ଓଡିଶା

ପ୍ରବଳ ଜାଡ଼ରେ ଥରୁଛି ଶିମିଳିପାଳ, ୪ ଡିଗ୍ରୀ ତଳକୁ ଖସିଲା ପାରଦ

କରଞ୍ଜିଆ ୧୬।୧୨ : ପ୍ରବଳ ଜାଡ଼ରେ ଥରୁଛି ଶିମିଳିପାଳ। ୪ ଡିଗ୍ରୀ ତଳକୁ ଖସିଲା ପାରଦ। ଯାହାଫଳରେ ପୁରା ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ହାଡ଼ଭଙ୍ଗା ଶୀତ ସାଙ୍ଗକୁ ଘନକୁହୁଡ଼ିର ଧଳାଚାଦର ତଳେ ଘୋଡାଇ ହୋଇଛି ଶିମିଳିପାଳ ଅଭ୍ୟାୟରଣ୍ୟ ଏବଂ ପାଦଦେଶରେ ଥିବା ଯଶିପୁର, ଠାକୁରମୁଣ୍ଡା, କରଞ୍ଜିଆ, ରରୁଆଁ, ଶୁକୃଳି ବ୍ଲକ ଅଞ୍ଚଳରେ ଘନକୁହୁଡ଼ି ସାଙ୍ଗକୁ ଶୀତର ଲହରୀ ଜାରି ରହିଛି। ତେବେ ମଙ୍ଗଳବାର ସକାଳ ୬ଟା ସୁଦ୍ଧା ଶିମିଳିପାଳର ଉପର ବାରାକାମୁଡ଼ାରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଚହଲାରେ ୮ ଡିଗ୍ରୀ ଓ ଗୁଡ଼ଗୁଡ଼ିଆରେ ୮ ଡିଗ୍ରୀ ସେଲ୍ସିୟସ ତାପମାତ୍ରା ରେକର୍ଡ କରାଯାଇଛି। ଏନେଇ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button