ମନୋରଞ୍ଜନ

Virat Kohliଙ୍କ ‘ଲାଇକ୍ କଣ୍ଟ୍ରୋଭର୍ସି’ରେ ନୂଆ ଟ୍ବିଷ୍ଟ, କ’ଣ କହିଲେ କ୍ରିକେଟରଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ?

ନୂଆଦିଲ୍ଲୀ: ଜର୍ମାନର ଜଣେ ମହିଳା ‘ବ୍ଲଗର’ଙ୍କ ଫଟୋକୁ ବିରାଟ କୋହଲି ଲାଇକ କରିବା ପରେ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହାରି ମଧ୍ୟରେ ବିରାଟଙ୍କ ପୂର୍ବତନ ପ୍ରେମିକାଙ୍କ ପ୍ରତିକ୍ରିୟା ଲୋକଙ୍କ ଧ୍ୟାନ ଆକର୍ଷଣ କରିଛି। ବିବାଦରେ ନିଜ ନାଁ ଆସିବା ପରେ, ଇଜାବେଲ୍ ଲିଟେ (Izabelle Leite) ଜବାବ ଦେଇଛନ୍ତି ।

ଭାରତୀୟ କ୍ରିକେଟର ବିରାଟ କୋହଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ଏଥର ସ୍କୋର ପାଇଁ ନୁହେଁ, ବରଂ ଜର୍ମାନ ବ୍ଲଗର ଲିଜଲାଜଙ୍କ ଏକ ଇନଷ୍ଟାଗ୍ରାମ ପୋଷ୍ଟକୁ ଲାଇକ୍ କରି ଖବରରେ ଅଛନ୍ତି ବିରାଟ । ଇଣ୍ଟରନେଟରେ ୟୁଜର୍ସ ତାଙ୍କୁ ସମାଲୋଚନା କରିଛନ୍ତି । ତାଙ୍କ ପୂର୍ବତନ ପ୍ରେମିକା, ବ୍ରାଜିଲିଆନ ମଡେଲ ଏବଂ ଅଭିନେତ୍ରୀ ଇଜାବେଲେ୍ ଲିଟେ ମଧ୍ୟ ଏହାକୁ ନେଇ ପ୍ରତିକ୍ରିୟ ପ୍ରକାଶ କରିଛନ୍ତି ।

ଏକ ଇନଷ୍ଟାଗ୍ରାମ ପେଜରେ ଅନୁଷ୍କାଙ୍କ ସହିତ ଇଜାବେଲ, ଜର୍ମାନ ବ୍ଲଗର ଲିଜଲାଜ ଏବଂ ଅବନୀତ କୌରଙ୍କ ଫଟୋ ପୋଷ୍ଟ କରାଯାଇଛି । ବିରାଟ ଥରେ ଅବନୀତଙ୍କ ଫଟୋକୁ ‘ଲାଇକ୍’ କରିଥିଲେ, ଯାହାକୁ ସେ ପରେ ‘ଆଲଗୋରିଦମ ତ୍ରୁଟି’ ବୋଲି କହି ସ୍ପଷ୍ଟୀକରଣ ଦେଇଥିଲା । ଏହି ଫଟୋଗୁଡ଼ିକୁ ପୋଷ୍ଟ କରି ପେଜ୍ରେ ଲେଖା ହୋଇଥିଲା, ‘କେହି ଅସ୍ୱୀକାର କରିପାରିବେ ନାହିଁ ଯେ, ମହିଳାଙ୍କ କ୍ଷେତ୍ରରେ ବିରାଟ କୋହଲିଙ୍କର ଭିନ୍ନ ଟେଷ୍ଟ ବା ସ୍ବାଦ ରହିଛି।’ କ୍ୟାପସନର ଏକ ଅଂଶରେ ଏହା ମଧ୍ୟ ଲେଖାଯାଇଥିଲା, ‘ଇଜାବେଲ ଲିଟେଙ୍କଠାରୁ ଅନୁଷ୍କା ଶର୍ମା ପର୍ଯ୍ୟନ୍ତ… ତାଙ୍କର ଟେଷ୍ଟ ଉଚ୍ଚକୋଟୀର ।’

​​​​​​​

ଇଜାବେଲ ପୋଷ୍ଟରେ ଏକ କ୍ଳାନ୍ତ ମୁହଁ ଇମୋଜି ସହିତ କମେଣ୍ଟ କରିଛନ୍ତି। ସେ ଏହା ମଧ୍ୟ ଲେଖିଛନ୍ତି, ‘୧୨ ବର୍ଷ ବିତିଗଲାଣି, ଏବଂ ଏହା ଏବେ ବି ଚାଲିଛି। ଲୋକମାନେ ଏହାକୁ ଭୁଲି ଆଗକୁ ବଢ଼ି ପାରିବେ ନାହିଁ କାହିଁକି ?’

ଅନୁଷ୍କାଙ୍କୁ ପ୍ରେମ କରିବା ପୂର୍ବରୁ ଇଜାବେଲ ଏବଂ ବିରାଟ ୨୦୧୨ ରୁ ୨୦୧୪ ପର୍ଯ୍ୟନ୍ତ ଡେଟ୍ କରିଥିଲେ । ଇଜାବେଲ ବିବାହିତ, ସେ ସ୍ୱାମୀ ଏବଂ ଦୁଇ ପିଲାଙ୍କ ସହ କତାରର ଦୋହାରେ ରହୁଛନ୍ତି । ଇଜାବେଲଙ୍କୁ ଶେଷ ଥର ପାଇଁ ୨୦୧୯ ତେଲୁଗୁ ଫିଲ୍ମ ‘ମିଷ୍ଟର ମଜନୁ’ ଏବଂ ୨୦୨୦ ଫିଲ୍ମ ‘ୱାର୍ଲ୍ଡ ଫେମସ୍ ଲଭର’ ରେ ଦେଖିବାକୁ ମିଳିଥିଲା।

ସୌଜନ୍ୟ Prameya News7

Show More
Back to top button