Unemployment: ବେକାରି ହାର ୪.୭%କୁ ହ୍ରାସ: ଏପ୍ରିଲ୍‌ ପରେ ସର୍ବନିମ୍ନ

ପନ୍ଦର ବର୍ଷ ଓ ତା’ଠାରୁ ଅଧିକ ବୟସ ବର୍ଗରେ ବେକାରି ହାର ୪.୭ ପ୍ରତିଶତକୁ ହ୍ରାସ ପାଇଛି। କେନ୍ଦ୍ର ସରକାର ଜାରି କରିଥିବା ନଭେମ୍ବର ମାସ ତଥ୍ୟରୁ ଏହା ଜଣାପଡ଼ିଛି। ଗତ ଅକ୍ଟୋବରରେ ବେକାରି ହାର ୫.୨ ପ୍ରତିଶତ ଥିଲା। ଗତ ଏପ୍ରିଲ୍ ପରେ ଦେଶରେ ବେକାରି ହାର ସର୍ବନିମ୍ନ ସ୍ତରକୁ ଖସିଛି।

ନୂଆଦିଲ୍ଲୀ: ପନ୍ଦର ବର୍ଷ ଓ ତା’ଠାରୁ ଅଧିକ ବୟସ ବର୍ଗରେ ବେକାରି ହାର ୪.୭ ପ୍ରତିଶତକୁ ହ୍ରାସ ପାଇଛି। କେନ୍ଦ୍ର ସରକାର ଜାରି କରିଥିବା ନଭେମ୍ବର ମାସ ତଥ୍ୟରୁ ଏହା ଜଣାପଡ଼ିଛି। ଗତ ଅକ୍ଟୋବରରେ ବେକାରି ହାର ୫.୨ ପ୍ରତିଶତ ଥିଲା। ଗତ ଏପ୍ରିଲ୍ ପରେ ଦେଶରେ ବେକାରି ହାର ସର୍ବନିମ୍ନ ସ୍ତରକୁ ଖସିଛି। ନଭେମ୍ବରରେ ଗ୍ରାମୀଣ ବେକାରି ହାର ୩.୯ ପ୍ରତିଶତ ଓ ସହରାଞ୍ଚଳରେ ତାହା ୬.୫ ପ୍ରତିଶତ ରହିଛି। ଉଭୟ ପୁରୁଷ ଓ ମହିଳାଙ୍କୁ ନଭେମ୍ବରରେ ଅଧିକ କାମ ମିଳିଥିଲା। ସେଥିପାଇଁ ମହିଳା ବର୍ଗରେ ବେକାରି ହାର ୪.୮ ପ୍ରତିଶତକୁ ଖସିଆସିଛି। ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ମହିଳା ବେକାରି ହାର ୩.୪ ପ୍ରତିଶତ ଓ ୯.୩ ପ୍ରତିଶତକୁ ହ୍ରାସ ପାଇଛି।

Exit mobile version