ଦେଶ ବିଦେଶ

War: ଆମେରିକାର ପ୍ରଚଣ୍ଡ ଆକ୍ରମଣ: ଇରାନର ୫ ସହରରେ ବିସ୍ଫୋରଣ

ଜୋର୍ଡାନ ଓ ଇରାକରେ ୩ ଜଣ ଆମେରିକୀୟ ସୈନ୍ୟଙ୍କର ମୃତ୍ୟୁ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ଖପ୍ପା ହୋଇଛନ୍ତି। ଆମେରିକା କ୍ରମାଗତ ଭାବେ ୯ ଦିନ ହେଲା ଇରାନ ଉପରେ ଆକ୍ରମଣ....

ୱାସିଂଟନ: ଜୋର୍ଡାନ ଓ ଇରାକରେ ୩ ଜଣ ଆମେରିକୀୟ ସୈନ୍ୟଙ୍କର ମୃତ୍ୟୁ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ଖପ୍ପା ହୋଇଛନ୍ତି। ଆମେରିକା କ୍ରମାଗତ ଭାବେ ୯ ଦିନ ହେଲା ଇରାନ ଉପରେ ଆକ୍ରମଣ କରି ଆସୁଥିଲେ ମଧ୍ୟ ରବିବାର ରାତିରେ ଆକ୍ରମଣକୁ ଜୋର୍‌ଦାର କରାଯାଇଛି ବୋଲି ଟ୍ରମ୍ପ କହିଛନ୍ତି। ରବିବାର ରାତିରୁ ସୋମବାର ମଧ୍ୟରେ ଆମେରିକା ସେନା ଇରାନର ଏକାଧିକ ସାମରିକ ସ୍ଥଳଗୁଡ଼ିକୁ ନଷ୍ଟ କରିଛି। ଇରାନର ବିଭିନ୍ନ ସ୍ଥାନରେ ଭୟଙ୍କର ବିସ୍ଫୋରଣର ଶବ୍ଦ ସୋମବାର ବଡ଼ି ଭୋରରୁ ଶୁଣିବାକୁ ମିଳିଛି। ଓମାନ ଉପସାଗର ଓ ପାରସ୍ୟ ଉପସାଗରର ଉପକୂଳ ବନ୍ଦର ସହରଗୁଡ଼ିକରେ ମଧ୍ୟ ବିସ୍ଫୋରଣ ହୋଇଛି। ଗତ ୯ ଦିନ ମଧ୍ୟରେ ପ୍ରଥମ ଥର ପାଇଁ ଇରାନର ଉତ୍ତରପଶ୍ଚିମରେ ଥିବା ସହର ତାବ୍ରିଜ୍‌ରେ ବିସ୍ଫୋରଣ ହୋଇଛି।

ଇରାନର ୫ଟି ସହରରେ ବିସ୍ଫୋରଣ ହୋଇଥିବା ପ୍ରତ୍ୟକ୍ଷଦର୍ଶୀ ଓ ସ୍ଥାନୀୟ ରିପୋର୍ଟରମାନେ ତସନିମ ନ୍ୟୁଜ୍ ଏଜେନ୍ସିକୁ କହିଛନ୍ତି। ସେହି ସହରଗୁଡ଼ିକ ହେଲା ତାବ୍ରିଜ, ଚବାହାର, କୋନାରକ, ବନ୍ଦର ମହସହର ଓ ବନ୍ଦର ଇମାମ ଖୋମିନି। ଗତ ଫେବ୍ରୁ୍ଆରି ୨୮ ତାରିଖରୁ ଇରାନ ସହ ଚାଲିଥିବା ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ଆମେରିକା ସୈନିକଙ୍କ ମୃତ୍ୟୁ ସଂଖ୍ୟା ୧୭ରେ ପହଞ୍ଚିଥିବାରୁ ଟ୍ରମ୍ପ ଏ ନେଇ କହିଛନ୍ତି ଯେ ଆମେ ବହୁତ ଖରାପ ଅନୁଭବ କରୁଛୁ। ଅଧିକନ୍ତୁ ବାହାରିନ ସ୍ଥିତ ଆମେରିକାର ଦୂତାବାସ ପକ୍ଷରୁ ଆମେରିକୀୟମାନଙ୍କୁ ସତର୍କ କରାଯାଇଛି। ବାହାରିନ ରାଜଧାନୀ ମାନାମାକୁ ଇରାନ ଟାର୍ଗେଟ୍‌ କରିବା ଆଶଙ୍କା ବ୍ୟକ୍ତ କରି ଏଭଳି ସତର୍କତା ଜାରି ହୋଇଛି। ହର୍ମୁଜ ପ୍ରଣାଳୀରେ ଇରାନ ପକ୍ଷରୁ ବାଣିଜ୍ୟିକ ଜାହାଜ ଓ ସାଧାରଣ ନାବିକମାନଙ୍କ ଉପରେ ଆକ୍ରମଣ କରାଯାଉଛି। ଇରାନର ସାମରିକ କ୍ଷମତାକୁ ଦୁର୍ବଳ କରିବା ପାଇଁ ଆମେରିକା ଆକ୍ରମଣ କରୁଛି ବୋଲି ସେଣ୍ଟ୍ରାଲ କମାଣ୍ଡ୍‌ ସୂଚନା ଦେଇଛି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button