ଦେଶ ବିଦେଶ

Ukraine: ୟୁକ୍ରେନ ଛାଡ଼ୁଥିବା ଜାହାଜ ଉପରେ ଆକ୍ରମଣ, ୪ ଭାରତୀୟଙ୍କ ମୃତ୍ୟୁ

ୟୁକ୍ରେନର ଓଡ଼େଶା ବନ୍ଦର ଛାଡ଼ୁଥିବା ଏକ ମାଲବାହୀ ଜାହାଜ ଉପରେ ଆକ୍ରମଣ ହେବା ଦ୍ବାରା ୪ ଭାରତୀୟ ନାଗରିକଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟଜଣେ ଗୁରୁତର ଅଛନ୍ତି। ବିଦେଶ ବ୍ୟାପାର ମନ୍ତ୍ରାଳୟ ଅନୁଯାୟୀ ଗିନି-ବିସାଉ ପତାକା ଥିବା ଜାହାଜ ଏମ୍‌ଭି ଗୋଲ୍ଡେନ ଲିଓ ଉପରେ ଜୁଲାଇ ୧୯ ତାରିଖ ସନ୍ଧ୍ୟାରେ ଆକ୍ରମଣ ହୋଇଥିଲା

ନୂଆଦିଲ୍ଲୀ: ୟୁକ୍ରେନର ଓଡ଼େଶା ବନ୍ଦର ଛାଡ଼ୁଥିବା ଏକ ମାଲବାହୀ ଜାହାଜ ଉପରେ ଆକ୍ରମଣ ହେବା ଦ୍ବାରା ୪ ଭାରତୀୟ ନାଗରିକଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟଜଣେ ଗୁରୁତର ଅଛନ୍ତି। ବିଦେଶ ବ୍ୟାପାର ମନ୍ତ୍ରାଳୟ ଅନୁଯାୟୀ ଗିନି-ବିସାଉ ପତାକା ଥିବା ଜାହାଜ ଏମ୍‌ଭି ଗୋଲ୍ଡେନ ଲିଓ ଉପରେ ଜୁଲାଇ ୧୯ ତାରିଖ ସନ୍ଧ୍ୟାରେ ଆକ୍ରମଣ ହୋଇଥିଲା। ୫ ଭାରତୀୟଙ୍କ ସମେତ ମୋଟ୍‌ ୧୭ ଜଣ କ୍ରୁ ସଦସ୍ୟ ଥିବା ଜାହାଜଟି ଓଡ଼େଶା ବନ୍ଦର ଛାଡ଼ୁଥିବାବେଳେ ଏହା ଉପରେ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ୪ ଭାରତୀୟଙ୍କ ମୃତ୍ୟୁ ହୋଇଛି ଓ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ବୋଲି ଏମ୍‌ଇଏ ସୋମବାର ଜାରି କରିଥିବା ବିବୃତିରେ କହିଛି। ୟୁକ୍ରେନସ୍ଥିତ ଭାରତୀୟ ଦୂତାବାସ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଅଛନ୍ତି ଏବଂ ପ୍ରଭାବିତଙ୍କୁ ସହଯୋଗ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ ଜାରି ରହିଛି ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button