ମହାନଗର

Tribal life: ଜନଜାତି ଜୀବନର କଥା ‘ଆଦିବାସୀ ମେଳା’

ଓଡ଼ିଶା ଏକ ବିବିଧ ସଂସ୍କୃତିର ଭୂମି ଯେଉଁଠାରେ ଜନଜାତି ସମ୍ପ୍ରଦାୟ ହଜାର ହଜାର ବର୍ଷ ଧରି ପ୍ରକୃତିର କୋଳରେ ବସବାସ କରି ସେମାନଙ୍କ ଜୀବନଶୈଳୀ, ପରମ୍ପରା ଓ ଚିନ୍ତାଧାରା ସମାଜକୁ....

ଭୁବନେଶ୍ୱର: ଓଡ଼ିଶା ଏକ ବିବିଧ ସଂସ୍କୃତିର ଭୂମି ଯେଉଁଠାରେ ଜନଜାତି ସମ୍ପ୍ରଦାୟ ହଜାର ହଜାର ବର୍ଷ ଧରି ପ୍ରକୃତିର କୋଳରେ ବସବାସ କରି ସେମାନଙ୍କ ଜୀବନଶୈଳୀ, ପରମ୍ପରା ଓ ଚିନ୍ତାଧାରା ସମାଜକୁ ଏକ ନୂତନ ଦିଗ୍‌ଦର୍ଶନ ଦେଉଛି। ଆଦିବାସୀ ପଡ଼ିଆରେ ଆୟୋଜିତ ଆଦିବାସୀ ମେଳା ୨୦୨୬ର ଉଦ୍‌ଘାଟନୀ କରି ଏଭଳି କହିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶାର ଭୌଗୋଳିକ ସ୍ଥିତିକୁ ଅଧ୍ୟୟନ କଲେ ଆମେ ଜାଣିପାରିବା ଯେ, ରାଜ୍ୟର ଜନଜାତିମାନେ ବିଶେଷତଃ ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ବହୁଳ ଭାବରେ ବସବାସ କରନ୍ତି । ତେଣୁ ଆଞ୍ଚଳିକ ବୈଷମ୍ୟତା ଦୂର କରିବା ପାଇଁ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଏବଂ ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ କରିବାରେ ସରକାର ବିହିତ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ସେ କହିଥିଲେ। ଚଳିତ ବର୍ଷ ମେଳାରେ ଓଡ଼ିଶାର ୬୨ଟି ଜନଜାତି ସେମାନଙ୍କର  ପରମ୍ପରା, ଖାଦ୍ୟପେୟ, ପୋଷାକ, କଳା, ସଂସ୍କୃତି ଓ ଲୋକକଳାକୁ ନେଇ ଏକତ୍ରିତ ହୋଇଛନ୍ତି ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button