ରାଜ୍ୟ

ଆଜି ଶ୍ରୀମନ୍ଦିରରେ ପାର୍ଶ୍ବ ପରିବର୍ତ୍ତନ ଏକାଦଶୀ, ଶୟନ ବେଳେ କଡ଼ ଲେଉଟାଇବେ ମହାପ୍ରଭୁ

ପୁରୀ,୨୨/୦୯: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାର୍ଶ୍ବ ପରିବର୍ତ୍ତନ ଏକାଦଶୀ ନୀତି ହେବ । ଶ୍ରୀମନ୍ଦିରରେ ପାଳିତ  ଦ୍ୱାଦଶ ଯାତ୍ରା ମଧ୍ୟରେ ପାର୍ଶ୍ବ ପରିବର୍ତ୍ତନ ଯାତ୍ରା ଅନ୍ୟତମ । ଶ୍ରୀହରିଙ୍କ ୪ ମାସ ଶୟନ କାଳରୁ ୨ମାସରେ ପାର୍ଶ୍ବ  ପରିବର୍ତ୍ତନ କରିଥାନ୍ତି ଠାକୁରେ ।

ଆଜି ଭୋଗମଣ୍ଡପ ଶେଷ ପରେ  ଆରମ୍ଭ ହେବ ସ୍ୱତନ୍ତ୍ର ନୀତି । ଶ୍ରୀବିଗ୍ରହଙ୍କ ଯାତ୍ରାଙ୍ଗୀ ମହାସ୍ନାନ  ଓ ଘଣ୍ଟଛତା ସର୍ବାଙ୍ଗ ବଢ଼ିବ । ଏଥିସହ ଦ୍ୱାଦଶ ଯାତ୍ରା ବନ୍ଦାପନା  ହେବ । ରାତିରେ ଏକାଦଶୀ ବେଢ଼ାକୁ ମଦନମୋହନ ବିଜେ  କରିବେ । ଠାକୁରଙ୍କ ବଡ଼ସିଂହାର ବେଶ ଓ ଭୋଗ ନୀତି ବଢ଼ି  ଶୟନ ଦେବତାଙ୍କ ପାର୍ଶ୍ବ ପରିବର୍ତ୍ତନ ନୀତି ହେବ ।

​​​​​​​

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button