‘ଅପରେସନ ସିନ୍ଦୂର’ ପାକିସ୍ତାନର ଅଣ୍ଟା ଭାଙ୍ଗିଦେଇଛି, ରଣନୀତି ବଦଳାଇବାକୁ ବାଧ୍ୟ ହୋଇଛି: ସିଡିଏସ

ନୂଆଦିଲ୍ଲୀ: ଗତ ବର୍ଷ ମେ ମାସରେ ପାକିସ୍ତାନ ବିରୋଧରେ ଅପରେସନ ସିନ୍ଦୂର କରିଥିଲା ଭାରତ। ଏହି ଅଭିଯାନରେ ପାକିସ୍ତାନରେ ଥିବା ଅନେକ ଆତଙ୍କୀ ଠିକଣାକୁ ଧ୍ବଂସ କରାଯାଇଥିଲା। ଏଥିରେ ଅନେକ ଆତଙ୍କବାଦୀ ମଧ୍ୟ ମୃତ୍ୟୁ ହୋଇଛି। ଆଉ ଏହି ଅପରେସନ ପରେ ଭୟଭୀତ ପାକିସ୍ତାନ ଏବେ ନିଜ ସେନା ରଣନୀତିରେ ହିଁ ପରିବର୍ତ୍ତନ କରୁଛି। ଶନିବାର ଏକ କାର୍ଯ୍ୟକ୍ରମରେ ପ୍ରତିକ୍ରିୟା ରଖି ଏଭଳି କହିଛନ୍ତି ସିଡିଏସ ଜେନେରାଲ ଅନିଲ ଚୌହାନ । ସେ କହିଛନ୍ତି ଅପରେସନ ସିନ୍ଦୂର ପରେ ପାକିସ୍ତାନ ଯେଉଁ ପରବର୍ତ୍ତନ କରିଛି ସେଥିରୁ ସ୍ପଷ୍ଟ ହେଉଛି ଯେ, ଅପରେସନ ସିନ୍ଦୂର ଇସଲାମାବାଦର ଅଣ୍ଟା ଭାଙ୍ଗିଦେଇଛି।

ଗୋଖଲେ ଇନଷ୍ଟିଚ୍ୟୁଟ୍ ଅଫ୍ ପଲିଟିକ୍ସ ଆଣ୍ଡ ଇକୋନୋମିକ୍ସ (GIPE)ରେ ପୁନେ ପବ୍ଲିକ୍ ପଲିସି ଫେଷ୍ଟିଭାଲ୍ ୨୦୨୬ରେ ଭାଷଣ ଦେଇ ସିଡିଏସ ଜେନେରାଲ ଅନିଲ ଚୌହାନ କହିଛନ୍ତି, ଅପରେସନ ସିନ୍ଦୂର ପାକିସ୍ତାନକୁ ନିଜର ସୈନ୍ୟ ଏବଂ ସମ୍ବିଧାନିକ ଢାଞ୍ଚାରେ ବଡ଼ ପରିବର୍ତ୍ତନ କରିବାକୁ ବାଧ୍ୟ କରିଛି। ପାକିସ୍ତାନ ଜଏଣ୍ଟ ଚିଫ୍ ଅଫ୍ ଷ୍ଟାଫ୍ କମିଟିକୁ ଶେଷ କରି ଚିଫ୍ ଅଫ୍ ଡିଫ୍ସେନ ଫୋର୍ସେସ୍ର ପଦ ଗଠନ କରିଛି। ଅପରେସନ ସିନ୍ଦୂର, ଏହା ପୂର୍ବରୁ ଉରୀ ସର୍ଜିକାଲ ଷ୍ଟ୍ରାଇକ, ଡୋକଲାମ ଏବଂ ଗଲଓ୍ବାନ, ବାଲାକୋଟ ଏୟାର ଷ୍ଟ୍ରାଇକ ଭଳି ଆକ୍ରମଣରୁ ଅନେକ ଶିକ୍ଷା ଶିଖିଛି ପାକିସ୍ତାନ। ସେ କହିଛନ୍ତି ଆମେ ଏବେ ଏଭଳି ମନୁଷ୍ୟକୃତ ସିଷ୍ଟମ ଉପରେ କାମ କରୁଛୁ । ଯାହାକୁ ଜରୁରୀ ପରିସ୍ଥିତିରେ ଲାଗୁ କରାଯାଇପାରିବ।

ସାମରିକ ରଣନୀତିରେ ପରିବର୍ତ୍ତନ

ଜେନେରାଲ ଚୌହାନ ଆହୁରି କହିଛନ୍ତି, ସାରା ବିଶ୍ୱରେ ସାମରିକ ରଣନୀତିରେ ଗଭୀର ପରିବର୍ତ୍ତନ ଘଟୁଛି। ଭୂଗୋଳକୁ ପ୍ରଯୁକ୍ତିବିଦ୍ୟା କ୍ରମଶଃ ବଦଳାଇ ଦେଉଛି। ପାନିପତରୁ ପଲାସୀ ଯୁଦ୍ଧ, ଭୂଗୋଳକୁ ପରିବର୍ତ୍ତନ କରିଥିଲେ। କିନ୍ତୁ ଆଜି ପ୍ରଯୁକ୍ତିବିଦ୍ୟା ରଣନୀତିକୁ ଆଗକୁ ବଢ଼ାଉଛି। ସେ ଚେତାବନୀ ଦେଇଛନ୍ତି ଯେ, ପାରମ୍ପରିକ ଯୁଦ୍ଧ ଅଧିକ କ୍ରୁର ଏବଂ ଅଧିକ ଲୋକଙ୍କୁ ନିୟୋଜିତ କରୁଛି।

ପାକିସ୍ତାନ ଏବଂ ଚୀନ୍ ସହ ସୀମା ବିବାଦ ପ୍ରସଙ୍ଗରେ ସେ କହିଛନ୍ତି ‘‘ ଆମକୁ ଉଭୟ ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ। ଅଧିକ ସ୍ମାର୍ଟ, ପ୍ରଯୁକ୍ତିବିଦ୍ୟା- ଆଧାରିତ ଯୁଦ୍ଧ ଏବଂ ଭୟଙ୍କର ଯୁଦ୍ଧର ସମ୍ଭାବନା, ଆଉ ଯୁଦ୍ଧ ପରବର୍ତ୍ତୀ ସ୍ଥିତିକୁ ଏଡାଇବାକୁ ଚେଷ୍ଟା କରିବା ଦରକାର।

ସୌଜନ୍ୟ Prameya News7

 

Exit mobile version