Westbengal: ପଶ୍ଚିମବଙ୍ଗ ଏସ୍‌ଆଇଆର୍‌: ସମସ୍ତ ଆପତ୍ତିର ସମାଧାନ ଏପ୍ରିଲ ୭ ସୁଦ୍ଧା କରିବାକୁ କହିଲେ ସୁପ୍ରିମ୍‌କୋର୍ଟ

ପଶ୍ଚିମବଙ୍ଗ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍)ର ଅଗ୍ରଗତିକୁ ନେଇ ବୁଧବାର ସୁପ୍ରିମ୍‌କୋର୍ଟ ସନ୍ତୋଷ ପ୍ରକାଶ କରିଛନ୍ତି। ମାର୍ଚ୍ଚ ୩୧ ସୁଦ୍ଧା ମୋଟ ୬୦ ଲକ୍ଷ ଭୋଟର ମଧ୍ୟରୁ ପ୍ରାୟ ୪୭.୪ ଲକ୍ଷ ଆପତ୍ତିର ସମାଧାନ ହୋଇସାରିଛି। ଅବଶିଷ୍ଟ ଆପତ୍ତିର ସମାଧାନ ଏପ୍ରିଲ ୭ ସୁଦ୍ଧା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍)ର ଅଗ୍ରଗତିକୁ ନେଇ ବୁଧବାର ସୁପ୍ରିମ୍‌କୋର୍ଟ ସନ୍ତୋଷ ପ୍ରକାଶ କରିଛନ୍ତି। ମାର୍ଚ୍ଚ ୩୧ ସୁଦ୍ଧା ମୋଟ ୬୦ ଲକ୍ଷ ଭୋଟର ମଧ୍ୟରୁ ପ୍ରାୟ ୪୭.୪ ଲକ୍ଷ ଆପତ୍ତିର ସମାଧାନ ହୋଇସାରିଛି। ଅବଶିଷ୍ଟ ଆପତ୍ତିର ସମାଧାନ ଏପ୍ରିଲ ୭ ସୁଦ୍ଧା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ୍ ବିପୁଲ ଏମ୍ ପାଞ୍ଚୋଲିଙ୍କୁ ନେଇ ଗଠିତ ଖଣ୍ଡପୀଠ କଲିକତା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କଠାରୁ ମିଳିଥିବା ଦୁଇଟି ଚିଠିରେ ସୂଚିତ ଅଗ୍ରଗତି ସମ୍ପର୍କରେ ବିଚାର କରିଛନ୍ତି। ପ୍ରତିଦିନ ପ୍ରାୟ ୧.୭୫ରୁ ୨ ଲକ୍ଷ ଆପତ୍ତିର ଶୁଣାଣି ହେଉଛି ଏବଂ ତଥ୍ୟ ଓ ପରିସଂଖ୍ୟାନକୁ ନେଇ ଆମେ ବହୁତ ଖୁସି ଓ ଆଶାବାଦୀ ବୋଲି ଖଣ୍ଡପୀଠ କହିଛନ୍ତି।

ଭୋଟର ତାଲିକାରୁ ବାଦ୍ ପଡ଼ିବା ବିରୋଧରେ ହୋଇଥିବା ଆବେଦନର ଶୁଣାଣି ପାଇଁ ନିର୍ବାଚନ ଆୟୋଗ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଓ ବିଚାରପତିଙ୍କ ନେତୃତ୍ୱରେ ୧୯ଟି ଆପିଲେଟ୍ ଟ୍ରିବ୍ୟୁନାଲ ଗଠନ କରିବାକୁ ବିଜ୍ଞପ୍ତି ପ୍ରକାଶ କରିଥିଲେ। ନ୍ୟାୟିକ ଅଧିକାରୀ, ଟ୍ରିବ୍ୟୁନାଲ ସଦସ୍ୟ ଓ କର୍ମଚାରୀଙ୍କୁ ଠିକ୍ ସମୟରେ ପାରିଶ୍ରମିକ ଓ ଅନ୍ୟାନ୍ୟ ଖର୍ଚ୍ଚ ପ୍ରଦାନ କରିବାକୁ କୋର୍ଟ ନିର୍ବାଚନ କମିସନ ଓ ପଶ୍ଚିମବଙ୍ଗର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ସମୁଦାୟ ଦାବି ଓ ଆପତ୍ତିର ସମାଧାନ ୪୭ ଲକ୍ଷରୁ ଅଧିକ ହୋଇଛି। ଆପିଲେଟ୍ ଟ୍ରିବ୍ୟୁନାଲ ପ୍ରାକୃତିକ ନ୍ୟାୟ ନୀତି ଅନୁଯାୟୀ ସେମାନଙ୍କର ନିଜସ୍ୱ ପ୍ରକ୍ରିୟା ବିକାଶ କରିପାରିବେ ବୋଲି କୋର୍ଟ କହିଛନ୍ତି।

ସମସ୍ତ ବିଚାରାଧୀନ ଆପତ୍ତିର ଶୁଣାଣି ଏପ୍ରିଲ ୭ ସୁଦ୍ଧା କରାଯିବ ଏବଂ ଏହାକୁ ଦୃଷ୍ଟିରେ ରଖି ପ୍ରଧାନ ବିଚାରପତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନ ସମେତ ସମସ୍ତ ଆବେଦନକୁ ଏପ୍ରିଲ ୬ରେ ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି। ପଶ୍ଚିମବଙ୍ଗରେ ଏସ୍ଆଇଆର୍ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରି ସୁପ୍ରିମ୍‌କୋର୍ଟ ଏକ ବ୍ୟାଚ୍ ଆବେଦନର ଶୁଣାଣି କରୁଛନ୍ତି। ଏହା ପୂର୍ବରୁ ମାର୍ଚ୍ଚ ୧୦ ତାରିଖରେ ଦାବି ଓ ଆପତ୍ତିର ବିଚାର ପାଇଁ ଏକ ଢାଞ୍ଚା ପ୍ରସ୍ତୁତ କରି ସ୍ୱାଧୀନ ଆପିଲେଟ୍ ଟ୍ରିବ୍ୟୁନାଲ ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

 

 

 

ସୌଜନ୍ୟ ସମ୍ବାଦ

Exit mobile version