Trump will be removed from power: ଟ୍ରମ୍ପ୍ ହେବେ କ୍ଷମତାଚ୍ୟୁତ!, ନିଜ ଦେଶରେ ବିରୋଧର ସମ୍ମୁଖୀନ

ଇରାନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବିଦ୍ରୋହ କରି କ୍ଷମତା ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଛନ୍ତି। ତେବେ ଏବେ ନିଜ ଦେଶ ଆମେରିକାରେ ସେ ବିରୋଧର ସମ୍ମୁଖୀନ ହେଉଛନ୍ତି...

ୱାଶିଂଟନ: ଇରାନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବିଦ୍ରୋହ କରି କ୍ଷମତା ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଛନ୍ତି। ତେବେ ଏବେ ନିଜ ଦେଶ ଆମେରିକାରେ ସେ ବିରୋଧର ସମ୍ମୁଖୀନ ହେଉଛନ୍ତି। ଏନେଇ ଟ୍ରମ୍ପ୍‌ଙ୍କ ଚିନ୍ତା ବଢ଼ିବାରେ ଲାଗିଛି।

ମିନେସୋଟାର ମିନିଆପୋଲିସରେ ଏକ ଅପରେସନ୍ ସମୟରେ ଇମିଗ୍ରେସନ ଏବଂ କଷ୍ଟମ୍ସ ପ୍ରବର୍ତ୍ତନ (ICE) ଅଧିକାରୀ ଗୁଳି ଚଳାଇବାରୁ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିଲା। ମହିଳା ଜଣଙ୍କ ରେନି ଗୁଡ୍ ବୋଲି ଚିହ୍ନଟ କରାଯାଇଥିଲା। ଫେଡେରାଲ୍ ଅଧିକାରୀମାନେ କହିଥିଲେ ଯେ, ମହିଳା ଜଣକ ଅଧିକାରୀଙ୍କ ଉପରରେ ଗାଡ଼ି ଚଢ଼ାଇବାକୁ ଚେଷ୍ଟା କରିଥିଲେ। ସହରର ମେୟର ଏହି କାର୍ଯ୍ୟକୁ ନିନ୍ଦାଜନକ ବୋଲି କହିଥିଲେ

ଏହି ଘଟଣା ପରେ, ଘଟଣାସ୍ଥଳରେ ଏକ ବଡ଼ ଭିଡ଼ ଜମା ହୋଇ ସ୍ଥାନୀୟ ଏବଂ ସଂଘୀୟ ଅଧିକାରୀଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ପ୍ରତିବାଦକାରୀମାନେ “ଲଜ୍ଜା କର” ଏବଂ “ମିନେସୋଟାରୁ ICE ବାହାର କର” ଭଳି ସ୍ଲୋଗାନ ଦେଇଥିଲେ ଏବଂ ପ୍ରତିବାଦରେ ସିଟି ବଜାଇଥିଲେ।

ମିନିଆପୋଲିସ୍ ମେୟର ଜାକବ୍ ଫ୍ରେ କହିଥିଲେ ଯେ, ଇମିଗ୍ରେସନ୍ ଏଜେଣ୍ଟମାନେ ସହରରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ଏବଂ ସୋସିଆଲ ମିଡିଆରେ ଲେଖିଥିଲେ ଯେ, ICE ତୁରନ୍ତ ସହର ଏବଂ ରାଜ୍ୟ ଛାଡିବା ଉଚିତ୍। ସେ ପ୍ରବାସୀ ଏବଂ ଶରଣାର୍ଥୀ ଗୋଷ୍ଡୀ ସହିତ ଛିଡା ହୋଇଛନ୍ତି ବୋଲି କହିଥିଲେ।

ଘଟଣା ପାଇଁ ମହିଳାଙ୍କୁ ଦାୟୀ କଲେ ଟ୍ରମ୍ପ୍

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏହି ଘଟଣା ସମ୍ପର୍କରେ ଏକ ବିବୃତି ଜାରି କରି ଘଟଣା ପାଇଁ ମହିଳାଙ୍କୁ ଦାୟୀ କରିଥିଲେ। ଟ୍ରମ୍ପ୍ ସୋସିଆଲ ମିଡିଆରେ କହିଥିଲେ ଯେ, ସେ ମିନେସୋଟାର ମିନିଆପୋଲିସରେ ଘଟିଥିବା ଘଟଣାର ଭିଡିଓ ଦେଖିଛନ୍ତି। ଏହା ଅତ୍ୟନ୍ତ ଭୟଙ୍କର।

ଟ୍ରମ୍ପ୍ କହିଥିଲେ, ଚିତ୍କାର କରୁଥିବା ମହିଳା ସ୍ପଷ୍ଟ ଭାବରେ ଉତ୍ତେଜନା ସୃଷ୍ଟିକାରୀ ଥିଲେ। ଗାଡି ଚଳାଉଥିବା ମହିଳା ଅବ୍ୟବସ୍ଥିତ ଥିଲେ ଏବଂ ଅଧିକାରୀମାନଙ୍କୁ ବାଧା ଦେଉଥିଲେ। ମହିଳା ଜଣକ ଉଦ୍ଦେଶ୍ୟମୂଳକ ଭାବରେ ICE ଅଧିକାରୀଙ୍କ ଉପରେ ଗାଡ଼ି ଚଢ଼ାଇବାକୁ ଚେଷ୍ଟା କରିଥିଲେ। ଯାହା ଫଳରେ ଅଧିକାରୀ ଆତ୍ମରକ୍ଷା ପାଇଁ ଗୁଳି ଚଳାଇଥିଲେ।

ଆମେରିକାରେ ପ୍ରତିବାଦ

ଦେଶର ଅନେକ ଅଞ୍ଚଳରେ ଏନେଇ ପ୍ରତିବାଦ ପ୍ରଦର୍ଶନ ଜାରି ରହିଛି। ଲକ୍ଷ ଲକ୍ଷ ଲୋକ ରାସ୍ତାକୁ ଓହ୍ଲାଇ ଟ୍ରମ୍ପ୍ ପ୍ରଶାସନ ବିରୋଧରେ ସ୍ଲୋଗାନ ଦେଉଛନ୍ତି ଏବଂ ଆମେରିକୀୟ ପତାକା ଜାଳି ଦେଉଛନ୍ତି।

ସୌଜନ୍ୟ ସମ୍ବାଦ

 

Exit mobile version