World Cup champion: ପ୍ରତି ଭାରତୀୟଙ୍କ ତରଫରୁ ବିଶ୍ବକପ୍‌ ଚାମ୍ପିଅନ୍‌ଙ୍କୁ ଆମେ ସମ୍ମାନିତ କରୁଛୁ: ନୀତା ଅମ୍ବାନୀ

କ୍ରୀଡ଼ା ଜଗତର ବିଶ୍ବ ଚାମ୍ପିଅନ୍‌ମାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ମୁମ୍ବାଇରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ୟୁନାଇ‌ଟେଡ୍‌ ଇନ୍‌ ଟ୍ରାମ୍ଫ’ର ଦ୍ବିତୀୟ ସଂସ୍କରଣ ଆୟୋଜନ କରାଯାଇଥିଲା। ସେଥିରେ ବିଶ୍ବକପ୍‌ ଜିତିଥିବା ପୁରୁଷ, ମହିଳା ଓ ଦୃଷ୍ଟିହୀନ ମହିଳା କ୍ରିକେଟ୍‌ ଦଳ ଅଂଶଗ୍ରହଣ କରିଥିଲେ।

ମୁମ୍ବାଇ: କ୍ରୀଡ଼ା ଜଗତର ବିଶ୍ବ ଚାମ୍ପିଅନ୍‌ମାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ମୁମ୍ବାଇରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ୟୁନାଇ‌ଟେଡ୍‌ ଇନ୍‌ ଟ୍ରାମ୍ଫ’ର ଦ୍ବିତୀୟ ସଂସ୍କରଣ ଆୟୋଜନ କରାଯାଇଥିଲା। ସେଥିରେ ବିଶ୍ବକପ୍‌ ଜିତିଥିବା ପୁରୁଷ, ମହିଳା ଓ ଦୃଷ୍ଟିହୀନ ମହିଳା କ୍ରିକେଟ୍‌ ଦଳ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ନୀତା ଅମ୍ବାନୀ କହିଥି‌ଲେ ଯେ ପ୍ରତି ଭାରତୀୟଙ୍କ ତରଫରୁ ଆମେ ବିଶ୍ବକପ୍‌ ଚାମ୍ପିଅନ୍‌ଙ୍କୁ ସମ୍ବର୍ଦ୍ଧିତ ଓ ସମ୍ମାନିତ କରୁଛୁ। ଶ୍ରୀମତୀ ଅମ୍ବାନୀ କହିଲେ, ମୁଁ ଭାବୁଛି ଆମେ ନୂଆବର୍ଷକୁ ଏକ ଅତ୍ୟନ୍ତ ସ୍ବତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ଆରମ୍ଭ କରୁଛୁ। ଏଠାରେ ଗୋଟିଏ ଛାତ ତଳେ ସମସ୍ତ ତିନି କ୍ରିକେଟ୍‌ ଦଳ-ପୁରୁଷ କ୍ରିକେଟ୍‌ ଦଳ, ମହିଳା କ୍ରିକେଟ ଦଳ ଓ ଦୃଷ୍ଟିହୀନ ମହିଳା କ୍ରିକେଟ୍‌ ଦଳର ସଦସ୍ୟମାନେ ଉପସ୍ଥିତ ଅଛନ୍ତି। ଆମକୁ ଯଥେଷ୍ଟ ଖୁସି ଓ ଉଲ୍ଲାସ ପ୍ରଦାନ କରିଥିବାରୁ ପ୍ରତି ଭାରତୀୟଙ୍କ ତରଫରୁ ଆମେ ସେମାନଙ୍କୁ ସମ୍ମାନିତ କରିବାକୁ ଯାଉଛୁ ବୋଲି ସେ କହିଥିଲେ। କ୍ରୀଡ଼ାର ସ୍ବତନ୍ତ୍ର ଶକ୍ତି ଓ ତାହାର ରୂପାନ୍ତରଣ ଆଣିବାର ପ୍ରଭାବ ସମ୍ପର୍କରେ ଶ୍ରୀମତୀ ଅମ୍ବାନୀ କହିଥିଲେ ଯେ କ୍ରୀଡ଼ା ଭାରତ ଓ ହୃଦୟକୁ ଯୋଡ଼ିଥାଏ। ଆଜି ଆମେ ବିଜୟରେ ଏକତ୍ରୀତ ହୋଇଛୁ। ଆମେ ସେମାନଙ୍କ ସଫଳତାର ଉତ୍ସବ ପାଳନ କରୁଛୁ ବୋଲି ସେ କହିଥିଲେ।

Exit mobile version