Women Murder: ବେଙ୍ଗାଲୁରୁରେ ହୁଇଲଚେୟାରରେ ବସିଥିବା ସ୍ବାମୀଙ୍କ ଆଗରେ ସ୍ତ୍ରୀକୁ ହତ୍ୟା କଲା ପଡ଼ୋଶୀ

ବେଙ୍ଗାଲୁରୁ ଉପକଣ୍ଠସ୍ଥ ନେଲାମଙ୍ଗଳାରେ ବୁଧବାର ଜଣେ ୬୯ ବର୍ଷୀୟା ବୃଦ୍ଧ ମହିଳାଙ୍କୁ ତାଙ୍କ ଘରେ ଗଳାକାଟି ହତ୍ୟା କରାଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମହିଳାଙ୍କ ଘରେ ଲୁଟ୍‌ ଉଦ୍ଦେଶ୍ୟରେ ଏହି ହତ୍ୟାକାଣ୍ଡ ଭିଆଇଥିଲେ ତାଙ୍କ ପଡ଼ୋଶୀ

ବେଙ୍ଗାଲୁରୁ: ବେଙ୍ଗାଲୁରୁ ଉପକଣ୍ଠସ୍ଥ ନେଲାମଙ୍ଗଳାରେ ବୁଧବାର ଜଣେ ୬୯ ବର୍ଷୀୟା ବୃଦ୍ଧ ମହିଳାଙ୍କୁ ତାଙ୍କ ଘରେ ଗଳାକାଟି ହତ୍ୟା କରାଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମହିଳାଙ୍କ ଘରେ ଲୁଟ୍‌ ଉଦ୍ଦେଶ୍ୟରେ ଏହି ହତ୍ୟାକାଣ୍ଡ ଭିଆଇଥିଲେ ତାଙ୍କ ପଡ଼ୋଶୀ। ସେତେବେଳେ ଘରେ ମହିଳାଙ୍କ ଅସୁସ୍ଥ ସ୍ବାମୀ ହ୍ୱିଲଚେୟାରରେ ବସିଥିଲେ। ଏହି ହତ୍ୟାକାଣ୍ଡ ଘଟଣାର କେଇ ଘଣ୍ଟା ପରେ ହତ୍ୟା ଓ ସୁନା ଅଳଙ୍କାର ଚୋରି କରିବା ଅଭିଯୋଗରେ ଜଣେ ପଡ଼ୋଶୀଙ୍କୁ ପୁଲିସ ଗିରଫ କରିଛି। ମୃତ ମହିଳା ଶୋଭା ବୋଲି ଜଣାପଡ଼ିଛି।

ସ୍ବାମୀଙ୍କର ୧୨ ବର୍ଷ ତଳେ ବ୍ରେନ୍‌ ‌‌ଷ୍ଟ୍ରୋକ୍‌ ଯୋଗୁଁ ସେ ଶଯ୍ୟାଶାୟୀ ହୋଇପଡ଼ିଥିବାବେଳେ ତାଙ୍କର ଦେଖାଶୁଣା କରିବାକୁ ଆଉ କେହି ନଥିଲେ। ଦମ୍ପତିଙ୍କର କେହି ସନ୍ତାନ ନାହାନ୍ତି। ବୁଧବାର ଅଭିଯୁକ୍ତ ଶିବକୁମାର (୩୬) ପାଣି ମାଗିବା ଆଳରେ ଘରେ ପଶିଥିଲା। ମହିଳା ପିନ୍ଧିଥିବା ସୁନା ଅଳଙ୍କାର ଉପ‌ରେ ତା’ର ନଜର ଥିଲା। ମହିଳା ଜଣକ ଘରକୁ ଫେରିବା ପରେ ଅପରହ୍ଣ ୪ଟାରେ ଏହି ହତ୍ୟାକାଣ୍ଡ ଘଟିଥିଲା। ଅଭିଯୁକ୍ତ ବୃଦ୍ଧ ମହିଳାଙ୍କ ତଣ୍ଟିକୁ ଚାପି ଧରିବା ସହିତ ଛୁରିରେ ଆକ୍ରମଣ କରିଥିଲା। ମହିଳାଙ୍କୁ ହତ୍ୟା କରି ୧୦୦ ଗ୍ରାମରୁ ଅଧିକ ସୁନା ଅଳଙ୍କାର ନେଇ ଫେରାର୍‌ ହୋଇଯାଇଥିଲା।

ନେଲାମଙ୍ଗଳା ଟାଉନ୍ ପୁଲିସର ଅଧିକାରୀମାନେ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏକ ମାମଲା ରୁଜୁ କରିବା ସହିତ ନିକଟସ୍ଥ ଅଞ୍ଚଳରୁ ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲେ। ଯାହା ଫଳରେ ଅଭିଯୁକ୍ତ ଛଅ ଘଣ୍ଟା ମଧ୍ୟରେ ଧରା ପଡ଼ିଥିଲା। ଅଭିଯୁକ୍ତକୁ ଜେରା ବେଳେ ସେ ମହିଳାଙ୍କୁ ହତ୍ୟା କରିଥିବା ସ୍ବୀକାର କରିଛି। ଋଣ ପରିଶୋଧ କରିବାକୁ ସେ ଏହି ଲୁଟ୍‌ ଯୋଜନା କରିଥିଲା ଓ ମହିଳା ପ୍ରତିରୋଧ କରିବାକୁ ତାଙ୍କୁ ଗଳାକାଟି ହତ୍ୟା କରିଥିଲା ବୋଲି ପୁଲିସକୁ କହିଛି। ପୁଲିସ ସୁନା ଅଳଙ୍କାର ଉଦ୍ଧାର କରିଛି ମାମଲାର ତଦନ୍ତ କରୁଛି।

ସୌଜନ୍ୟ ସମ୍ବାଦ

Exit mobile version