Vedanta: ବେଦାନ୍ତର ୪ ସ୍ବାଧୀନ କମ୍ପାନି ବିଏସ୍ଇ, ଏନ୍ଏସ୍ଇରେ ତାଲିକାଭୁକ୍ତ
ଶିଳ୍ପପତି ଅନିଲ ଅଗ୍ରୱାଲଙ୍କ ବେଦାନ୍ତ ଗ୍ରୁପ୍ର ଚାରିଟି ସ୍ବାଧୀନ କମ୍ପାନି ଷ୍ଟକ୍ ବଜାରରେ ପ୍ରବେଶ କରିଛି। ସବୁ କମ୍ପାନିର ସେୟାର ବିଏସ୍ଇ ଓ ଏନ୍ଏସ୍ଇରେ ତାଲିକାଭୁକ୍ତ ହୋଇଛି। ଏହି ଚାରିଟି ପୃଥକ ପୃଥକ କମ୍ପାନି ହେଉଛି ବେଦାନ୍ତ ଆଲୁମିନିୟମ, ବେଦାନ୍ତ ଅଏଲ୍ ଆଣ୍ଡ୍ ଗ୍ୟାସ୍, ବେଦାନ୍ତ ଆଇରନ ଆଣ୍ଡ୍ ଷ୍ଟିଲ୍ ଓ ବେଦାନ୍ତ ପାୱାର।

ମୁମ୍ବାଇ: ଶିଳ୍ପପତି ଅନିଲ ଅଗ୍ରୱାଲଙ୍କ ବେଦାନ୍ତ ଗ୍ରୁପ୍ର ଚାରିଟି ସ୍ବାଧୀନ କମ୍ପାନି ଷ୍ଟକ୍ ବଜାରରେ ପ୍ରବେଶ କରିଛି। ସବୁ କମ୍ପାନିର ସେୟାର ବିଏସ୍ଇ ଓ ଏନ୍ଏସ୍ଇରେ ତାଲିକାଭୁକ୍ତ ହୋଇଛି। ଏହି ଚାରିଟି ପୃଥକ ପୃଥକ କମ୍ପାନି ହେଉଛି ବେଦାନ୍ତ ଆଲୁମିନିୟମ, ବେଦାନ୍ତ ଅଏଲ୍ ଆଣ୍ଡ୍ ଗ୍ୟାସ୍, ବେଦାନ୍ତ ଆଇରନ ଆଣ୍ଡ୍ ଷ୍ଟିଲ୍ ଓ ବେଦାନ୍ତ ପାୱାର। ପୂର୍ବରୁ ବେଦାନ୍ତ ଲିମିଟେଡ୍ ଓ ହିନ୍ଦୁସ୍ତାନ ଜିଙ୍କ ଷ୍ଟକ୍ ବଜାରରେ ଥିଲେ।
ଏହି ଅବସରରେ ଶ୍ରୀ ଅଗ୍ରୱାଲ କହିଥିଲେ ଯେ ବେଦାନ୍ତ ପାଇଁ ଏହା ହେଉଛି ଏକ ଐତିହାସିକ ଦିନ। ୨୪ ବର୍ଷ ତଳେ ପ୍ରଥମ ଭାରତୀୟ କମ୍ପାନି ଭାବେ ଲଣ୍ଡନ ଷ୍ଟକ୍ ଏକ୍ସଚେଞ୍ଜରେ ବେଦାନ୍ତ ତାଲିକାଭୁକ୍ତ ହୋଇଥିଲା ତଥା ଏକ ଏଫ୍ଟିଏସ୍ଇ ୧୦୦ କମ୍ପାନିରେ ପରିଣତ ହୋଇଥିଲା। ସେ ଦିନ ଯେଉଁ ମଞ୍ଜି ପୋତାଯାଇଥିଲା ତାହା ଏକ ମହାଦ୍ରୁମରେ ପରିଣତ ହୋଇଛି ଏବଂ ଏହା ତଳେ ଉଠିଥିବା ଚାରାଗୁଡ଼ିକ ଏବେ ବଡ଼ ବଡ଼ ବୃକ୍ଷରେ ପରିଣତ ହୋଇ ଭାରତର ଅଭିବୃଦ୍ଧି ପ୍ରତି ଯୋଗଦାନ ଦେଉଛନ୍ତି। ଯେଉଁ ମୁମ୍ବାଇ ସହରରୁ ମୋ ବ୍ୟବସାୟ ଯାତ୍ରା ଆରମ୍ଭ ହୋଇଥିଲା, ସେଠାରୁ ଅଭିବୃଦ୍ଧିର ପରବର୍ତ୍ତୀ ପର୍ଯ୍ୟାୟକୁ ଆଜି ଉନ୍ମୋଚନ କରାଯାଇଛି ବୋଲି ସେ କହିଛନ୍ତି। ଭାରତ ଭଳି ଅନ୍ୟ କୌଣସି ଦେଶ ନାହିଁ ଏବଂ ଏହା ଭାରତର ସମୟ ବୋଲି ସେ କହିଛନ୍ତି।
ସୌଜନ୍ୟ ସମ୍ବାଦ




