ଦେଶ ବିଦେଶ
Yogi Adityanath: ‘ମନୁସ୍ମୃତି’ ଉପରେ ରାହୁଲଙ୍କ ମନ୍ତବ୍ୟକୁ ଯୋଗୀ ଆଦିତ୍ୟନାଥଙ୍କ କଟାକ୍ଷ
ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ତାଙ୍କ ‘ମନୁସ୍ମୃତି’ ମନ୍ତବ୍ୟକୁ ନେଇ ତୀବ୍ର ସମାଲୋଚନା କରିଛନ୍ତି। ଭାରତର ପରମ୍ପରା ଓ ଐତିହ୍ୟକୁ ନିନ୍ଦା କରିବା ରାହୁଲ ତାଙ୍କ ‘ଜନ୍ମଗତ ଅଧିକାର’ ଭାବରେ ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ତାଙ୍କ ‘ମନୁସ୍ମୃତି’ ମନ୍ତବ୍ୟକୁ ନେଇ ତୀବ୍ର ସମାଲୋଚନା କରିଛନ୍ତି। ଭାରତର ପରମ୍ପରା ଓ ଐତିହ୍ୟକୁ ନିନ୍ଦା କରିବା ରାହୁଲ ତାଙ୍କ ‘ଜନ୍ମଗତ ଅଧିକାର’ ଭାବରେ ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି। ଆଦିତ୍ୟନାଥ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରି ପଚାରିଥିଲେ ଯେ ସେ ‘ସହରୀ ନକ୍ସଲ’ଙ୍କ ପ୍ରଭାବରେ ଆସି ଦେଶର ଯୁବପିଢ଼ିଙ୍କ ଭବିଷ୍ୟତକୁ କାହିଁକି ନଷ୍ଟ କରିବାକୁ ଚାହୁଁଛନ୍ତି? ୧୮୫୭ ବିଦ୍ରୋହର ନେତା ରାଣା ବେଣୀମାଧବ ବକ୍ସ ସିଂହଙ୍କ ୨୨୨ତମ ଜନ୍ମବାର୍ଷିକୀ ପାଳନ ପାଇଁ ରାୟବରେଲିଠାରେ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଆଦିତ୍ୟନାଥ କହିଛନ୍ତି ଯେ, ସଂସଦରେ ବିରୋଧୀ ଦଳ ନେତା ଭାବରେ ରାହୁଲ ଗାନ୍ଧୀଙ୍କର ଦେଶର ଗଣତନ୍ତ୍ର ପ୍ରତି ଏକ ଦାୟିତ୍ୱ ରହିଛି।
ସୌଜନ୍ୟ ସମ୍ବାଦ




