Weather In Odisha: ଆହୁରି ଥରାଇବ ଶୀତ! ବୟସ୍କ ବ୍ୟକ୍ତିଙ୍କ ଜୀବନ ଅସ୍ତବ୍ୟସ୍ତ

ପୂରା ଓଡ଼ିଶାକୁ ଶୀତଲହରୀ ଅକ୍ତିଆର କରିଛି। ଶୀତର ପ୍ରଭାବ ଏତେ ବଢ଼ି ଯାଇଛି ଯେ, କେବଳ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିର ଲୋକେ ଥରୁନାହାନ୍ତି; ବରଂ ରାଜଧାନୀ ଭୁବନେଶ୍ବରବାସୀ ମଧ୍ୟ ପ୍ରବଳ ଥଣ୍ଡାରେ ଜୀବନ ଅତିବାହିତ କରୁଛନ୍ତି।

ଭୁବନେଶ୍ବର: ପୂରା ଓଡ଼ିଶାକୁ ଶୀତଲହରୀ ଅକ୍ତିଆର କରିଛି। ଶୀତର ପ୍ରଭାବ ଏତେ ବଢ଼ି ଯାଇଛି ଯେ, କେବଳ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିର ଲୋକେ ଥରୁନାହାନ୍ତି; ବରଂ ରାଜଧାନୀ ଭୁବନେଶ୍ବରବାସୀ ମଧ୍ୟ ପ୍ରବଳ ଥଣ୍ଡାରେ ଜୀବନ ଅତିବାହିତ କରୁଛନ୍ତି। ରାଜ୍ୟର ସର୍ବାଧିକ ତାପମାତ୍ରାର ସହର ଝାରସୁଗୁଡ଼ାରେ ତାପମାତ୍ରା ୭୨ ବର୍ଷର ରେକର୍ଡ ଭାଙ୍ଗିଛି। ସୋମବାର-ମଙ୍ଗଳବାର ରାତିରେ ଏଠାରେ ତାପମାତ୍ରା ୫-ରୁ ୬ଡିଗ୍ରି ରେକର୍ଡ କରାଯାଇଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଚଳିତ ସପ୍ତାହ ଥଣ୍ଡାରୁ ଆଶ୍ବସ୍ତି ମିଳିବା ସମ୍ଭାବନ କମ୍‌ ରହିଛି।

ରାଜ୍ୟବ୍ୟାପୀ ଶୀତର ଲହରୀ ଜାରି ରହିଛି। ଭୁବନେଶ୍ବରରେ ଆଜି ସର୍ବାଧିକ ତାପମାତ୍ରା ୨୪ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ କଟକରେ ଏହା ୨୩ ଡିଗ୍ରି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ରାତିରେ ଏବଂ ଆସନ୍ତାକାଲି ମଧ୍ୟ ପ୍ରବଳ ଶୀତ ଅନୁଭୂତ ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତାକାଲି ପାଇଁ ଝାରସୁଗୁଡ଼ାରେ ୫ ଡିଗ୍ରି ଓ ରାଉରକେଲା ସେହିପରି ଛତ୍ରପୁର ଓ ଗୋପାଳପୁରରେ ସର୍ବନିମ୍ନ ତାପମାତ୍ରା ୧୬ ଡିଗ୍ରି ଆକଳନ କରାଯାଇଛି।

ଜାନୁଆରି ୭ ପାଇଁ ପୂର୍ବାନୁମାନ

କାଠ ନିଆଁ ପାଖରେ ଗହଳି

ଶୀତରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଦେଖିବାକୁ ମିଳୁଛି। ରାଜ୍ୟର ଉତ୍ତପ୍ତ ସହର ଭାବେ ଜଣାଶୁଣା ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ରେକର୍ଡ ହେଉଛି। ସମ୍ବଲପୁର ଓ ନୂଆପଡ଼ା ସହିତ ଉପକୂଳ ଓଡ଼ିଶାର ତାପମାତ୍ରା ସମାନ ପରିଲକ୍ଷିତ ହେଉଛି।‌ ଲୋକମାନେ ଦିନତମାମ ଶୀତବସ୍ତ୍ର ପରିଧାନ କରୁଥିବା ଦୃଷ୍ଟିଗୋଚର ହେଉଛି। ଜଳାଶୟରେ ଲୋକଙ୍କର ଭିଡ଼ ଅପେକ୍ଷାକୃତ କମ୍‌ ରହୁଛି। ‌ଛୋଟପିଲା ଓ ବୟସ୍କ ବ୍ୟକ୍ତିଙ୍କୁ ଶୀତ ଅଧିକ ଯନ୍ତ୍ରଣା ଦେଉଛି। ଗ୍ରାମାଞ୍ଚଳରେ ଲୋକମାନେ କାଠନିଆଁ ପାଖରେ ବସି ଗପସପ କରିବା ସହିତ ଶୀତଦାଉରୁ ଆଶ୍ବସ୍ତିଲାଭ କରୁଛନ୍ତି।

ସୌଜନ୍ୟ ସମ୍ବାଦ

Exit mobile version