Tusara Festival: କାଲିଠୁ ଆରମ୍ଭ ହେବ ‘ତୁଷାର’ ୨୦୨୬

ଫେବ୍ରୁଆରି ୩ରୁ ୭ ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ବ୍ୟାପି ସଂସ୍କୃତି ଓ ପରମ୍ପରାର ମିଳନର ପର୍ବ ‘ତୁଷାର’ ସ୍ଥାନୀୟ ସହରର ୪ନଂ ୱାର୍ଡସ୍ଥିତ ଶ୍ରୀରାମପଦାରେ ଅବସ୍ଥିତ କଳିଙ୍ଗ ମିନି ଷ୍ଟାଡିୟମ ପଡ଼ିଆରେ ଆୟୋଜନ କରାଯାଉଛି।

ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): ଫେବ୍ରୁଆରି ୩ରୁ ୭ ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ବ୍ୟାପି ସଂସ୍କୃତି ଓ ପରମ୍ପରାର ମିଳନର ପର୍ବ
‘ତୁଷାର’ ସ୍ଥାନୀୟ ସହରର ୪ନଂ ୱାର୍ଡସ୍ଥିତ ଶ୍ରୀରାମପଦାରେ ଅବସ୍ଥିତ କଳିଙ୍ଗ ମିନି ଷ୍ଟାଡିୟମ ପଡ଼ିଆରେ ଆୟୋଜନ କରାଯାଉଛି। ଏଥି ପାଇଁ ପ୍ରସ୍ତୁତି ଶେଷ ହୋଇଯାଇଛି। ଶୀତ ମହୋତ୍ସବ ତୁଷାର ୨୦୨୬ ଆରମ୍ଭ ହେବାକୁ ଗୋଟିଏ ଦିନ ବାକି ଥିବାବେଳେ ମହୋତ୍ସବକୁ ନେଇ ଅଞ୍ଚଳରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି।

ଓଡ଼ିଶା ପରିବହନ, ଇସ୍ପାତ ଓ ଖଣି ବିଭାଗର ମନ୍ତ୍ରୀ ବିଭୂତି ଭୂଷଣ ଜେନା ମହୋତ୍ସବକୁ ଉଦ୍‌ଘାଟନ କରିବା ନେଇ ସୂଚନା ମିଳିଛି। ଏଥି ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଜୋରସୋରରେ ଚାଲିଥିବା ବେଳେ ମୁଖ୍ୟ ମଞ୍ଚ ସହ ସେଲ୍ଫି ପଏଣ୍ଟ, ମୀନା ବଜାର, ଷ୍ଟଲ୍ ପ୍ରସ୍ତୁତ ହୋଇସାରିଛି। ଆସନ୍ତା ଫେବ୍ରୁଆରି ୧ ତାରିଖ ଠାରୁ ୩ ତାରିଖ ପର୍ଯ୍ୟନ୍ତ ସମସ୍ତ ପଞ୍ଚାୟତ ତଥା କଳିଙ୍ଗା, ତାଲାରୀମାହା, ମାଲିକାପଡ଼ି, ରଟିଙ୍ଗିଆ, ଗ୍ରେସିଙ୍ଗିଆ, ରାଇପଦା, ଲିଙ୍ଗାଗଡ଼, କତିଙ୍ଗିଆ ଆଦି ପଞ୍ଚାୟତ ଗ୍ରାମରେ ଚାଲିଥିବା ମହୋତ୍ସବ ମଶାଲ ଶୋଭାଯାତ୍ରା ୩ ତାରିଖରେ ସହରରେ ପହଁଞ୍ଚିବା ପରେ ବିରାଟ ଶୋଭାଯାତ୍ରାରେ ବାହାରି ମହୋତ୍ସବ ପଡ଼ିଆକୁ ନିଆଯିବ।

