ଦେଶ ବିଦେଶବାଣିଜ୍ୟ

UPI: ରେକର୍ଡ ମାସିକ ୟୁପିଆଇ କାରବାର

ନୂଆଦିଲ୍ଲୀ: ଗତ ମେ ମାସରେ ରେକର୍ଡ ପରିମାଣର ୟୁପିଆଇକାରବାର ହୋଇଛି। ଏହି ମାସରେ ୨୩୨୦ କୋଟି ଥରରେ ୨୯.୯୦ ଲକ୍ଷ କୋଟି ଟଙ୍କାର ପେମେଣ୍ଟ୍ ହୋଇଥିଲା। ଗ୍ରୀଷ୍ମକାଳୀନ ଭ୍ରମଣ, ଇଣ୍ଡିଆନ ପ୍ରିମିୟର ଲିଗ୍‌ ଓ ଋତୁଭିତ୍ତିକ ପେମେଣ୍ଟ୍‌ ପ୍ରଭାବରେ ଏହି ବୃଦ୍ଧି ଘଟିଥିବା କୁହାଯାଉଛି। ୟୁପିଆଇ ପେମେଣ୍ଟ୍‌ର ପରିଚାଳନା କରୁଥିବା ସଂସ୍ଥା ନ୍ୟାସନାଲ୍‌ ପେମେଣ୍ଟ୍‌ କର୍ପୋରେସନ ଅଫ୍‌ ଇଣ୍ଡିଆ (ଏନ୍‌ପିସିଆଇ) ତଥ୍ୟ ଅନୁସାରେ ଉଭୟ ପରିମାଣ ଓ ମୂଲ୍ୟ ଦୃଷ୍ଟିରୁ ଏହା ହେଉଛି ସର୍ବକାଳୀନ ସର୍ବାଧିକ ୟୁପିଆଇ କାରବାର।

ୟୁପିଆଇରେ ହାରାହାରି ପେମେଣ୍ଟ୍‌ ୨୦୨୫ରେ ୧୩୧୩ ଟଙ୍କାକୁ ହ୍ରାସ ପାଇଛି ଯାହା ୨୦୨୫ରେ ୧୮୪୮ ଟଙ୍କା ଥିଲା। ୟୁପିଆଇ ଭାରତ ବାହାରେ ଆଠଟି ଦେଶରେ ଉପଲବ୍ଧ ହେଉଛି। ୟୁଏଇ, ସିଙ୍ଗାପୁର, ଭୁଟାନ, ନେପାଳ ଓ ମରିସସ୍‌ରେ ଏହି ସେବା ମିଳୁଛି। ଆଗକୁ ୟୁପିଆଇ ଜରିଆରେ ଭବିଷ୍ୟନିଧି ପାଣ୍ଠି ଉଠାଣ ଓ ୟୁପିଆଇରେ ଋଣ ଭଳି ସେବା ଆରମ୍ଭ ହେବାକୁ ଯାଉଛି।

ସେସବୁ ପ୍ରଭାବରେ ମାସିକ ୟୁପିଆଇ କାରବାର ଆଗାମୀ ଦିନରେ ଆହୁରି ଅଧିକ ହେବା ଆଶା କରାଯାଉଛି। ଏନ୍‌ପିସିଆଇ ହେଉଛି ଭାରତୀୟ ରିଜର୍ଭ ବ୍ୟାଙ୍କ ଓ ଭାରତୀୟ ବ୍ୟାଙ୍କ ସଂଘର ମିଳିତ ଉଦ୍ୟମରେ ସ୍ଥାପନ କରାଯାଇଥିବା ସଂସ୍ଥା। ଏହା ଖୁଚୁରା ଡିଜିଟାଲ କାରବାରର ପରିଚାଳନା କରୁଛି। ଦେଶରେ ଛୋଟବଡ଼ ବିଭିନ୍ନ ପ୍ରକାର ପେମେଣ୍ଟ୍‌ ପାଇଁ ୟୁପିଆଇ ବ୍ୟାପକ ଭାବେ ବ୍ୟବହାର ହେଉଛି।

 

 

 

ସୌଜନ୍ୟ ସମ୍ବାଦ

Show More
Back to top button