TMC: ଋତବ୍ରତ ଗୋଷ୍ଠୀକୁ ଭେଟିଲେ ପୂର୍ବତନ ଟିଏମ୍ସି ବିଧାୟକ ତାପସ ଚାଟାର୍ଜୀ, ବିଶ୍ବଜିତ ଦାସ

ତୃଣମୂଳ କଂଗ୍ରେସର ପୂର୍ବତନ ବିଧାୟକ ତାପସ ଚାଟାର୍ଜୀ ଏବଂ ବିଶ୍ବଜିତ ଦାସ ଶୁକ୍ରବାର ଋତବ୍ରତ ବାନାର୍ଜୀଙ୍କ ନେତୃତ୍ବାଧୀନ ବିରୋଧୀ ଗୋଷ୍ଠୀକୁ ଭେଟିଛନ୍ତି।
କୋଲକାତା: ତୃଣମୂଳ କଂଗ୍ରେସର ପୂର୍ବତନ ବିଧାୟକ ତାପସ ଚାଟାର୍ଜୀ ଏବଂ ବିଶ୍ବଜିତ ଦାସ ଶୁକ୍ରବାର ଋତବ୍ରତ ବାନାର୍ଜୀଙ୍କ ନେତୃତ୍ବାଧୀନ ବିରୋଧୀ ଗୋଷ୍ଠୀକୁ ଭେଟିଛନ୍ତି। ଉଭୟ ନେତା ଅଭିଯୋଗ କରିଛନ୍ତି ଯେ ବିଭିନ୍ନ ରାଜନୈତିକ ପ୍ରସଙ୍ଗ ଉପରେ ମିଳିତ ଆଲୋଚନା ପାଇଁ ମମତାଙ୍କ ନେତୃତ୍ବାଧୀନ ଟିଏମ୍ସିରେ ସୁଯୋଗ ମିଳୁନି। ତେବେ ବିଦ୍ରୋହୀ ଗୋଷ୍ଠୀରେ ଚାଟାର୍ଜୀ ଏବଂ ଦାସଙ୍କୁ ସାମିଲ କରାଯିବା କି ନା’ ସେନେଇ ବିଦ୍ରୋହୀ ଗୋଷ୍ଠୀର ମିଳିତ ନେତୃବୃନ୍ଦ ନିଷ୍ପତ୍ତି ନେବେ ବୋଲି ଋତବ୍ରତ ବାନାର୍ଜୀ କହିଛନ୍ତି। ଆସନ୍ତାକାଲି ଏସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି। ୨୦୧୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ସିପିଏମ୍ ଛାଡ଼ି ଟିଏମ୍ସିରେ ଯୋଗ ଦେଇଥିବା ଚାଟାର୍ଜୀ କହିଛନ୍ତି, ଦଳର ବରିଷ୍ଠ ନେତାମାନେ ନେତୃବୃନ୍ଦଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ପାଇଁ ସୁଯୋଗ ପାଉନାହାନ୍ତି।
ସୌଜନ୍ୟ ସମ୍ବାଦ




