ପଶ୍ଚିମବଙ୍ଗର ୧୯ଟି ଜିଲ୍ଲାରେ ହୋଇଥିବା ତଦନ୍ତରୁ ଜଣାପଡ଼ିଥିଲା ଯେ କୌଣସି କାମ ନ ହୋଇ ପାଣ୍ଠି ଆତ୍ମସାତ କରାଯାଇଥିଲା। ୨୦୨୫-୨୬ରେ ୨୩ଟି ରାଜ୍ୟରେ କରାଯାଇଥିବା ଅନୁଧ୍ୟାନରୁ ଜଣାପଡ଼ିଥିଲା ଯେ ଶ୍ରମିକ ଆବଶ୍ୟକ ଥିବା କାମରେ ମେସିନ ବ୍ୟବହାର କରାଯାଇଥିଲା। ବିଭିନ୍ନ ରାଜ୍ୟରେ ୧୯୩.୬୭ କୋଟି ଟଙ୍କାର ଅନିୟମିତତା ହୋଇଥିଲା। ମାତ୍ର ୭.୬୧ ପ୍ରତିଶତ ଯୋଗ୍ୟ ପରିବାରକୁ ୧୦୦ ଦିନର କାମ ମିଳିଥିଲା। ସେଥିପାଇଁ ମନରେଗାରେ ପରିବର୍ତ୍ତନ ଜରୁରୀ ଥିଲା ବୋଲି ସରକାର ଜଣାଇଛନ୍ତି। ନୂଆ ଯୋଜନାରେ ଦୃଢ଼ ଢାଞ୍ଚା ରହିବ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଆଧାରରେ ଠକେଇ ଚିହ୍ନଟ କରାଯିବ। ତଦାରଖ ପାଇଁ କେନ୍ଦ୍ରୀୟ ଓ ରାଜ୍ୟ ଷ୍ଟିୟରିଂ କମିଟି ରହିବ। ପଞ୍ଚାୟତଗୁଡ଼ିକୁ ଅଧିକ ତଦାରଖ ଦାୟିତ୍ବ ଦିଆଯିବ। ଜିପିଏସ୍‌ ଓ ମୋବା‌ଇଲ୍‌ ଆଧାରିତ ଅନୁଧ୍ୟାନ ଦେବ। ସାପ୍ତାହିକ ସାର୍ବଜନୀନ ଘୋଷଣା ହେବ ଏବଂ ପ୍ରତି ପଞ୍ଚାୟତ ବର୍ଷକୁ ଦୁଇ ଥର ସାମାଜିକ ଅଡିଟ୍ କରିବେ।