ରାଜ୍ୟ
Train Fire: କୋଇଲା ବୋଝେଇ ଟ୍ରେନରେ ନିଆଁ
ସୋର ରେଳ ଷ୍ଟେସନରେ ଏକ କୋଇଲା ବୋଝେଇ ଟ୍ରେନର ୭ଟି ବଗିରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ଟ୍ରେନଟି ଧାମରାରୁ ଖଡ଼ଗପୁର ଅଭିମୁଖେ କୋଇଲା ନେଇ ଯାଉଥିବା ବେଳେ ରାଣୀତାଲ ନିକଟରେ ଗାର୍ଡ ଜାଣିବାକୁ ପାଇ ସୋର ଷ୍ଟେସନ ମାଷ୍ଟରଙ୍କୁ ଖବର ଦେଇଥିଲେ।

ସୋର: ସୋର ରେଳ ଷ୍ଟେସନରେ ଏକ କୋଇଲା ବୋଝେଇ ଟ୍ରେନର ୭ଟି ବଗିରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ଟ୍ରେନଟି ଧାମରାରୁ ଖଡ଼ଗପୁର ଅଭିମୁଖେ କୋଇଲା ନେଇ ଯାଉଥିବା ବେଳେ ରାଣୀତାଲ ନିକଟରେ ଗାର୍ଡ ଜାଣିବାକୁ ପାଇ ସୋର ଷ୍ଟେସନ ମାଷ୍ଟରଙ୍କୁ ଖବର ଦେଇଥିଲେ। ଟ୍ରେନଟି ଷ୍ଟେସନର ୧ ନମ୍ବର ପ୍ଲାଟ ଫର୍ମରେ ଅଟକିଥିଲା।
୭ଟି ବଗିରେ ନିଆଁ
ଖବର ପାଇ ସୋର ଅଗ୍ନିଶମ ବାହିନୀର କର୍ମଚାରୀମାନେ ସାତଟି ବଗିର ନିଆଁକୁ ଲିଭାଇବାକୁ ଚେଷ୍ଟା କରିଥିଲେ। ରାତି ୨ ଟାରୁ ସକାଳ ୭ ଟା ପର୍ଯ୍ୟନ୍ତ ଅଗ୍ନିଶମ ବାହିନୀର କର୍ମଚାରୀମାନେ ନିଆଁ ଲିଭାଇବା ପରେ ନିଆଁ ଆୟତ୍ତ ହୋଇଥିଲା। ପରେ ଟ୍ରେନଟି ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଇଥିଲା। ଏହି ସମୟରେ ଟ୍ରେନ ଯାତାୟତ ବନ୍ଦ କାରଣରୁ ଲୋକେ ନାହିଁ ନଥିବା ଅସୁବିଧାକୁ ସମ୍ମୁଖୀନ ହୋଇଛନ୍ତି।
ସୌଜନ୍ୟ ସମ୍ବାଦ




