ଦେଶ ବିଦେଶ
Trinamool Congress: ୨ ତୃଣମୂଳ ଗୋଷ୍ଠୀର ନୂଆ ନାମ, ଚିହ୍ନ: ବିଦ୍ରୋହୀ ଗୋଷ୍ଠୀ ଏବେ ‘ଡେମୋକ୍ରାଟିକ୍ ତୃଣମୂଳ କଂଗ୍ରେସ’, ଚିହ୍ନ ଲଫାପା
ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସରେ ବିଭାଜନକୁ ସ୍ୱୀକାର କରିବା ପରେ ନିର୍ବାଚନ କମିସନ ଶୁକ୍ରବାର ମମତା ବାନାର୍ଜୀଙ୍କ ଗୋଷ୍ଠୀ ଓ ବିଦ୍ରୋହୀ ଗୋଷ୍ଠୀ ପାଇଁ ନୂଆ ନାମ ଏବଂ ନିର୍ବାଚନୀ ଚିହ୍ନ ଆବଣ୍ଟନ କରିଛନ୍ତି।

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସରେ ବିଭାଜନକୁ ସ୍ୱୀକାର କରିବା ପରେ ନିର୍ବାଚନ କମିସନ ଶୁକ୍ରବାର ମମତା ବାନାର୍ଜୀଙ୍କ ଗୋଷ୍ଠୀ ଓ ବିଦ୍ରୋହୀ ଗୋଷ୍ଠୀ ପାଇଁ ନୂଆ ନାମ ଏବଂ ନିର୍ବାଚନୀ ଚିହ୍ନ ଆବଣ୍ଟନ କରିଛନ୍ତି। ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଗୋଷ୍ଠୀକୁ ‘ମମତା ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ’ ନାମ ଏବଂ ‘ଫୁଟ୍ବଲ ଖେଳାଳି’ ଚିହ୍ନ ମିଳିଛି। ଅନ୍ୟପକ୍ଷରେ ଅରୂପ ରାୟ ଓ ଋତବ୍ରତ ବାନାର୍ଜୀଙ୍କ ନେତୃତ୍ୱାଧୀନ ବିଦ୍ରୋହୀ ଗୋଷ୍ଠୀକୁ ‘ଡେମୋକ୍ରାଟିକ୍ ତୃଣମୂଳ କଂଗ୍ରେସ’ ନାମ ଓ ‘ଲଫାପା’ ଚିହ୍ନ ଦିଆଯାଇଛି।
ସୌଜନ୍ୟ ସମ୍ବାଦ




