ରାୟଗଡ଼ା: ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ବୁଡୁଣି ଛକ ରାଜ୍ୟ ରାଜପଥରେ ଟ୍ରକ ଓଲଟିଯିବା ଫଳରେ ଚାଳକ ମୃତ୍ୟୁବରଣ କରିଥିବା ଜଣାପଡିଛି । ମୃତ ଚାଳକ ଜଣଙ୍କ ହେଲେ ଉତ୍ତର ପ୍ରଦେଶର। ଏକ ଲୁହା ବୋଝେଇ ଟ୍ରକ୍ ବିଶାଖାପାଟଣା ରୁ ରାଉରକେଲା ଅଭିମୁଖେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡ଼ିଥିଲା। ଚାଳକ ଜଣଙ୍କ ଗାଡି ତଳେ ଚାପି ହୋଇ ରହିଥିବା ବେଳେ ବିଷମ କଟକ ପୁଲିସ୍ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚାଲୁରଖିଥିବI ବେଳେ ଦୀର୍ଘ ଘଣ୍ଟା ପରେ ଚାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ମୃତକଙ୍କ ପରିଚୟ ମିଳି ପାରିନାହିଁ
ତେବେ ଗାଡ଼ି ତଳେ ହେଲ୍ପର ରହିଯାଇ ଥିବା ଅନୁମାନ କରାଯାଉଥିବା ବେଳେ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଗ୍ୟାସ କଟର ସାହାଯ୍ୟରେ ଲୁହା ଗୁଡ଼ିକ କାଟିବା ସହ ଉଦ୍ଧାର କାର୍ଯ୍ୟ ଚାଲୁ ରଖିଛନ୍ତି । ସକାଳୁ ସକାଳୁ ଘନ କୁହୁଡି ଯୋଗୁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ପୁଲିସ ଘଟଣାରେ ତଦନ୍ତ କରୁଥିବା ବେଳେ ମୃତକଙ୍କ ପରିଚୟ ମିଳି ପାରିନାହିଁ I
ସୌଜନ୍ୟ – ସମ୍ବାଦ

