TPCODL ଅଫିସ୍ ଆଗରେ ବିଜେଡିର ବିକ୍ଷୋଭ, ଭାଙ୍ଗିଦେଲେ ସ୍ମାର୍ଟ ମିଟର, ପ୍ରତିବାଦ କଲେ

ଭୁବନେଶ୍ୱର ୧୮/୧୨: ଭୁବନେଶ୍ଵର TPCODL ଅଫିସ୍ ଆଗରେ ବିଜେଡିର ବିଶାଳ ବିକ୍ଷୋଭ। ବିଜୁ ଯୁବ ଓ ଛାତ୍ର ଜନତା ଦଳର ଶତାଧିକ କର୍ମୀ TPCODL କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛନ୍ତି। ଟାଟା ପାୱାରର ଅତିରିକ୍ତ ସୁରକ୍ଷା ଜମା ନୋଟିସ୍ ଏବଂ ସ୍ମାର୍ଟ ମିଟର ପ୍ରତ୍ୟାହାର ଦାବିରେ ବିକ୍ଷୋଭ କରୁଛନ୍ତି।

ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ ଓ ଛାତ୍ର ବିଜେଡି ସଭାନେତ୍ରୀ ଇପ୍ସିତା ସାହୁଙ୍କ ନେତୃତ୍ଵରେ ଶତାଧିକ କର୍ମୀ TPCODL ଅଫିସ୍ ଘେରାଉ କରିଛନ୍ତି।ବିଜେଡି କହିଛି ଯେ, ଟାଟା ପାୱାରର ଅତିରିକ୍ତ ସୁରକ୍ଷା ଜମା ଜିଜିଆ କର ସହ ସମାନ। ତେଣୁ ଏହାକୁ ତୁରନ୍ତ ପ୍ରତ୍ୟାହାର ନକଲେ ଆଗାମୀ ଦିନରେ ଟାଟା ପାୱାରର ସବୁ ଅଫିସ୍ ବିଜେଡି ଘେରାଉ କରିବ। ଆଗକୁ ପ୍ରତି ଗାଁରେ ଏହାକୁ ନେଇ ଆନ୍ଦୋଳନ କରିବ ଦଳ।

ସୌଜନ୍ୟ ସମ୍ବାଦ

Exit mobile version