ଦେଶ ବିଦେଶ

UCC Bill: ମଧ୍ୟପ୍ରଦେଶ ବିଧାନସଭାରେ ସମାନ ନାଗରିକ ସଂହିତା ବିଲ୍‌ ଗୃହୀତ

ହଟ୍ଟଗୋଳ ଓ ବିରୋଧୀଙ୍କ ବିରୋଧ ମଧ୍ୟରେ ମଧ୍ୟପ୍ରଦେଶ ବିଧାନସଭାରେ ମଙ୍ଗଳବାର ସମାନ ନାଗରିକ ସଂହିତା (ୟୁସିସି) ବିଲ୍‌ ପାସ୍ ହୋଇଛି। ଏହା ସହିତ ଉତ୍ତରାଖଣ୍ଡ, ଗୁଜରାଟ ଓ ଅରୁଣାଚଳପ୍ରଦେଶ ପରେ ମଧ୍ୟପ୍ରଦେଶ ଦେଶର ଚତୁର୍ଥ ରାଜ୍ୟ ଭାବେ ସମାନ ନାଗରିକ...

ଭୋପାଳ: ହଟ୍ଟଗୋଳ ଓ ବିରୋଧୀଙ୍କ ବିରୋଧ ମଧ୍ୟରେ ମଧ୍ୟପ୍ରଦେଶ ବିଧାନସଭାରେ ମଙ୍ଗଳବାର ସମାନ ନାଗରିକ ସଂହିତା (ୟୁସିସି) ବିଲ୍‌ ପାସ୍ ହୋଇଛି। ଏହା ସହିତ ଉତ୍ତରାଖଣ୍ଡ, ଗୁଜରାଟ ଓ ଅରୁଣାଚଳପ୍ରଦେଶ ପରେ ମଧ୍ୟପ୍ରଦେଶ ଦେଶର ଚତୁର୍ଥ ରାଜ୍ୟ ଭାବେ ସମାନ ନାଗରିକ ସଂହିତା ଲାଗୁ କରିବା ଦିଗରେ ଆଗେଇଛି।

ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ସରକାର ପକ୍ଷରୁ ଉପସ୍ଥାପିତ ଏହି ବିଲ୍‌ ଉପରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ବିଜେପି ସଦସ୍ୟମାନେ ବିଲ୍‌କୁ ସମର୍ଥନ କରି ଏହା ଲିଙ୍ଗଗତ ସମାନତା, ସାମାଜିକ ନ୍ୟାୟ ଓ ସମସ୍ତ ନାଗରିକଙ୍କ ପାଇଁ ସମାନ ଆଇନ ବ୍ୟବସ୍ଥା ସୁନିଶ୍ଚିତ କରିବ ବୋଲି କହିଥିଲେ। ଅନ୍ୟପକ୍ଷରେ, କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ବିଲ୍‌କୁ ବିରୋଧ କରି ଏହା ଧାର୍ମିକ ସ୍ୱାଧୀନତା ଓ ବ୍ୟକ୍ତିଗତ ଆଇନ ଉପରେ ପ୍ରଭାବ ପକାଇବ ବୋଲି ଅଭିଯୋଗ କରିଥିଲେ। ଏହାକୁ ନେଇ ବିଧାନସଭାରେ ହଟ୍ଟଗୋଳ ମଧ୍ୟ ଦେଖାଯାଇଥିଲା।

ବିଲ୍‌ରେ ବିବାହ, ଛାଡ଼ପତ୍ର, ଭରଣପୋଷଣ, ଉତ୍ତରାଧିକାର ଓ ଦତ୍ତକ ଗ୍ରହଣ ଭଳି ପାରିବାରିକ ବିଷୟରେ ସମସ୍ତ ସମ୍ପ୍ରଦାୟ ପାଇଁ ଏକ ସମାନ ଆଇନ ବ୍ୟବସ୍ଥାର ପ୍ରସ୍ତାବ ରହିଛି। ବହୁବିବାହ ନିଷେଧ, ବିବାହର ବାଧ୍ୟତାମୂଳକ ପଞ୍ଜୀକରଣ, ମହିଳା ଓ ସନ୍ତାନଙ୍କ ଅଧିକାର ସୁରକ୍ଷା ସମ୍ପର୍କିତ ବ୍ୟବସ୍ଥା ମଧ୍ୟ ବିଲ୍‌ରେ ସାମିଲ କରାଯାଇଛି। ଅନୁସୂଚିତ ଜନଜାତି ସମ୍ପ୍ରଦାୟକୁ ଏହି ଆଇନର ପରିସରରୁ ବାଦ ଦିଆଯାଇଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button