ଭୁବନେଶ୍ୱର ୧୮।୦୪ : ତାତି ଆହୁରି ବଢ଼ିବ। ଅସମ୍ଭାଳ ହେବ। ତତଲା ପବନର ଜ୍ଵାଳା ଦେହ, ହାତ ପୋଡ଼ି ପକାଇବ। ଦିନକରେ ୨ରୁ ୩ ଡିଗ୍ରୀ ଯାଏ ବଢ଼ି ଯାଇପାରେ। ସବୁଠୁ ଅଧିକ ଜଳିବ ପଶ୍ଚିମ ଓଡ଼ିଶା I ରାତି ବେଳା ବି ଛଟପଟ କରିବ ଗରମ। ଉପକୂଳ ଓଡ଼ିଶାରେ ଗରମ ଓ ଗୁଳୁଗୁଳି ଅସହ୍ୟ ହେବ। ଏଭଳି ସତର୍କ କରାଇଛି ପାଣିପାଗ ବିଭାଗ। ଭାଷଣ ଗ୍ରୀଷ୍ମପ୍ରବାହ ଆଶଙ୍କା ଥିବାରୁ ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାରେ ସବୁ ଶିକ୍ଷାନୁଷ୍ଠାନକୁ ୩ ଦିନ ଓ ସୋନପୁରରେ ୪ ଦିନ ଛୁଟି ଘୋଷଣା କରାଯାଇଛି।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ୧୮ ତାରିଖରେ ଟିଟିଲାଗଡ଼, ସମ୍ବଲପୁର, ଝାରସୁଗୁଡ଼ାରେ ଦିନ ତାପମାତ୍ରା ୪୫ ଡିଗ୍ରୀ ଛୁଇଁପାରେ। ବଲାଙ୍ଗୀର, ସୁନ୍ଦରଗଡ଼ ଓ ଭବାନୀପାଟଣାରେ ୪୪ ଡିଗ୍ରୀ, ସୋନପୁର, ନୂଆପଡ଼ା, ବୌଦ୍ଧ ଓ ବରଗଡ଼ରେ ୪୩ ଡିଗ୍ରୀ ରହିପାରେ। ୧୯ ତାରିଖରେ ଟିଟିଲାଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ନୂଆପଡ଼ାରେ ତାତି ୪୫ ଡିଗ୍ରୀ ଛୁଇଁପାରେ। ବଲାଙ୍ଗୀର, ଭବାନୀପାଟଣା, ସୁନ୍ଦରଗଡ଼ରେ ୪୪ ଡିଗ୍ରୀ ରହିପାରେ। ବୌଦ୍ଧ, ସୋନପୁର, ବରଗଡ଼ ଓ ବୌଦ୍ଧରେ ୪୩ ଡିଗ୍ରୀ ରହିବା ଆଶଙ୍କା ଅଛି। ୨୦ ଓ ୨୧ ତାରିଖରେ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୪୩ରୁ ୪୫ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

ସୌଜନ୍ୟ Prameya News7