ଉଦ୍‌ଘାଟନୀ ଦିବସ ଅବସରରେ ମଶାଲ ଶୋଭାଯାତ୍ରାରେ କଳାହାଣ୍ଡି କଟାପା ସହର ପରିକ୍ରମା କରି ମହୋତ୍ସବ ସ୍ଥାନକୁ ଯିବା ବ୍ୟବସ୍ଥା ରହିଛି। ଉଦ୍‌ଘାଟନୀ ଦିବସ କୁଇ ସଙ୍ଗୀତ ମେଲୋଡ଼ି କାର୍ଯ୍ୟକ୍ରମରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହେବ ୪ ତାରିଖ ଦିନ ଖ୍ୟାତିନାମା କଳାକାର ବର୍ଣାଳୀ ହୋତା, ୫ ତାରିଖ ଦିନ ଅନ୍ତରା ଚକ୍ରବର୍ତ୍ତୀ, ୬ ତାରିଖ ଦିନ ବ୍ରହ୍ମପୁରରୁ ହେଲୋମେନ ଗ୍ରୁପ, ଫୁଲବାଣୀ ନଟରାଜ କଳାମନ୍ଦିରର କଳାକାର ମାନେ ନିଜ କଳା ପରିବେଷଣ କରିବେ ଓ ମୁଁ ବି ନମିତା ଅଗ୍ରୱାଲ ହେବି ସଙ୍ଗୀତ କାର୍ଯ୍ୟକ୍ରମରେ ସଙ୍ଗୀତ ପରିବେଷଣ କରିଥିବା କୁନି କଣ୍ଠଶିଳ୍ପୀ ସମୃଦ୍ଧି ପଟ୍ଟନାୟକ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। ଉଦ୍‌ଯାପନୀ ଦିବସରେ ବଲାଙ୍ଗୀର ମେଲୋଡ଼ି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି।

ଅନ୍ୟପଟେ ମହୋତ୍ସବରେ ଅତିଥି ନିମନ୍ତ୍ରଣ,ସାଂସ୍କୃତିକ କମିଟି, ଶୋଭେନିୟର କମିଟି, ମଞ୍ଚ ପରିଚାଳନା କମିଟି, ଷ୍ଟଲ କମିଟି, ଶୃଙ୍ଖଳା କମିଟି, ଅଭ୍ୟର୍ଥନା କମିଟି, ପ୍ରଚାର କମିଟି, ଅର୍ଥ ପରିଚାଳନା କମିଟି ନିଜ ନିଜ କର୍ତ୍ତବ୍ୟ କରୁଛନ୍ତି। ସ୍ଥାନୀୟ ଅଞ୍ଚଳ ରେ ପ୍ରଥମ ଥର ଶୀତ ମହୋତ୍ସବ ଅନୁଷ୍ଠିତ ହେଉଥିବାରୁ ଅଞ୍ଚଳବାସୀ ଉତ୍ସାହିତ ଥିବା ଦେଖିବାକୁ ମିଳିଛି।ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ଜିଲ୍ଲାପ୍ରଶାସନ ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଶେଷ ହୋଇଛି।ଅପେକ୍ଷା ଘୁ.ଉଦୟଗିରି ଶୀତ ମହୋତ୍ସବ ‘ତୁଷାର’କୁ ଉପଭୋଗ କରିବାର।ସ୍ଥାନୀୟ ଅଞ୍ଚଳର କଳା, ସଂସ୍କୃତି, ପରମ୍ପରାର ଅପୂର୍ବ ମିଳନ ସହ ଅଞ୍ଚଳର ଲୁକାୟିତ ପ୍ରତିଭାଙ୍କୁ ମଞ୍ଚରେ ସୁଯୋଗ ଦେବା ସହ ସ୍ଥାନୀୟ ଅଞ୍ଚଳର ପର୍ଯ୍ୟଟନ କ୍ଷେତ୍ରର ପ୍ରଚାର, ପ୍ରସାର ପାଇଁ ଏହି ମହୋତ୍ସବ ମାଧ୍ୟମରେ କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହ ଲୋକ କଳାକୁ ରାଜ୍ୟ ଏବଂ ଦେଶ ରେ ପରିଚିତ କରେଇବା ଲକ୍ଷ ନେଇ ଆୟୋଜନ କରାଯାଉଥିବା ଉତ୍ସବ କମିଟି ସଭାପତି ଜ୍ଞାନ ଚନ୍ଦ୍ର ପ୍ରଧାନ, ସମ୍ପାଦକ ମହମ୍ମଦ ଜିଆଉଦ୍ଦୀନ, ଜାଲିନା ପ୍ରିୟଦର୍ଶିନୀ, ଆମନ ଚନ୍ଦ୍ର ନାୟକ, ପ୍ରମୁଖ ସୂଚନା ଦେଇଛନ୍ତି।

ସୌଜନ୍ୟ ସମ୍ବାଦ

Exit mobile version