ଦେଶ ବିଦେଶ

ଉଡିଲା ପ୍ରଥମ ‘ମେଡ-ଇନ୍-ଇଣ୍ଡିଆ’ C-295 ବିମାନ, ଜାଣନ୍ତୁ କାହିଁକି ଖାସ ଏହି ଉପଲବ୍ଧି

ଗୁଜରାଟ ବଡୋଦରାରେ ଭାରତର ପ୍ରତିରକ୍ଷା ନିର୍ମାଣ କ୍ଷେତ୍ର ଏକ ନୂଆ ଇତିହାସ ରଚିଛି। ଭାରତରେ ନିର୍ମିତ ସି-୨୯୫ ସୈନ୍ୟ ପରିବହନ ବିମାନ ସଫଳତା ପୂର୍ବକ ନିଜର ପ୍ରଥମ ପରୀକ୍ଷଣ ଉଡାଣ ପୁରା କରିଛି। ଭାରତରେ ପ୍ରାଇଭେଟ ସେକ୍ଟରର ଭାଗିଦାରୀରେ ନିର୍ମିତ ହୋଇଥିବା ଏହା ପ୍ରଥମ ସାମରିକ ବିମାନ।

ବଡୋଦରା: ଗୁଜରାଟ ବଡୋଦରାରେ ଭାରତର ପ୍ରତିରକ୍ଷା ନିର୍ମାଣ କ୍ଷେତ୍ର ଏକ ନୂଆ ଇତିହାସ ରଚିଛି। ଭାରତରେ ନିର୍ମିତ ସି-୨୯୫ ସୈନ୍ୟ ପରିବହନ ବିମାନ ସଫଳତା ପୂର୍ବକ ନିଜର ପ୍ରଥମ ପରୀକ୍ଷଣ ଉଡାଣ ପୁରା କରିଛି। ଏହି ବିମାନ ଗୁଜରାଟର ବଡୋଦରାସ୍ଥିତ ଫାଇନାଲ ଆସେମ୍ବ୍ଲି ଲାଇନରୁ ଉଡାଣ କରି ‘ମେକ୍-ଇନ୍-ଇଣ୍ଡିଆ’ ଓ ଆତ୍ମ ନିର୍ଭର ଭାରତ ଅଭିଯାନ ଲାଗି ଏକ ଐତିହାସିକ ଉପଲବ୍ଧିରେ ପରିଣତ ହୋଇଛି।

ଘରୋଇ କ୍ଷେତ୍ରର ପ୍ରଥମ ସାମରିକ ବିମାନ ସି-୨୯୫
ଉଲ୍ଲେଖଯୋଗ୍ୟ ଯେ ଭାରତରେ ପ୍ରାଇଭେଟ ସେକ୍ଟରର ଭାଗିଦାରୀରେ ନିର୍ମିତ ହୋଇଥିବା ଏହା ପ୍ରଥମ ସାମରିକ ବିମାନ। ଏହି ପ୍ରକଳ୍ପକୁ ଟାଟା ଆଡଭାନ୍ସଡ ସିଷ୍ଟମସ ଲିମିଟେଡ ଓ ଏୟାରବସ୍ ଡିଫେନ୍ସ ଆଣ୍ଡ ସ୍ପେସ୍ ମିଳିତ ନିର୍ମାଣ କରିଛନ୍ତି। ଅଧିକାରୀଙ୍କ ଅନୁସାରେ ଏହି ପ୍ରଥମ ସଫଳ ଉଡାଣ ପରେ ଏହି କାର୍ଯ୍ୟକ୍ରମ ପରବର୍ତ୍ତି ପର୍ଯ୍ୟାୟକୁ ପହଞ୍ଚିଛି ଓ ଆଶା କରାଯାଉଛି ଭାରତୀୟ ବାୟୁସେନାକୁ ଭାରତରେ ନିର୍ମିତ ପ୍ରଥମ ସି-୨୯୫ ବିମାନ ପ୍ରଦାନ କରାଯିବ।

