ଓଡିଶା

Fire Cinema Hall ‘ବାହୁବଳୀ’ ଫେମ୍ ପ୍ରଭାସଙ୍କୁ ଆରତି ବେଳେ ସିନେମା ହଲ୍ ଭିତରେ ଅଗ୍ନିକାଣ୍ଡ

‘ବାହୁବଳୀ’ ଫେମ୍ ପ୍ରଭାସଙ୍କୁ ଆରତି ବେଳେ cinema hallରେ ଲାଗିଲା ନିଆଁ I ରାୟଗଡ଼ା ସହର ସ୍ଥିତ ଅଶୋକ ଟକିଜ୍ ସିନେମା ହଲ୍‌ରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଏହି ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନଥିବା ବେଳେ ସମସ୍ତେ ସୁରକ୍ଷିତ ଥିବା ଜଣାପଡ଼ିଛି।

ରାୟଗଡ଼ା: ଗ୍ଲୋବାଲ ସେନସେସନ ‘ବାହୁବଳୀ’ ଫେମ୍ ରେବେଲ ଷ୍ଟାର ପ୍ରଭାସଙ୍କ ଆରତି ବେଳେ ସିନେମା ହଲରେ ଲାଗିଲା ନିଆଁ I ରାୟଗଡ଼ା ସହର ସ୍ଥିତ ଅଶୋକ ଟକିଜ୍ ସିନେମା ହଲ୍‌ରେ ଏଭଳି ଘଟଣା ଦେଖିବାକୁ ମିଳିଛି। ‘ରେବେଲ ଷ୍ଟାର’ ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର “ରାଜା ସାବ୍” ରିଲିଜ୍ ଉପଲକ୍ଷେ ଫ୍ୟାନମାନେ ହଲ୍ ଭିତରେ ଉତ୍ସବ ମନାଉଥିବା ବେଳେ ଏହି ଅଘଟଣ ଘଟିଛି।

ସମସ୍ତେ ସୁରକ୍ଷିତ

ସୂଚନା ଅନୁସାରେ, ସ୍କ୍ରିନ୍ ସାମ୍ନାରେ ପ୍ରଭାସଙ୍କ ଆରତି କରାଯାଉଥିବା ବେଳେ ଅସାବଧାନତାବଶତଃ ଆରତି ଥାଳିଟି ଖସି ପଡ଼ି ଏହି ଅଗ୍ନିକାଣ୍ଡ ଘଟିଥିଲା। ଫଳରେ ତଳେ ପଡ଼ିଥିବା କାଗଜଗୁଡ଼ିକରେ ନିଆଁ ଲାଗିଯାଇ ସେଠାରେ ଆତଙ୍କ ଖେଳିଯାଇଥିଲା। ତେବେ ଉପସ୍ଥିତ ପ୍ରଶଂସକମାନଙ୍କ ତତ୍ପରତା ଯୋଗୁଁ ନିଆଁକୁ ତୁରନ୍ତ ଆୟତ୍ତ କରାଯାଇଥିଲା। ଏହି ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନଥିବା ବେଳେ ସମସ୍ତେ ସୁରକ୍ଷିତ ଥିବା ଜଣାପଡ଼ିଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button