ଦେଶ ବିଦେଶ
Whatsapp: ହ୍ବାଟସ୍ଆପ୍ରେ ଶୀଘ୍ର ବିଲ୍ ପଇଠ ସୁବିଧା
ଏଣିକି ହ୍ୱାଟ୍ସଆପ୍ରେ କେବଳ ମେସେଜ୍ ଓ କଲ୍ ନୁହେଁ, ବିଭିନ୍ନ ଆର୍ଥିକ ଓ ଦୈନନ୍ଦିନ ସେବା ମଧ୍ୟ ମିଳିପାରିବ। ବିଦ୍ୟୁତ୍ ବିଲ୍ ପଇଠ, ଋଣ ସମ୍ପର୍କିତ ସେବା, ବିଦେଶ ଯାତ୍ରା ସମୟରେ ମୋବାଇଲ୍ ସଂଯୋଗ ଭଳି ସୁବିଧାକୁ ଗୋଟିଏ ପ୍ଲାଟଫର୍ମରେ ଉପଲବ୍ଧ କରାଇବାକୁ ହ୍ୱାଟ୍ସଆପ୍ ଯୋଜନା କରୁଛି

ନୂଆଦିଲ୍ଲୀ: ଏଣିକି ହ୍ୱାଟ୍ସଆପ୍ରେ କେବଳ ମେସେଜ୍ ଓ କଲ୍ ନୁହେଁ, ବିଭିନ୍ନ ଆର୍ଥିକ ଓ ଦୈନନ୍ଦିନ ସେବା ମଧ୍ୟ ମିଳିପାରିବ। ବିଦ୍ୟୁତ୍ ବିଲ୍ ପଇଠ, ଋଣ ସମ୍ପର୍କିତ ସେବା, ବିଦେଶ ଯାତ୍ରା ସମୟରେ ମୋବାଇଲ୍ ସଂଯୋଗ ଭଳି ସୁବିଧାକୁ ଗୋଟିଏ ପ୍ଲାଟଫର୍ମରେ ଉପଲବ୍ଧ କରାଇବାକୁ ହ୍ୱାଟ୍ସଆପ୍ ଯୋଜନା କରୁଛି। ଏଥିପାଇଁ କମ୍ପାନି ଆର୍ଥିକ ସେବା ଓ ଟେଲିକମ୍ କମ୍ପାନିଗୁଡ଼ିକ ସହ ମିଶି କାମ କରିବ।ହ୍ୱାଟସ୍ଆପ୍ର ସିଇଓ କୁନାଲ ଶାହ ନିକଟରେ ସୋସିଆଲ୍ ମିଡିଆ ‘ଏକ୍ସ’ରେ ଏହି ଯୋଜନା ସମ୍ପର୍କରେ ସୂଚନା ଦେଇଛନ୍ତି।




