ଦେଶ ବିଦେଶ

କ୍ୟାନ୍ସର ହସ୍ପିଟାଲ ଉପରେ ଆକ୍ରମଣ, ଆମେରିକା ପକାଇଲା ମିସାଇଲ୍ : ଭୟରେ ଧାଇଁଲେ ରୋଗୀ

ଆଇଆରଏନଏ ନ୍ୟୁଜ ଏଜେନ୍ସି ଅନୁସାରେ, ହେଗାମ୍ ଦ୍ୱୀପରେ ଆମେରିକାର ଡ୍ରୋନ୍ ପଡିଛି । ବନ୍ଦର ଆବାସ ଆଖପାଖରେ ମଧ୍ୟ ଜୋରଦାର ଶବ୍ଦ ଶୁଣିବାକୁ ମିଳିଛି । ଏହାପୂର୍ବରୁ ଜୁଲାଇ ୧୩ ତାରିଖରେ ବୁସେହର, ଚାବାହାର, ଜାସ୍କ, କୋନାରକ, ଅବୁ ମୁସା ଏବଂ ବନ୍ଦର ଆବାସ ସମେତ ଅନେକ ଜାଗାରେ ଆକ୍ରମଣ ହୋଇଥିଲା ।

ନୂଆଦିଲ୍ଲୀ, ୧୬|୦୭: ଆମେରିକା ଏବଂ ଇରାନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି । କେହି କାହାରିକୁ ଛାଡିବାକୁ ନାରାଜ । ପରସ୍ପର ଉପରେ ବୋମାମାଡ଼ କରୁଛନ୍ତି । ମିସାଇଲ ଏବଂ ଡ୍ରୋନ ଆଟାକରେ ତେହେରାନ ଥରୁଛି । ଏହାମଧ୍ୟରେ ଆମେରିକା ଇରାନର ଏକ କ୍ୟାନ୍ସର ହସ୍ପିଟାଲରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଯେଉଁଥିରେ ହସ୍ପିଟାଲଟି ଭାଙ୍ଗିରୁଜି ଯାଇଥିବା ଜଣାପଡିଛି । କେମୋଥେରାପି ନେଉଥିବା ଅନେକ ଶିଶୁଙ୍କୁ ଉଦ୍ଧାର କରାଯାଉଥିବା ମଧ୍ୟ ନଜର ଆସିଛି ।

ଏହାପୂର୍ବରୁ ବୁଧବାର ରାତିରେ ଆମେରିକା ଇରାନ ଉପରେ ପ୍ରଚଣ୍ଡ ଆକ୍ରମଣ କରିଥିଲା । ଅନେକ ବନ୍ଦର ଏବଂ ଏୟାରପୋର୍ଟରେ ଆକ୍ରମଣ ହୋଇଛି । ଯାହାକୁ ନେଇ ଇରାନ ମଧ୍ୟ ପାଲଟା ଜବାବ ଦେବା ଆରମ୍ଭ କରିଛି । ବିଭିନ୍ନ ଗଲଫ ଦେଶରେ ଥିବା ଆମେରକୀୟ ବେସକୁ ତେହେରାନ ଟାର୍ଗେଟ୍ କରିଛି । ଏହାସହ ୟୁଏସର ଆକ୍ରମଣ ବନ୍ଦ ନହେଲା ଯାଏଁ ଷ୍ଟ୍ରେଟ୍ ଅଫ୍ ହର୍ମୋଜ୍ ଖୋଲିବ ନାହିଁ ବୋଲି ଧମକ ଦେଇଛି । ୟୁଏସର ଶକ୍ତିଶାଳୀ ଏମକ୍ୟୁ-9 ବି ଡ୍ରୋନ୍ ଖସାଇ ଦେଇଥିବା ଇରାନ ସେନା ଦାବି କରିଛି ।

ଅଲ୍ ଜଜିରା ରିପୋର୍ଟ ଅନୁସାରେ, ଇରାନର କେସମ୍ ଦ୍ୱୀପ, ବନ୍ଦର ଆବାସ, ସିରିକ୍, ଚାବହାର, କୋନାରକ, ରାସ୍କ ସହର, ଖୁରେମ ଆଦିରେ ଭୀଷଣ ବିସ୍ଫୋରଣ ହୋଇଛି । ସେହିନ୍ଦ ସହରରେ ଥିବା ଅନ୍ୟ ଏକ ହସ୍ପିଟାଲ ଉପରେ ଆଟାକ୍ କରାଯାଇଛି । ଏହି ହସ୍ପିଟାଲରେ ଶିଶୁଙ୍କ କ୍ୟାନସର ଚିକିତ୍ସା କରାଯାଉଥିଲା । ଆକ୍ରମଣ ପରେ କ୍ୟାନ୍ସର ପୀଡିତ ଶିଶୁ ଏବଂ ଅନ୍ୟ ରୋଗୀମାନେ ଭୟରେ ଧାଇଁଥିଲେ । ଅନ୍ୟ କିଛି ଗୁରୁତରଙ୍କୁ ହସ୍ପିଟାଲ କର୍ମଚାରୀ ଉଦ୍ଧାର କରିଥିଲେ ।

ଇରାନର ଅନେକ ସ୍ଥାନରେ ଆକ୍ରମଣ

ଆଇଆରଏନଏ ନ୍ୟୁଜ ଏଜେନ୍ସି ଅନୁସାରେ, ହେଗାମ୍ ଦ୍ୱୀପରେ ଆମେରିକାର ଡ୍ରୋନ୍ ପଡିଛି । ବନ୍ଦର ଆବାସ ଆଖପାଖରେ ମଧ୍ୟ ଜୋରଦାର ଶବ୍ଦ ଶୁଣିବାକୁ ମିଳିଛି । ଏହାପୂର୍ବରୁ ଜୁଲାଇ ୧୩ ତାରିଖରେ ବୁସେହର, ଚାବାହାର, ଜାସ୍କ, କୋନାରକ, ଅବୁ ମୁସା ଏବଂ ବନ୍ଦର ଆବାସ ସମେତ ଅନେକ ଜାଗାରେ ଆକ୍ରମଣ ହୋଇଥିଲା ।

ଇରାନର ପାଲଟା ଜବାବ

ଇରାନ କହିଛି ଯେ, ସେମାନେ ଜୋର୍ଡାନର ଅଜରାକ ଏୟାରବେସ୍ ସ୍ଥିତ ଆମେରିକାର କିଛି ଘାଟିରେ ଆକ୍ରମଣ କରିଛନ୍ତି । ବାହାରିନ୍ ଏବଂ କୁଏତରେ ମଧ୍ୟ ଆଟାକ୍ କରାଯାଇଛି । ଆମେରିକା ପଛକୁ ନହଟିଲା ଯାଏଁ ଇରାନ ଡ୍ରୋନ୍ ଆକ୍ରମଣ କରିବ । ଅପରେସନ ପ୍ରମିସ୍-୨ର ତୃତୀୟ ପର୍ଯ୍ୟାୟ ଜାରି ରହିଛି । ୟୁଏସକୁ ଇରାନ ଛାଡିବ ନାହିଁ ବୋଲି ଧମକ ମଧ୍ୟ ଦେଇଛି ।

 

 

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button