UP’s Mirzapur: ଟାୟାର ଫାଟି ଘର ଭିତରେ ପସିଗଲା ଟ୍ରକ୍; ପରିବାରର ୩ ସଦସ୍ୟ ମୃତ
ଉତ୍ତର ପ୍ରଦେଶର ମିର୍ଜାପୁରରେ ଏକ ସିମେଣ୍ଟ ବୋଝେଇ ଟ୍ରକ୍ର ଟାୟାର ଫାଟି ଯିବାରୁ ଟ୍ରକ୍ଟି ନିୟନ୍ତ୍ରଣ ହରାଇ ଗୋଟିଏ ଘର ଉପରେ ମାଡ଼ି ଯାଇଥିଲା।ଟ୍ରକ୍ ମାଡ଼ି ଯିବାରୁ ଉକ୍ତ ଘରର ୩ ଜଣ ସଦସ୍ୟଙ୍କର ମୃତ୍ୟୁ ହୋଇଥିଲାବେଳେ ଜଣେ ୧୨ ବର୍ଷର ଝିଅଙ୍କ ସମେତ ୨ ଜଣ ଆହତ ହୋଇଛନ୍ତି।

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ମିର୍ଜାପୁରରେ ଏକ ସିମେଣ୍ଟ ବୋଝେଇ ଟ୍ରକ୍ର ଟାୟାର ଫାଟି ଯିବାରୁ ଟ୍ରକ୍ଟି ନିୟନ୍ତ୍ରଣ ହରାଇ ଗୋଟିଏ ଘର ଉପରେ ମାଡ଼ି ଯାଇଥିଲା। ଟ୍ରକ୍ ମାଡ଼ି ଯିବାରୁ ଉକ୍ତ ଘରର ୩ ଜଣ ସଦସ୍ୟଙ୍କର ମୃତ୍ୟୁ ହୋଇଥିଲାବେଳେ ଜଣେ ୧୨ ବର୍ଷର ଝିଅଙ୍କ ସମେତ ୨ ଜଣ ଆହତ ହୋଇଛନ୍ତି।
ପୁଲିସର ସୂଚନା ଅନୁଯାୟୀ, ବୁଧବାର ଟ୍ରକ୍ଟି ସିମେଣ୍ଟ ନେଇ ବାରାଣସୀରୁ ସୋନଭଦ୍ର ଯାଉଥିଲା। ରାତି ୩ଟା ସମୟରେ ଟ୍ରକ୍ର ଟାୟାର ଫାଟି ଯିବାରୁ ଡ୍ରାଇଭର ନିୟନ୍ତ୍ରଣ ହରାଇ ଗୋଟିଏ ଘର ଭିତରେ ପଶି ଯାଇଥିଲା। ସେତେବେଳେ ଘରର ଲୋକମାନେ ଶୋଇଥିଲେ। କେହି କିଛି ଜାଣିବା ପୂର୍ବରୁ ୩ ଜଣ ଲୋକଙ୍କ ଉପରେ ଗାଡ଼ି ମାଡ଼ି ଯାଇ ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ହୋଇଥିଲା। ମୃତକମାନେ ରାଜାରାମ (୪୭), ସୁଖିଆ (୭୦) ଓ ଚନ୍ଦତାରା (୪୫) ବୋଲି ଜଣାପଡ଼ିଛି। ଦୁଇଜଣ ଆହତ ହୋଇଥିବାବେଳେ ଆହତମାନଙ୍କୁ ବାରାଣସୀ ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଛି। ପୁଲିସ କ୍ରେନ୍ ସାହାଯ୍ୟରେ ଟ୍ରକଟିକୁ ଘର ଭିତରୁ ବାହାର କରି ଏହାକୁ ଜବତ କରିଛି। ଦୁର୍ଘଟଣାର କାରଣ ଜାଣିବାକୁ ପୁଲିସ ତଦନ୍ତ କରୁଛି।
ସୌଜନ୍ୟ ସମ୍ବାଦ




