ନୂଆଦିଲ୍ଲୀ ୧୪।୦୨; ଅନ୍ତଃରାଷ୍ଟ୍ରୀୟ ସ୍ତରରେ ବଢିଲା ଭାରତୀୟ ପାସପୋର୍ଟର ଶକ୍ତି । ପୁଣି ଶକ୍ତିଶାଳୀ ହେଲା ଭାରତୀୟ ପାସପୋର୍ଟ । ବିନା ଭିସାରେ ଏବେ ଭାରତୀୟ ଯାତ୍ରୀମାନେ ଯାଇପାରିବେ ୫୬ଟି ଦେଶ । ନିକଟରେ ପ୍ରକାଶିତ ୨୦୨୬ ମସିହା Henley Passport Indexରେ ଭାରତର ରାଙ୍କ ତୀବ୍ର ଗତିରେ ଆଗକୁ ବଢିଛି । ପୂର୍ବବର୍ଷ ଅପେକ୍ଷା ଚଳିତବର୍ଷ ୧୦ଟି ସ୍ଥାନ ଉପରକୁ ଉଠିଛି ଭାରତୀୟ ପାସପୋର୍ଟ ।
୧୦ଟି ସ୍ଥାନ ଉପରକୁ ଉଠିଲା:
Henley Passport Indexରେ ଚଳିତବର୍ଷ ଭାରତ ୭୫ ରାଙ୍କ ହାସଲ କରିଛି । ୨୦୨୫ ମସିହାରେ ଏବି ରାଙ୍କ ୮୫ ରହିଥିଲା । ଚଳିତବର୍ଷ ୧୦ଟି ସ୍ଥାନ ଉପରକୁ ଉନ୍ନତି କରିଛି ଭାରତୀୟ ପାସପୋର୍ଟ । ଏହି ରାଙ୍କିଂର ସିଧାସଳଖ ସୁବିଧା ମିଳିବ ଭାରତୀୟ ଯାତ୍ରୀ ତଥା ଭ୍ରମଣକାରୀଙ୍କୁ । ଏବେ ଭାରତୀୟ ଯାତ୍ରୀମାନେ ବିନା ଭିସା କିମ୍ବା ଭିସା ଅନ୍ ଆରାଇଭାଲ୍ ଦ୍ବାରା ବିଶ୍ବର ୫୬ଟି ଦେଶକୁ ଯାଇପାରିବେ ।
ଭାରତୀୟ ପାସପୋର୍ଟର ଶ୍ରେଷ୍ଠ ପ୍ରଦର୍ଶନ ଓ ଇତିହାସ:
ବର୍ତ୍ତମାନ ଭାରତୀୟ ଭିସା ୭୫ ରାଙ୍କରେ ରହିଛି । ମାତ୍ର ୨୦୦୬ ମସିହାରେ ଭାରତୀୟ ପାସପୋର୍ଟ ୭୧ତମ ସ୍ଥାନରେ ରହି ସର୍ବାଧିକ ଭଲ ପ୍ରଦର୍ଶନ କରିଥିଲା । ମାତ୍ର ବିଗତ କିଛି ବର୍ଷ ମଧ୍ୟରେ ଏହାର ରାଙ୍କ ଖସିବାରେ ଲାଗିଥିଲା । ୨୦୨୪ରେ ଏହା ୮୦ତମ ଓ ୨୦୨୫ ମସିହାରେ ଏହା ୮୫ ରାଙ୍କରେ ରହିଥିଲା । ବର୍ତ୍ତମାନ ରାଙ୍କିଂରେ ଉନ୍ନତି ପାସପୋର୍ଟକୁ ପୁଣି ଶକ୍ତିଶାଳୀ କରିଛି । ରାଙ୍କିଂର ଶୀର୍ଷରେ ଏହି ଦେଶ:
ବିଗତ କିଛି ବର୍ଷ ଧରି ଏହି ରାଙ୍କରେ ସିଙ୍ଗାପୁର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରୁଛି । ଏହାର ପାସପୋର୍ଟ ବିଶ୍ବର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ ଅଟେ । ଏହି ଦେଶର ପାସପୋର୍ଟ ଧାରୀ ବିନା ଭିସାରେ ୧୯୨ଟି ଦେଶକୁ ବୁଲିବାକୁ ଯାଇପାରିବେ । ଦ୍ବିତୀୟ ସ୍ଥାନରେ ଜାପାନ ଓ ତୃତୀୟ ସ୍ଥାନରେ ସ୍ବିଡେନ ଓ UAE ରହିଛନ୍ତି । ଆମେରିକା ଓ ବ୍ରିଟେନ ଶୀର୍ଷ ୧୦ରେ ସ୍ଥାନ ଅଧିକାର କରିଛନ୍ତି । ଏଠାରେ କହିରଖିବୁ ପାସପୋର୍ଟର ଶକ୍ତି ଏହାର ଅନ୍ତଃରାଷ୍ଟ୍ରୀୟ ପ୍ରତିଷ୍ଠା ଓ ସଫ୍ଟ ପାୱାରର ପ୍ରତୀକ ହୋଇଥାଏ । ୭୫ତମ ସ୍ଥାନରେ ଭାରତୀୟ ପାସପୋର୍ଟ ରହି ଦେଶ ଆନ୍ତର୍ଜାତୀକ ସ୍ତରରେ ନିଜର ପ୍ରଭାବ ବିସ୍ତାର କରୁଛି । ଭାରତୀୟ ଭିସାର ଏହି ପ୍ରଦର୍ଶନ, ବିଭିନ୍ନ ଦେଶରେ ପର୍ଯ୍ୟଟନ କ୍ଷେତ୍ରକୁ ଆହୁରି ସମୃଦ୍ଧ କରିବ । ଏହା ସହିତ ବିଭିନ୍ନ ଦେଶ ସହିତ କୂଟନୈତିକ ଓ ବ୍ୟାପାରିକ ସମ୍ବନ୍ଧକୁ ଆହୁରି ମଜବୁତ କରିବ ।
ସୌଜନ୍ୟ Prameya News7
