ଦେଶ ବିଦେଶ

Trump Suggests: ଯଦି ସାଉଦି ଆରବ-କତାର ପାଖରେ କ୍ଷେପଣାସ୍ତ୍ର ଅଛି, ତେବେ ଇରାନ ପାଖରେ କାହିଁକି ରହିବ ନାହିଁ, ରୋକିବା ଅନ୍ୟାୟ ହେବ: ତେହେରାନ ସପକ୍ଷରେ ଓକିଲାତି କରି ପୁଣି ୟୁଟର୍ଣ୍ଣ ନେଲେ ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ସମ୍ପର୍କରେ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି, ଇରାନକୁ କିଛି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ରଖିବାକୁ ଅନୁମତି ଦିଆଯିବା ଉଚିତ୍।

ପ୍ୟାରିସ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ସମ୍ପର୍କରେ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି, ଇରାନକୁ କିଛି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ରଖିବାକୁ ଅନୁମତି ଦିଆଯିବା ଉଚିତ୍। ଫ୍ରାନ୍ସରେ ଜି-୭ ଶିଖର ସମ୍ମିଳନୀ ସମୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ କହିଛନ୍ତି ଯେ, ଯଦି ଅନ୍ୟ ଦେଶମାନଙ୍କ ପାଖରେ କ୍ଷେପଣାସ୍ତ୍ର ଅଛି, ତେବେ ଇରାନ ପାଖରେ ଏହା ନ ରହିବା ଟିକେ ଭୁଲ୍ ହେବ। ଟ୍ରମ୍ପ ସାଉଦି ଆରବ ଏବଂ କାତାରର କ୍ଷେପଣାସ୍ତ୍ର ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ,ସେମାନଙ୍କ ପାଖରେ ଯଦି କ୍ଷେପଣାସ୍ତ୍ର ଅଛି ତେବେ ଇରାନ ପାଖରେ କାହିଁକି ରହିବ ନାହିଁ। ଇରାନ ରୋକିବା ଅନ୍ୟାୟ ହେବ। ଏଭଳି କହି ଟ୍ରମ୍ପ ତେହେରାନ ସପକ୍ଷରେ ଓକିଲାତି କରି ପୁଣି ୟୁଟର୍ଣ୍ଣ ନେଇଛନ୍ତି।

ଯେଉଁମାନେ ଇରାନ ପାଖରେ କ୍ଷେପଣାସ୍ତ୍ର ରଖିବା ନେଇ ସମାଲୋଚନା କରୁଛନ୍ତି ସେମାନଙ୍କୁ ଟାର୍ଗେଟ କରି ଟ୍ରମ୍ପ କହିଛନ୍ତି ଯେ, ସେମାନେ ସାଉଦି ଆରବକୁ କ୍ଷେପଣାସ୍ତ୍ର ରଖିବାକୁ ଦେବେ, କିନ୍ତୁ ଇରାନ ପାଖରେ ଏହା କାହିଁକି ହୋଇପାରିବ ନାହିଁ। ଏଭଳି କରାଯିବା ଉଚିତ୍ ନୁହେଁ। ଟ୍ରମ୍ପ ପରମାଣୁ ଅସ୍ତ୍ର ତୁଳନାରେ କ୍ଷେପଣାସ୍ତ୍ରକୁ କମ୍ ଆକଳନ କରିଥିଲେ ଏବଂ କହିଥିଲେ ଯେ, କ୍ଷେପଣାସ୍ତ୍ର ପରମାଣୁ ବୋମା ପରି ପୃଥିବୀକୁ ନଷ୍ଟ କରେ ନାହିଁ।
ଯଦିଓ ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଚୁକ୍ତିନାମାରେ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ଉଲ୍ଲେଖ ନାହିଁ, ତଥାପି ଟ୍ରମ୍ପଙ୍କ ଏହି ପ୍ରସଙ୍ଗକୁ ଗୁରୁତ୍ୱହୀନ କରିବା ଆମେରିକା ନୀତିରେ ଏକ ବଡ଼ ପରିବର୍ତ୍ତନକୁ ସଙ୍କେତ ଦିଏ। ଯଦି ଇରାନକୁ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ରଖିବା ପାଇଁ ଅନୁମତି ଦିଆଯାଏ, ତେବେ ଏହା ଇସ୍ରାଏଲ ପାଇଁ ଏକ ବିପର୍ଯ୍ୟୟ ହେବ। ଯେତେବେଳେ ଇସ୍ରାଏଲ, ଆମେରିକା ସହିତ ମିଶି ଫେବ୍ରୁଆରି ୨୮ ରେ ଇରାନ ଯୁଦ୍ଧ ଆରମ୍ଭ କରିଥିଲା, ସେତେବେଳେ ତେହେରାନର କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମକୁ ସମାପ୍ତ କରିବା ଏହାର ପ୍ରାଥମିକ ଉଦ୍ଦେଶ୍ୟ ମଧ୍ୟରୁ ଗୋଟିଏ ଥିଲା। ଇସ୍ରାଏଲ ନିରନ୍ତର ଭାବରେ କହି ଆସୁଛି ଯେ, ଇରାନ ପରମାଣୁ ଅସ୍ତ୍ର ବିକାଶ ଯେପରି ନରୋକିବ ସେଥିପାଇଁ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମକୁ ଢାଲ ଭାବରେ ବ୍ୟବହାର କରୁଛି।

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button