନେ ରବିବାରିଆ ସର୍କସ୍‌ ଦେଖିବାକୁ ଗଲି। ଯମୁନାର ପ୍ରଧାନ ଓ ଏକମାତ୍ର କାମ ଥାଏ ମୁଁ କୋର୍ଟ ଆଉ ଚାମ୍ବର ଗଲାବେଳେ ଛୁଆ ଦୁଇଜଣଙ୍କୁ ଦେଖିବା, ତାଙ୍କର ଯତ୍ନ ନେବା। ସେ ସର୍କସ୍‌ବାଲାମାନେ ଆମକୁ ପୂରା ସାମ୍ନା ସୋଫାରେ ନେଇ ବସେଇଲେ। ପୂରା ସର୍କସ୍‌ ଗ୍ରାଉଣ୍ଡରୁ ପାଞ୍ଚ ହାତ ଦୂରରେ। ଆମ ସାମ୍ନାରେ ଖାଲି ଗୋଟେ ଦଉଡ଼ି ବନ୍ଧାହେଇଚି, ତା’ପରେ ସିଧା ସର୍କସ୍‌ର ରିଂ ମାଷ୍ଟର ଠିଆହେଇଚି। ମାମ୍‌ନୁ ସେ ସୋଫାର ଗୋଟେ କୋଣରେ ବସିଲା। ମୁଁ ତା’ ପାଖରେ ନେହାକୁ କୋଡ଼ରେ ଧରିକି ବସିଲି। ମୋ ପାଖରେ ଯମୁନା ଛୁଆଙ୍କ ଲୁଗାପଟା, କ୍ଷୀର ବୋତଲର ବ୍ୟାଗ୍‌ ଧରି ବସିଲା। ସର୍କସ୍‌ ଚାଲିଚି। କୁକୁର, ମାଙ୍କଡ଼, କିଏ ସାଇକେଲ୍‌ ଚଲଉଚି ତ କିଏ ନାଚୁଚି। ଛୁଆ ‌େମାର ବହୁତ ଖୁସି, ମୁଁ ଆଉ ଯମୁନା ବି। କିଛି ସମୟ ପରେ ରିଂ ମାଷ୍ଟର୍‌ ଗୋଟେ ବଡ଼ ଲୁହା ରିଂର ବାହାରପଟେ ନିଆଁ ଲଗେଇ ତା’ ଭିତର ଦେଇ ଗୋଟେ ବାଘକୁ ଡେଇଁବାକୁ ଇସାରା କଲା। ମହାବଳ ବାଘ। ବାଘଟା ରିଂ ‌ଭିତର ଦେଇ ଡେଇଁପଡ଼ି ଆମରି ସୋଫା ସାମ୍ନାରେ ଚାରିହାତ ଦୂରରେ ଧପ୍‌କରି ବସିଗଲା। ମାମ୍‌ନୁ ଜୋର୍‌ରେ ‘ମାମା’ କହିକି ମୋ ଉପରକୁ ଚଢ଼ିଆସିଲା ଆଉ ନେହା ସେତିକି ଜୋର୍‌ରେ ମୋ କୋଡ଼ରୁ ଯମୁନା ଉପରକୁ ଡେଇଁପଡ଼ିଲା। ମୋତେ ଲାଗିଲା ଯେମିତି ମୋ ହାତରୁ ବାଘଟା ଛୁଆଟାକୁ ନେଇଗଲା। ମୋତେ ଭୀଷଣ ଅପମାନିତ ଲାଗିଲା। ଆଜିବି ଦେଢ଼ ବର୍ଷ ନେହାର ସେଇ ଧଳା ଆଉ ସବୁଜ ଗାର ଗାର ଫ୍ରକ୍‌ ପିନ୍ଧି ମୁଣ୍ଡରେ ଦୁଇଟା ଚୁଟି କରି ମୋ କୋଡ଼ରୁ କିଲବିଲେଇ ଯମୁନା ଉପରକୁ ଡେଇଁପଡ଼ିବାର ଦୃଶ୍ୟ ମୋ ଆଖିରେ ନାଚିଗଲେ ମୋତେ ବିବ୍ରତ ଲାଗେ। ମୋତେ ସର୍କସ୍‌ରୁ ଘରକୁ ଆସି ପହଞ୍ଚିବାଯାଏ ଭୀଷଣ ଅସ୍ଥିର ଲାଗିଲା। ଭୀଷଣ ଅପମାନିତ ଲାଗିଲା। ମୋ ଦେଢ଼ ବର୍ଷର ଛୁଆକୁ ମୋ ‌େକାଡ଼ରେ ବସିଥିଲାବେଳେ ମୁଁ ଭରସା ଦେବାକୁ ଅକ୍ଷମ ଯେ ମୁଁ ତାକୁ ସୁରକ୍ଷା ଦେଇପାରିବି, ସେ ମୋ କୋଳରୁ ଯମୁନା କୋଳକୁ ‌େଡଇଁପଡ଼ିଲା। ମୁଁ କାହାକୁ କେତେ ବି ଆଇନଗତ ସୁରକ୍ଷା ଦେଲେ ବି ମୋର କି ଯଶ ହବ। ସେ ପଇସାର କି ଗୌରବ। ସେଇ ରାତିରେ ସ୍ଥିର କଲି ସକାଳୁ ଆଉ କୋର୍ଟ ଯିବିନି। ସେ ଯାହାବି ହେଇଯାଉ ଆଉ କୋର୍ଟ ଯିବିନି। ଛୁଆ ଟିକେ ବଡ଼ ହେଲା ପରେ ଦେଖାଯିବ କ’ଣ କରିବି। ମୁଁ ଯଦି କିଛି କଥାରେ ଛୁଆଙ୍କ ସାଙ୍ଗେ ଯୁକ୍ତି କରେ ମୋ ଛୁଆ ହସିକି କହିବେ ‘‘ୱାନ୍‌ସ ଏ ଲୟାର୍‌ ଅଲ୍‌ୱେଜ୍‌ ଏ ଲୟାର୍‌।’’

 ଏକୁଟିଆ ବିୟତ୍‌ପ୍ରଜ୍ଞା କ’ଣ କରିବାକୁ ଭଲପାଆନ୍ତି? 
ଏକୁଟିଆ ମୁଁ ନିଜ ସାଙ୍ଗେ କଥା କହିବାକୁ ଭଲପାଏ।

 ଭବିଷ୍ୟତର ଯୋଜନା କ’ଣ? 
ଭବିଷ୍ୟତର ଯୋଜନା କେମିତି ଭଲ ସିନେମା କରିବି, କେମିତି ‘ବିଦେହ’ ରିଲିଜ୍‌ ହେବ। କେମିତି ନିଜ କଥା, କାହାଣୀ ସମସ୍ତଙ୍କ ପାଖରେ ପହ‌େଞ୍ଚଇବି।

 

 

 

ସୌଜନ୍ୟ ସମ୍ବାଦ

Exit mobile version