Why do: ପାଣି ପିଇବା ପରେ ବି କିଛି ଲୋକଙ୍କୁ ଶୋଷହୁଏ କାହିଁକି?

ଆମ ଭିତରୁ ଅଧିକାଂଶ ଲୋକଙ୍କ ପାଇଁ ଦୈନିକ ଅଢ଼େଇରୁ ସାଢ଼େ ତିନି ଲିଟର ପାଣି ଦରକାର ହୋଇଥାଏ। ଏଥିରୁ ପ୍ରାୟ ୨୦% ଖାଦ୍ୟରୁ ମିଳିଥାଏ। ଏହା ସତ୍ତ୍ବେ କେତେକ ଲୋକଙ୍କୁ ଶୋଷ ହୋଇ ଶରୀର ଜଳଶୁ‌ଷ୍କ ହେଲା ପରି ଲାଗେ। ତେଣୁ ଅଧିକ ପାଣି ପିଇଲେ ଜଳଶୁଷ୍କତା ଦେଖାଯାଏ ନାହିଁ ବୋଲି ଅନେକଙ୍କର ଧାରଣା। ହେଲେ ଯେତେ ପାଣି ପିଇଲେ ବି କିଛି ଲୋକଙ୍କୁ ଶୋଷହୁଏ ଓ ହାଲିଆ ଲାଗେ କାହିଁକି? ସାଧାରଣତଃ ଗରମ ପାଗ ଓ କାର୍ଯ୍ୟବ୍ୟସ୍ତ ରହିଲେ ଏହିଭଳି ହୁଏ। ତେଣୁ ପିଉଥିବା ପାଣି ଉପରେ ଶୋଷ ବା ଜଳଶୁଷ୍କତା ନିର୍ଭର କରେ ନାହିଁ। କଥା ହେଉଛି, ପିଉଥିବା ପାଣିକୁ ଦେହ କିପରି ବିଶୋଷଣ କରି ବଣ୍ଟନ କରିବା ସହ ଦେହରେ ତାକୁ ଧରି ରଖୁଛି, ତାହା ବଡ଼କଥା। ବିଭିନ୍ନ ଜୀବନ ଶୈଳୀ, ଖାଦ୍ୟରୁଚି ଓ ସ୍ବାସ୍ଥ୍ୟାବସ୍ଥା ମଧ୍ୟ ଦେହର ଜଳଶୁଷ୍କତାକୁ ପ୍ରଭାବିତ କରିଥାଏ। ଫଳରେ ଯେତେ ପାଣି ପିଇଲେ ବି ଶୋଷହୁଏ। ମୁମ୍ବାଇସ୍ଥିତ ଫୋର୍ଟିସ୍‌ ହସ୍‌ପିଟାଲ୍‌ର ଡାକ୍ତର ଶୋଭା ଇଟୋଲିକର୍‌ କହନ୍ତି, ଯଥେ‌ଷ୍ଟ ପାଣି ପିଇବା ସତ୍ତ୍ବେ ଶୋଷ ଲାଗିବାର ବିଭିନ୍ନ କାରଣ ରହିଛି। ପିଇବା ପଦ୍ଧତି ଓ ସ୍ବାସ୍ଥ୍ୟାବସ୍ଥା ଭଳି ଅନେକ କାରଣ ଏଥିପାଇଁ ଦାୟୀ।

 

 

 

 

ସୌଜନ୍ୟ ସମ୍ବାଦ