ରାଜ୍ୟ
କଟକରେ ଜଳିଗଲା ଦୁଗ୍ଧ କମ୍ପାନୀ

ପାଗା : କଟକ ଜଗତପୁର ଶିଳ୍ପାଞ୍ଚଳରେ ଜଳିଗଲା ଦୁଗ୍ଧ କମ୍ପାନୀ। ଜଗତପୁର୍ ଥାନା ଅନ୍ତର୍ଗତ ପ୍ରଗତି ମିଲ୍କରେ ଗୁରୁବାର ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ସହ ପୋଡି ପାଉଁଶ ହୋଇଯାଇଛି। ଖବର ପାଇ ଘଟଣାସ୍ଥଳରେ ୫ଟି ଦମକଳବାହିନୀ ପହଞ୍ଚି ନିଆଁ କୁ ଅନେକ ଚେଷ୍ଟା କରିବା ପରେ ଆୟତ୍ତ କରିଛନ୍ତି। ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି ତାହା ସ୍ପଷ୍ଟ ହୋଇ ନାହିଁ। ବିଦ୍ୟୁତ୍ ସର୍ଟସର୍କିଟ ଯୋଗୁଁଁ ଏଭଳି ଅଘଟଣ ଘଟିଛି ବୋଲି ଅନୁମାନ କରାଯାଉଛି।
ସୌଜନ୍ୟ ସମାଜ




