ଜାତୀୟ

Trump Tariff: ୧୦୦% ଟାରିଫ୍ ବୋମା ବିସ୍ଫୋରଣ ! ନୂଆ ଆଇନରେ ଟ୍ରମ୍ପଙ୍କ ସ୍ୱାକ୍ଷର, ଭାରତ ଉପରେ ପଡ଼ିବ କି ପ୍ରଭାବ ?

ନୂଆଦିଲ୍ଲୀ,୧୯/୦୯; ଭାରତ ଉପରେ ୧୦୦% ଟାରିଫ୍ ଲଗାଇବା କି ଆମେରିକା ? ଏହାକୁ ନେଇ ଘନେଇଲା ସନ୍ଦେହ । ଖାଲି ଭାରତ ନୁହେଁ ଭାରତ ସହ ଚୀନ ଉପରେ ଫୁଟି ପାରେ ୧୦୦ ପ୍ରତିଶତ ଟାରିଫ୍ ବୋମା । ମନ ଇଚ୍ଛା ଶୁଳ୍କ ଲଦିବେ କି ଡେନାଲ୍ଡ ଟ୍ରମ୍ପ ? ସର୍ବାଧିକ ୧୦୦ ପ୍ରତିଶତ ଟାରିଫ୍ ଲଗାଇପାରିବେ ଟ୍ରମ୍ପ ।  ଆମେରିକାର ନୂଆ ଆଇନରେ ସ୍ୱାକ୍ଷର କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଋଷଠାରୁ ତୈଳ କ୍ରୟ କରୁଥିବା ବିରୋଧୀ ଆଇନକୁ ରାଷ୍ଟ୍ରପତି ଟ୍ରମ୍ପ ହସ୍ତାକ୍ଷର କରିଛନ୍ତି । ଲିଣ୍ଡସେ ଗ୍ରାହମ କଟକଣା ବିଲ୍ ୨୦୧୬କୁ ସୀକୃତି ଦେଇଛନ୍ତି ଟ୍ରମ୍ପ । ଏହି ଆଇନ୍ ଋଷକୁ ଆଇନଗତ ପ୍ରତିବନ୍ଧକ, ଶୁଳ୍କ ଏବଂ ପ୍ରତିବନ୍ଧକ ଲାଗୁ କରିବାର ଅଧିକାର ଦେଇଛି । ଏହା ସହିତ ଏହି ଆଇନ୍ ଇରାନ ଉପରେ ପୂର୍ବରୁ ଲାଗୁ ହୋଇଥିବା ପ୍ରତିବନ୍ଧକକୁ ମଧ୍ୟ ବୃଦ୍ଧି କରିଛି । ଋଷଠାରୁ ତୈଳ ଓ ଗ୍ୟାସ କ୍ରୟ କରୁଥିବା ଦେଶ ଉପରେ ଲାଗିପାରେ କଡ଼ କଟକଣା ।

ଆମେରିକାର ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସରେ ଏହି ବିଲ୍ ଭୋଟ୍ ହୋଇଥିଲା। ଏହି ବିଲ୍ ସପକ୍ଷରେ ୨୬୨ ଭୋଟ୍ ହୋଇଥିବା ବେଳେ ବିପକ୍ଷରେ ୧୫୯ ଟି ମତଦାନ ହୋଇଥିଲା। ସଂଖ୍ୟାଗରିଷ୍ଠତା ହେତୁ ଏହି ବିଲ୍ ସିନେଟରେ ଅନୁମୋଦନ ହୋଇସାରିଛି । ଏହି ଆଇନ୍ ଦ୍ୱାରା ତୈଳ କ୍ରୟ କରୁଥିବା ୫ ବଡ଼ ଦେଶ ଉପରେ ଟାରିଫ୍ ଲଗାଇ ପାରନ୍ତି ଡୋନାଲ୍ଡ ଟ୍ରମ୍ପ । ଋଷଠାରୁ ଭାରତ ଏବଂ ଚୀନ ଅଧିକ ତୈଳ କ୍ରୟ କରୁଛନ୍ତି । ଆମେରିକା ରାଷ୍ଟ୍ରପତିଙ୍କ ଏହି ପଦକ୍ଷେପ ଦ୍ୱାରା ଋଷରୁ ତେଲ କିଣୁଥିବା ଦୁଇ ବୃହତ୍ତମ ଦେଶ ଭାରତ ଭାରତ ଏବଂ ଚୀନ ସିଧାସଳଖ ଆମେରିକା ଟାର୍ଗେଟକୁ ଆସିପାରନ୍ତି । ଏହି ଆଇନ୍ ଋଷର ଶକ୍ତି କ୍ଷେତ୍ର, ବରିଷ୍ଠ ଅଧିକାରୀ ଆର୍ଥିକ ଅନୁଷ୍ଠାନ ଏବଂ ପ୍ରତିବନ୍ଧକକୁ ଏଡାଇବା ପାଇଁ ବ୍ୟବହୃତ ଟ୍ୟାଙ୍କରର ଏକ ସିକ୍ରେଟ୍ ନେଟୱର୍କକୁ ଟାର୍ଗେଟ କରିଛି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button