Chanting on the mountains: ପାହାଡ଼ ଉପରେ ଭଜନ-କୀର୍ତ୍ତନ, ପାଦଦେଶରେ ମନୋରଞ୍ଜନ

ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳାରେ ଜନଗହଳି ବଢ଼ିବାରେ ଲାଗିଛି। ଏବେ ପାହାଡ଼ ଉପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ଦିନବେଳା ହୋମଯଜ୍ଞ ଚାଲୁଥିବା ବେଳେ ସଞ୍ଜ ହେଲେ ଭଜନ କୀର୍ତ୍ତନରେ ପରିବେଶ ପ୍ରକମ୍ପିତ ହେଉଛି। ଖଞ୍ଜଣି ଓ ମୃଦଙ୍ଗର ତାଳରେ ଭଜନ ପରିବେଷଣ ପରିବେଶକୁ ଆଧ୍ୟାତ୍ମିକତାରେ ଭରି ଦେଉଛି। ଏଣେ ପାହାଡ଼ ପାଦଦେଶରେ ବସିଥିବା ମେଳା ବି ବେଶ୍‌ ଲୋକାରଣ୍ୟ ହେଉଛି। ଦିନରେ ଲୋକେ ବାବାଙ୍କ ଦର୍ଶନ କରୁଥିବା ବେଳେ ସଂଧ୍ୟାରେ ମେଳା ବୁଲା ଆଉ ରାତିରେ ଯାତ୍ରା, ଦର୍ଶକଙ୍କ ମନୋରଞ୍ଜନ କରୁଛି।

 

ସୌଜନ୍ୟ ସମ୍ବାଦ