ଦେଶ ବିଦେଶ

US ମିଣ୍ଟ ତିଆରିକରିବ ଡୋନାଲ୍ଡ ଟ୍ରମ୍ପଙ୍କ ଛବି ଥିବା ଡଲାରର ଖାସ ମୁଦ୍ରା, ସ୍ୱାଧୀନତାର ୨୫୦ତମ ବାର୍ଷିକ ଅବସରରେ ହେବ ଜାରି

ଆମରିକା ସ୍ୱାଧୀନତାର ୨୫୦ତମ ବାର୍ଷିକ ଅବସରରେ ୟୁଏସ ମିଣ୍ଟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ନୂଆ ଡଲାରର ମୁଦ୍ରା ତିଆରି ଆରମ୍ଭ କରିବ। ଏହି ମୁଦ୍ରାର ଗୋଟିଏ ପଟେ ଟ୍ରମ୍ପଙ୍କ ଛବି ରହିବ ଓ ଏହା ଏହା ଉପରେ ‘ଲିବର୍ଟି’ ଲେଖା ରହିବା ସହ ତଳେ ୧୭୭୬-୨୦୨୬ ଅଙ୍କିତ ହେବ।

ୱାସିଂଟନ: ଆମେରିକା ଟ୍ରେଜରୀ ସେକ୍ରେଟାରୀ ସ୍କଟ ବେସେଣ୍ଟ ବୁଧବାର କହିଛନ୍ତି ଯେ ଆମରିକା ସ୍ୱାଧୀନତାର ୨୫୦ତମ ବାର୍ଷିକ ଅବସରରେ ୟୁଏସ ମିଣ୍ଟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ନୂଆ ଡଲାରର ମୁଦ୍ରା ତିଆରି ଆରମ୍ଭ କରିବ। ଏହି ମୁଦ୍ରାର ଗୋଟିଏ ପଟେ ଟ୍ରମ୍ପଙ୍କ ଛବି ରହିବ ଓ ଏହା ଏହା ଉପରେ ‘ଲିବର୍ଟି’ ଲେଖା ରହିବା ସହ ତଳେ ୧୭୭୬-୨୦୨୬ ଅଙ୍କିତ ହେବ। ଏହା ଛଡା ଟ୍ରମ୍ପଙ୍କ ଛବି ପାଖରେ ‘ଇନ୍ ଗଡ ବି ଟ୍ରଷ୍ଟ’ ଲେଖା ରହିବ। ଛବିର ଦୁଇପଟେ ଦୁଇଟି ତାରକା ମଧ୍ୟ ରହିବ।

ମୁଦ୍ରାର ଅପରପାର୍ଶ୍ୱରେ ଡେଣା ମେଲାଇ ଥିବା ବାଜ ପକ୍ଷୀର ଛବି ଅଙ୍କିତ ହେବ। ବାଜ ପକ୍ଷୀର ଗୋଟିଏ ପଞ୍ଜାରେ ଅଲିଭ ଡାଳ ଓ ଅନ୍ୟ ପଞ୍ଜାରେ ତୀର ରହିବ। ଏହା ମଧ୍ୟରେ ଏକ ଢାଲ ରହିବ ଯେଉଁଥିରେ ୨୫୦ ସଂଖ୍ୟା ଲେଖାଯିବ। ମୁଦ୍ରାର ଧାରରେ ୟୁନାଇଟେଡ ଷ୍ଟେଟ୍ ଅଫ ଆମେରିକା ଏବଂ ୱାନ ଡଲାର ଲେଖା ରହିବ। ବାଜପକ୍ଷୀ ଉପରେ ଲାଟିନ ଭାଷାରେ ‘ୟୁ ପ୍ଲୁରିବସ୍ ୟୁନମ’ ଅର୍ଥାତ ଅନେକ ଲୋକ ମିଶି ଏକ ବୋଲି ଲେଖା ରହିବ। ଏ ନେଇ ବେସେଣ୍ଟ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି। ଏଥିରେ ଲେଖିଛନ୍ତି ‘ଯେବେ ଆମେରିକା ସ୍ୱାଧୀନତାର ୨୫୦ତମ ବାର୍ଷିକ ପାଳନ କରିବ ସେତେବେଳେ ୟୁଏସ ମିଣ୍ଟ ଏହି ନୂଆ ଡଲାରର ସ୍ୱର୍ଣ୍ଣମୁଦ୍ରା ତିଆରି ଆରମ୍ଭ କରିବ। ଏହା ସ୍ୱାଧାନତାର ଉତ୍ତରାଧିକାର ଓ ଦେଶ ଭକ୍ତିର ଏକ ସ୍ଥାୟୀ ପ୍ରତୀକ ରୂପେ ସମ୍ମାନ ହେବ ’।

ସେ କହିଛନ୍ତି ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଛବିଥିବା ଏହି ସ୍ୱର୍ଣ୍ଣମୁଦ୍ରା ଆମେରିକୀୟ ମୂଲ୍ୟର ତାକତ ଓ ଏପେରି ଦେଶର ପ୍ରତିଶ୍ରୁତିକୁ ଦର୍ଶାଇବ ଯାହା ସମସ୍ତଙ୍କ ସ୍ୱାଧୀନତା ଲାଗି ସମର୍ପିତ। ତେବେ ବେସେଣ୍ଟ ତାଙ୍କ ଘୋଷଣାରେ ଏହି ମୁଦ୍ରା କେବେ ଜାରି ହେବ ଓ କେତେ ସଂଖ୍ୟାରେ ଜାରି ହେବ ସେ ନେଇ କୌଣସି ସୂଚନା ଦେଇ ନାହାନ୍ତି। ଏହା ଛଡା ମୁଦ୍ରା କେଉଁ ଧାତୁରେ ନିର୍ମିତ ହେବ ସେ ନେଇ ମଧ୍ୟ ଏଥିରେ କୌଣସି ସୂଚନା ନାହିଁ। ସେହିପରି ଏହି ମୁଦ୍ରା ସଂଗ୍ରହକାରୀଙ୍କ ଲାଗି ଜାରି ହେବ କି ସାଧାରଣ ପ୍ରଚଳନ ଅର୍ଥରେ ସେ ବାବଦେ ମଧ୍ୟ କିଛି କୁହାଯାଇନି।

 

 

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button