ଭାରତରେ ନିର୍ମିତ ହେବ ୫୬ଟି ସି-୨୯୫ ବିମାନ
ଏହି ଫାଇନାଲ ଲାଇନକୁ ଅକ୍ଟୋବର ୨୦୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ପେନ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍ ମିଳିତ ଉଦଘାଟନ କରିଥିଲେ। ଏହି ପ୍ରକଳ୍ପକୁ ଭାରତ- ସ୍ପେନ୍ ମଧ୍ୟରେ ରଣନୈତିକ ସହଯୋଗର ଗୁରୁତ୍ୱପୂର୍ଣ୍ଣ ଉଦାହରଣ ମନେ କରାଯାଉଛି। ଏହି ପୁରା କାର୍ଯ୍ୟକ୍ରମ ୨୧,୦୦୦ କୋଟି ଟଙ୍କାର, ଏଥିରେ ମୋଟ ୫୬ଟି ସି-୨୯୫ ବିମାନ ଭାରତରେ ନିର୍ମିତ ହେବ। ଏହି ବିମାନଗୁଡିକ ଭାରତୀୟ ବାୟୁସେନାର ୧୯୬୦ ଦଶକରୁ ସେବାରେ ଥିବା ପୁରୁଣା ଆଭ୍ରୋ-୭୪୮ ବିମାନର ସ୍ଥାନ ନେବ।

ନୂଆ ସି-୨୯୫ ବିମାନର ଖାସ କଥା
ସି-୨୯୫ ବିମାନ ଅଧିକ ଦୂରକୁ ଉଡାଣ କରିପାରିବ। ଏହା ଛଡା ଅଧିକ ଭାର ବହନ କରିବାର କ୍ଷମତା ରଖୁଥିବା ବେଳେ ଆଧୁନିକ ଟେକ୍ନୋଲଜି ଓ ଅପରେଟିଂ ସିଷ୍ଟମରେ ସଜା ହୋଇଛି। ଏଣୁ ଏହା ପୂର୍ବାପେକ୍ଷା ଅଧିକ ସକ୍ଷମ ଓ ପ୍ରଭାବୀ ହୋଇ ପାରୁଛି। ଏହି ପ୍ରକଳ୍ପର ଆଉ ଏକ ଖାସ କଥା ଯାହା ତାହା ହେଉଛି ଏହାର ୮୫%ରୁ ଅଧିକ ନିର୍ମାଣ କାର୍ଯ୍ୟ ଭାରତରେ ହେଉଛି ଓ ଏହି ବିମାନ ନିର୍ମାଣରେ ୩୭ ଭାରତୀୟ କମ୍ପାନୀ ସପ୍ଲାଇ ଚେନ୍ ପାଲଟିଛନ୍ତି। ଏହା ଦ୍ୱାରା ଦେଶର ଏରୋସ୍ପେସ୍ ମେନୁଫେକ୍ଚରିଂ ଇକୋ ସିଷ୍ଟମ ମଜଭୁତ ହେଉଛି।

ବହୁ ଉପଯୋଗୀ ସୈନ୍ୟ ପରିବହନ ବିମାନ ହେଉଛି ସି-୨୯୫
ସି-୨୯୫ ଏକ ବହୁ ଉପଯୋଗୀ ସୈନ୍ୟ ପରିବହନ ବିମାନ ଅଟେ। ଏହାକୁ ଏୟାରବସ୍ ଡିଫେନ୍ସ ଆଣ୍ଡ ସ୍ପେସ୍ ବିକଶିତ କରିଛି। ଏହାଛଡା ଏହି ବିମାନ ଅନେକ ଦେଶରେ ମିଲେଟ୍ରି ଉପଯୋଗ ହେଉଛି। ଏହି ବିମାନ ସୈନିକଙ୍କ ସାମାନ ପରିବହନ ସହିତ ମିଲେଟ୍ରି ଇଭାକ୍ୟୁଏସନ, ମନିଟରିଂ ଓ ଗୋଇନ୍ଦା ମିସନ ସହିତ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରିଲିଫ ଓ ମାନବୀୟ ସହାୟତା ଭଳି କାର୍ଯ୍ୟରେ ମଧ୍ୟ ଉପଯୋଗ କରାଯାଇ ପାରିବ। ଏହାର ବିଶ୍ୱସନୀୟତା ଓ ବହୁ ଉପଯୋଗୀତା ଏହାକୁ ଆଧୁନିକ ସୈନ୍ୟ ଆବଶ୍ୟକତା ନିମନ୍ତେ ଅତ୍ୟନ୍ତ ଉପଯୋଗୀ କରିଛି।

 

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button