ଅପରାଧମହାନଗର

Three accused arrested: ଫାଷ୍ଟଫୁଡ୍‌ ଦୋକାନରେ ପଶି ହଣାକଟା, ୩ ଅଭିଯୁକ୍ତ ଗିରଫ

ରାତି ଅଧରରେ ତମାଣ୍ଡୋ ଥାନା ଅଞ୍ଚଳରେ ଥିବା କେଫେ କାଟୁନ୍‌ ଫାଷ୍ଟଫୁଡ୍‌ରେ ପଶି କର୍ମଚାରୀଙ୍କୁ ଖଣ୍ଡାରେ ଆକ୍ରମଣ ଘଟଣାରେ ଆଜି ପୁଲିସ ୩ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ....

ଭୁବନେଶ୍ବର: ରାତି ଅଧରରେ ତମାଣ୍ଡୋ ଥାନା ଅଞ୍ଚଳରେ ଥିବା କେଫେ କାଟୁନ୍‌ ଫାଷ୍ଟଫୁଡ୍‌ରେ ପଶି କର୍ମଚାରୀଙ୍କୁ ଖଣ୍ଡାରେ ଆକ୍ରମଣ ଘଟଣାରେ ଆଜି ପୁଲିସ ୩ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଖଣ୍ଡଗିରି ବରବାରି ଅଞ୍ଚଳର ଶୁଭମ ବେହେରା ଓରଫ ଶୁଭ(୨୦), ସୌମ୍ୟରଞ୍ଜନ ବେହେରା ଓରଫ କାଳିଆ(୨୩) ଓ ଜାଗମରା ଅଞ୍ଚଳର ପ୍ରିୟବ୍ରତ ନାୟକ ଓରଫ ପ୍ରିନ୍ସ ରାଜା(୨୨)। ସେହିପରି ଜଣେ ନାବାଳକଙ୍କୁ କାବୁ କରି ବାଳସୁଧାର ଗୃହକୁ ପଠାଯାଇଛି। ସେମାନଙ୍କ ନିକଟରୁ ୨ଟି ବାଇକ୍‌ ଓ ୨ଟି ଖଣ୍ଡା ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ଗ୍ୟାଙ୍ଗ୍‌ ମୁଖ୍ୟ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ପୁଲିସ ଚଢ଼ଉ ଜାରି ରଖିଛି।

ସୂଚନା ମୁତାବକ, ସୋମବାର ରାତି ପାଖାପାଖି ୧୨ଟା ହେବ କେଫ୍ କାଟୁନ୍‌ ସଫ୍‌ର ହର ଭୁଜବଳ, ସନାତନ ବାରିକ ଓ ଅନ୍ୟ କର୍ମଚାରୀ କାମ ସାରି ବାହାରେ କଥାବାର୍ତ୍ତା ହେଉଥାଆନ୍ତି। ଏହି ସମୟରେ ଶୁଭ, କାଳିଆ, ପ୍ରିନ୍ସ ରାଜା ଏବଂ ସେମାନଙ୍କ ୫ରୁ ଅଧିକ ସହଯୋଗୀ ୩ଟି ବାଇକ୍‌ରେ ଆସି ଗାଳିଗୁଲଜ କରି ହାତରେ ଖଣ୍ଡା, ଭୁଜାଲି ଧରି ଫାଷ୍ଟପୁଡ୍‌ ଦୋକାନରେ ପଶି ଅତର୍କିତ ଆକ୍ରମଣ କଲେ। ହରଭୁଜଙ୍କ ହାତ, ପିଠିରେ ଚୋଟ ଲାଗିଥିବା ବେଳେ ସନାତନଙ୍କ ଗୋଡ଼, ଜଙ୍ଘରେ ଖଣ୍ଡା ଚୋଟ ଲାଗିଥିଲା। ଉଭୟ ଜୀବନ ବିକଳରେ ଦୌଡ଼ିଥିଲେ ବି ସେମାନେ ଗୋଡ଼ାଇ ହାଣିଥିଲେ। ନିକଟରେ ଥିବା ଏକ କାର୍‌କୁ ମଧ୍ୟ ଖଣ୍ଡାରେ ହାଣି ଗୁଣ୍ଡ କରିଥିଲେ। ପରେ ଦୋକାନ ଭିତରେ ପଶି ଭଙ୍ଗାରୁଜା କରି ଅଧଘଣ୍ଟାଏ କାଳ ଆତଙ୍କ ଖେଳାଇବା ପରେ ସେଠାରୁ ଫେରାର୍‌ ହୋଇଯାଇଥିଲେ।

କର୍ମଚାରୀଙ୍କୁ ଆକ୍ରମଣ ଖବରପାଇ କାଫେ ମାଲିକ ଭଗବାନ ଲେଙ୍କା ତମାଣ୍ଡୋ ଥାନା ପୁଲିସକୁ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଦୁଇ କର୍ମଚାରୀଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଥିଲା। ସିସିଟିଭି ଫୁଟେଜ୍‌ ଯାଞ୍ଚ କରି ୮ଜଣଙ୍କୁ ଚିହ୍ନଟ କରିଥିଲା। ଆଜି ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଜଣେ ନାବାଳକକୁ ବାଳସୁଧାରଗୃହ ପଠାଇଛି। ଅନ୍ୟମାନଙ୍କୁ ଗିରଫ ପରେ ଆକ୍ରମଣ ପଛର ପ୍ରକୃତ କାରଣ ପଦାକୁ ଆସିବ ବୋଲି ପୁଲିସ କହିଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button